ପୁରା ଖବର ବିଷୟରେ



ବ୍ଲକ ପ୍ରଶାସନ ପକ୍ଷରୁ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ହାଟଗୁଡା 5T ବିଦ୍ୟାଳୟ ପରିଦର୍ଶନ

Aug 7 2022 7:17AM
(ପ୍ରସାଦ ଲିମାଙ୍କ ରିପୋର୍ଟ) ବ୍ଲକ ପ୍ରଶାସନ ପକ୍ଷରୁ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ହାଟଗୁଡା 5T ବିଦ୍ୟାଳୟ ପରିଦର୍ଶନ । କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକ ଅନ୍ତର୍ଗତ ହାଟଗୁଡା ଗ୍ରାମପଞ୍ଚାୟତ ସଦର ମହକୁମା ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ହାଟଗୁଡା ରୂପାନ୍ତରିତ 5ଟି ବିଦ୍ୟାଳୟ, ବ୍ଳକ ପ୍ରଶାସନ ପକ୍ଷରୁ ପ୍ରଥମ ପର୍ଯ୍ୟାୟ ପରିଦର୍ଶନ ସହ ବିଡ଼ିଓ ଶ୍ରୀ ସବ୍ୟସାଚୀ ବେହେରାଙ୍କ ଅଧ୍ୟକ୍ଷତାରେ ଏବଂ ସମିତି ଅଧ୍ୟକ୍ଷା ଲିଲି ଅଣ୍ଟାବିରିଆଙ୍କ ସଭାପତିତ୍ବରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ବିଡ଼ିଓ ଶ୍ରୀ ବେହେରା ୫ଟି ସ୍କୁଲ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ନୁଆଁ ଆଶା ସଂଚାର ସହିତ ଉନ୍ନତମାନର ଶିକ୍ଷାଦାନ ଓ ବୈଷୟିକ ବିଜ୍ଞାନ କୋୖଶଳ ଆହରଣ କରିପାରିବେ ବୋଲି ମତପୋଷଣ କରିଥିବା ବେଳେ ସରପଞ୍ଚ ସଂଘର ସଭାପତି ଶ୍ରୀ କିର୍ସାନ ଛାତ୍ରଛାତ୍ରୀ ମାନଙ୍କ ଉନ୍ନତମାନର ଶିକ୍ଷାଦାନ, ବୈଷୟିକ ବିଜ୍ଞାନ ଶିକ୍ଷା ସହ ଛାତ୍ରଛାତ୍ରୀ ମାନଙ୍କ ନିକଟରେ ଥିବା ଲୁକ୍କାୟିତ ପ୍ରତିଭାକୁ ଯେପରିକି ଲୋକଲୋଚନକୁ ଆସିବ ସେଥିପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ କରିଥିଲେ । 5ଟି ପରିଦର୍ଶନରେ ସ୍ମାର୍ଟ ଶ୍ରେଣୀ ଗୃହ, ପାଠାଗାର, ବିଜ୍ଞାନଗାର, ଲାଇବ୍ରେରୀ, ଶୌଚାଳୟ, ଇତ୍ୟାଦି ଉପଲବ୍ଧ ରହିଥିବା ଦେଖିବାକୁ ମିଳିଛି । ଯାହା ଫଳରେ ସମସ୍ତେ ଖୁସି ବ୍ୟକ୍ତ କରିଥିଲେ । ଏହି ଅବସରରେ ବିଡ଼ିଓ ଶ୍ରୀ ସବ୍ୟସାଚୀ ବେହେରା, ସମିତି ଅଧ୍ୟକ୍ଷା ଲିଲି ଅଣ୍ଟାବିରିଆ, ଉପାଧ୍ୟକ୍ଷ ଶିବା ବାଙ୍ଗାରି, ଜିଲ୍ଲା ପରିଷଦ ସଭ୍ୟ ଯୋଶଦା ଖିଲ, ସରପଞ୍ଚ ସଂଘର ସଭାପତି ଶ୍ରୀ ପିତାମ୍ବର କିର୍ସାନି, ସ୍ଥାନୀୟ ସରପଞ୍ଚ ନାରାୟଣ ନନ୍ଦିବାଲି ସମେତ ସମିତି ସଭ୍ୟ,ଏ.ପି.ଓ, ଏ.ଇ.ଇ, ଜେ.ଇ, ପି.ଇ.ଓ, ଏବଂ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହିଥିଲେ ।