ପୁରା ଖବର ବିଷୟରେ



୪ର୍ଥ ବାଟାଲିୟନ ସିଆରପିଏଫ ଗୁଡ଼ାରୀ ପକ୍ଷରୁ ସ୍ବାଧୀନତା ଦିବସ ଉପଲକ୍ଷେ ସହରରେ ହର୍ ଘର୍ ତ୍ରିରଙ୍ଗା ପତାକା ଅଭିଜାନ

Aug 3 2022 5:02PM
(ପ୍ରସାଦ ଲିମାଙ୍କ ରିପୋର୍ଟ) ରାୟଗଡ଼ା ଜିଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦ ଗୁଡ଼ାରୀ ସଦର ମହକୁମା ସ୍ଥିତ ୪ର୍ଥ ବାଟାଲିୟନ ସିଆରପିଏଫ କ୍ୟାମ୍ପ ପକ୍ଷରୁ ଗୁଡ଼ାରୀ ସହରର ବିଭିନ୍ନ ସ୍ଥାନରେ ତ୍ରିରଙ୍ଗା ପତାକା ସହ ଫ୍ଳାଗ ମାର୍ଚ୍ଚ ପ୍ରଦର୍ଶନ ହୋଇ ଯାଇଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଚଳିତ ୨୦୨୨ ଅଗଷ୍ଟ ପନ୍ଦର ତାରିଖ, ସ୍ବାଧୀନତା ଦିବସ ପାଳନ ଅବସରରେ ଅଗଷ୍ଟ ପନ୍ଦର ତଥା ସ୍ବାଧୀନତା ଦିବସର ବାସ୍ନା ସମସ୍ତଙ୍କ ଘରେ ଘରେ ତ୍ରିରଙ୍ଗା ପତାକା ଦ୍ଵାରା ପହଞ୍ଚି ପାରିବା ନେଇ ପ୍ରୟାସ ଓ ଆହ୍ବାନ । ଏହି ପରିପ୍ରେକ୍ଷୀରେ ଆଜି ୩ ଅଗଷ୍ଟ ୨୦୨୨ ତାରିଖ ପୂର୍ବାହ୍ନ ସାଢେ଼ ଦଶ ଘଣ୍ଟା ସମୟରେ ୪ର୍ଥ ବାଟାଲିୟନ ସିଆରପିଏଫ ଆସିଷ୍ଟାଣ୍ଟ କମାଣ୍ଡେଣ୍ଡ୍ ଶ୍ରୀ ସମସେର୍ ସିଂ ଙ୍କ ନେତୃତ୍ୱରେ ୪ ପ୍ଳାଟୁନ ଫୋର୍ସ ମୁତୟନରେ ବିଜ୍ଞାପିତ ଅଞ୍ଚଳ ପରିଷଦ ଗୁଡ଼ାରୀ ସହରର ବିଭିନ୍ନ ଅନୁଷ୍ଠାନ ଓ ଛକରେ ତ୍ରିରଙ୍ଗା ପତାକା ପ୍ରଦର୍ଶନ କରି ସଚେତନତା ବାର୍ତ୍ତା ଜଣାଇଥିଲେ ।