ପୁରା ଖବର ବିଷୟରେ



ଗୁଡ଼ାରୀ ଥାନାରେ କାର୍ଯ୍ୟରତ ଦୁଇ ଅଧିକାରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ।

Aug 3 2022 5:03PM
(ପ୍ରସାଦ ଲିମାଙ୍କ ରିପୋର୍ଟ) ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ଥାନା ଅଧୀନରେ କାର୍ଯ୍ୟରତ ଥାନା ଭାରାପ୍ରାପ୍ତ ଅଧିକାରୀ ଶ୍ରୀ ସଞ୍ଜୟ କୁମାର ନାୟକ ଏବଂ ସବ୍ ଇନ୍ସପେକ୍ଟର ଶ୍ରୀ ଅନିରୁଦ୍ଧ ଜାଲିଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସମ୍ବର୍ଦ୍ଧନା ସଭାରେ ଗୁଣୁପୁର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଜୟ କୁମାର ବାରିକ, ପଦ୍ମପୁର ଡିଏସପି ଶ୍ରୀ ସୁଶାନ୍ତ କୁମାର ତାଉଡିଆ, ଚତୁର୍ଥ ବାଟାଲିୟନ ସିଆରପିଏଫ ଆସିଷ୍ଟାଣ୍ଟ କମାଣ୍ଡେଣ୍ଡ୍ ଶ୍ରୀ ସମସେର୍ ସିଂ ମଞ୍ଚାସୀନ ରହିଥିବା ବେଳେ ଗୁଡ଼ାରୀ ପ୍ରେସ ୟୁନିୟନର ସମସ୍ତ ସାମ୍ବାଦିକ, ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ଥାନାରେ କାର୍ଯ୍ୟରତ ସବ୍ ଇନ୍ସପେକ୍ଟର, ଆରକ୍ଷୀ ଓ ଗୃହରକ୍ଷୀ ମାନେ ଉପସ୍ଥିତ ରହି ଉଭୟ ଅଧିକାରୀଙ୍କୁ ଉପଢ଼ୌକନ ସହ ଉପହାର ପ୍ରଦାନ ପୂର୍ବକ ବିଦାୟକାଳୀନ ସମ୍ବର୍ଦ୍ଧନା ଜଣାଇଥିଲେ ।ଗତ ୬ ମାସ କାର୍ଯ୍ୟକାଳ ମଧ୍ୟରେ ଶ୍ରୀ ନାୟକ ଚଳିତ ବର୍ଷ ତ୍ରୀସ୍ତରୀୟ ପଞ୍ଚାୟତିରାଜ ଓ ପରିଷଦ ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା କରି ବିଭିନ୍ନ ପ୍ରକାରର ଜଟିଳ ସମସ୍ୟାର ସମାଧାନ କରି ଗୁଡ଼ାରୀ ଅଞ୍ଚଳରେ ଲୋକ ପ୍ରିୟତା ହାସଲ କରିବାରେ ସକ୍ଷମ ହୋଇଥିବା ବେଳେ ଶ୍ରୀ ଜାଲୀ ସାଥ୍ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ବାରିକ ଉଭୟ ଅଧିକାରୀଙ୍କୁ ଉପଦେଶ ମାଧ୍ୟମରେ କହିଥିଲେ କି ଗୁଡ଼ାରୀ ଅଞ୍ଚଳ ଯେପରି ଉତ୍ତମ ସେହିପରି ଅନ୍ୟ ଅଞ୍ଚଳ ନ ଭାବି ସେ ଅଞ୍ଚଳର ଲୋକ ପ୍ରିୟତାକୁ ଗୁରୁତ୍ବ ଦେଇ କାର୍ଯ୍ୟ କରିବା ଉଚିତ । ଏହି ଅବସରରେ ଶ୍ରୀ ନାୟକଙ୍କ କୁହଭରା କଣ୍ଠରେ କହିଥିଲେ କି ଗୁଡ଼ାରୀ ଅଞ୍ଚଳ ଏକ ଉତ୍ତମ ଅଞ୍ଚଳ, ଏହି ଅଞ୍ଚଳ ମୋର ସବୁଦିନ ପାଇଁ ମନେ ରହିବ ବୋଲି ମତପୋଷଣ କରିଥିଲେ । ଉକ୍ତ ସମ୍ବର୍ଦ୍ଧନା ସଭାର ସମସ୍ତ କାର୍ଯ୍ୟକ୍ରମ ଥାନା ଭାରାପ୍ରାପ୍ତ ଅଧିକାରୀ ଶ୍ରୀ ଗୟାମୁଦ୍ଦିନ ଖାନ୍ ଆନୁଷ୍ଠାନିକ ଭାବେ ପରିଚାଳନା କରିଥିବା ବେଳେ ପଦ୍ମପୁର ଡିଏସପି ଶ୍ରୀ ସୁଶାନ୍ତ କୁମାର ତାଉଡିଆ ଉପସ୍ଥିତ ସଭାସଦ୍ ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।