ପୁରା ଖବର ବିଷୟରେ



ଖୁଣ୍ଟା ଏବଂ କୁଆମରା ପୋଲିସ ର ମିଳିତ ଚଢ଼ାଉ ରେ କୁଖ୍ୟାତ ଲୁଟେରା ଗ୍ୟାଙ୍ଗର ପର୍ଦାଫାସ,୬ ଅଭିଯୁକ୍ତ ଗିରଫ

Aug 8 2022 5:23AM
(ରାଜିବ ବେହେରାଙ୍କ ରିପୋର୍ଟ) ମୟୁରଭଞ୍ଜ ଜିଲ୍ଲାରେ ଦୀର୍ଘଦିନ ଧରି ଚୋରୀ, ଛିନ ତାଇ, ବନ୍ଧୁକ ମୁନରେ ଲୁଟ, ଗାଡି ଚୋରୀ, ବିଦ୍ୟୁତ ତାର ଏବଂ ବିଦ୍ୟୁତ ଖୁଣ୍ଟ ପ୍ରଭୃତି ଚୋରୀ ବୃଦ୍ଧି ପାଉଥିବା ବେଳେ, ଚୋର ପୋଲିସ ଆଖିରେ ଧୂଳି ଦେଇ ଖସିପଳାଇ ଯାଉଥିବା ବେଳେ, ଖୁଣ୍ଟା ପୋଲିସକୁ ମିଳିଛି ବଡ ସଫଳତା l ସୂଚନା ମୁତାବକ ଖୁଣ୍ଟା ଅଧିନସ୍ଥ କୁଆମରା ଗାଡିଆମାଳ ନିକଟରେ ରାତ୍ରୀ ସମୟରେ ଏକ କଳା ରଙ୍ଗର ବୋଲେରୋ ରେ ବିଦ୍ୟୁତ ତାର ଚୋରୀ ପାଇଁ ଯୋଜନା କରୁଥିବା ବେଳେ ସୂଚନା ପାଇ କୁଆମରା ଫାଣ୍ଡି ଅଧିକାରୀ ବିଭୁତି ଭୂଷଣ ସାହୁ ଖୁଣ୍ଟା ଥାନା ଅଧିକାରିଣୀ ସ୍ଵର୍ଣ୍ଣଲତା ମିଞ୍ଜ ଙ୍କୁ ଘଟଣା ସମ୍ପର୍କ ରେ ଅବଗତ କରି ଥିଲେ, ସୂଚନା ପାଇବା ପରେ ଉକ୍ତ ସମୟ ରେ ସବଇନ୍ଷପେକ୍ଟର ସସ୍ମିତା ମୂର୍ମୁ ଙ୍କ ତତ୍ୱାବଧାନରେ ଥାନା ର କାର୍ଯ୍ୟରତ ଷ୍ଟାଫ ଙ୍କ ମିଳିତ ଉଦ୍ୟମରେ ଉକ୍ତ ଡକାୟତ ଗ୍ୟାଙ୍ଗକୁ ଠାବ କରି 6ଜଣ ଅଭିଯୁକ୍ତ ଙ୍କୁ କାବୁ କରିବା ସହିତ ସେମାନଙ୍କ ନିକଟରୁ ଦୁଇଟି ଲୁହା କାଟିବା ନିମିତ୍ତ ହେକ୍ସ,5ଟି ହେକ୍ସ ବ୍ଲେଡ,ବାନ୍ଧିବା ପାଇଁ ବ୍ୟବହୃତ ତାର, ଗୋଟିଏ ଛୁରୀ, କିଛି ପ୍ଲାଷ୍ଟିକ ଦୌଡ଼ି, ଦୁଇଗୋଟି ମୋବାଇଲ ଫୋନ ଏବଂ ଗୋଟିଏ କଳା ରଙ୍ଗର ବୋଲେରୋ କୁ ଜବଦ କରିବା ସହିତ ଖୁଣ୍ଟା ଥାନାରେ 122-22U/S 379 IPC ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ ନେଇ ସୂଚନା ମିଳିଥିବା ବେଳେ ଏହି ଲୁଟେରା ମାନେ ବିଭିନ୍ନ ସ୍ଥାନରେ ବିଭିନ୍ନ ଚୋରୀରେ ସମ୍ପୃକ୍ତି ଥିବା ପ୍ରାଥମିକ ତଦନ୍ତରୁ ଜଣା ପଡିଛି l ଆଗକୁ ତଦନ୍ତ ଜାରି ରହିଛି l