ପୁରା ଖବର ବିଷୟରେ



ଡାଙ୍ଗସୋରଡା ଲ୍ୟାମ୍ପ ଏମ୍ ଡି ଙ୍କ ଧାନ ମଣ୍ଡି ଦୁର୍ନୀତି ସାର ଦୁର୍ନୀତି , ବିଭାଗୀୟ ଅଧିକାରୀ ଚୁପ୍

Jul 29 2022 3:20PM
(ରମେଶ ଇପିଲିଙ୍କ ରିପୋର୍ଟ) ରାୟଗଡା : କେନ୍ଦ୍ର ଓ ରାଜ୍ୟ ସରକାର ଚାଷର ଉନ୍ନତି କୃଷକର ବିକାଶ ହେଲେ ଦେଶ ଓ ରାଜ୍ୟର ଵିକାଶ ଘଟିବ। ଏନେଇ ଉଭୟେ ସରକାର ବିଭିନ୍ନ ଯୋଜନାରେ କୃଷିର ଉନ୍ନତି ପାଇଁ କୋଟି କୋଟି ଟଙ୍କାର ଅନୁଦାନ ସହ ବିଭିନ୍ନ ପ୍ରକାରର ଚାଷୋପକରଣ ସାମଗ୍ରୀ ଯୋଗାଇ ଦେଇଥାନ୍ତି। କିନ୍ତୁ ବାସ୍ତବରେ ଚାଷୀ ସୁଫଳ ପାଇଵାରୁ ବଞ୍ଚିତ ହେଉଥିବା ବେଳେ ଦୁର୍ନୀତି ଖୋର ଅଧିକାରୀଙ୍କ ଦ୍ବାରା ବାଟମାରଣ ହେଉଥିବା ଖବର କାଗଜ ପୃଷ୍ଠା ଓଲଟାଇଲେ ଜଣାପଡୁଛି। ତାର ଏକ ଜ୍ଵଳନ୍ତ ଉଦାହରଣ ଆଜି ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ଚନ୍ଦ୍ରପୁରୁ ବ୍ଲକ ଡାଙ୍ଗସୋରଡା ଲ୍ୟାମ୍ପରେ ଘେରାଉ କରିଥିବା ଶହଶହ ଚାଷୀଙ୍କୁ ସାର ମିଳିନଥିବା ଅଭିଯୋଗରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା ।ବିବରଣୀରୁ ପ୍ରକାଶ ଚନ୍ଦ୍ରପୁରୁ ଲ୍ୟାମ୍ପ ର ଵି ଆଇ ସି ଶ୍ରୀଜିତେନ୍ଦ୍ର ମିଶାଲ ଡାଙ୍ଗସୋରଡା ସ୍ଥିତ ସମବାୟ ଲ୍ୟାମ୍ପ ର ଏମ ଡି ଦାୟିତ୍ବରେ ୨୦୧୯ ମସିହା ଠାରୁ ଆଜି ପର୍ଯ୍ୟନ୍ତ କାର୍ଯ୍ୟ ତୁଲାଉଛନ୍ତି। କୌଣସି ଏମ ଡି ନିଯୁକ୍ତି ହେଵାକୁ ଆଦେଶ ହେଲେ ମଧ୍ୟ ନିଜ ହାତରୁ ଦାୟିତ୍ବ ଚାଲିଯିବା ନେଇ ଉପର ଅଧିକାରୀମାନଙ୍କୁ ଧରା ଧରି କରି କାହାରିକୁ ସ୍ଥାୟି ଏମ ଡି ପଦରେ ନିଯୁକ୍ତି ପାଇଁ ପ୍ରତିବନ୍ଧକ ସୃଷ୍ଟି କରି ନିଜେ ମେରୀରାୟ ଶାସନ ଜାହିରୀ କରିଚାଲିଛନ୍ତି । ଯାହାକି ପ୍ରତିବର୍ଷ ଧାନ ମଣ୍ଡି ସମୟରେ କାଗଜ କଲମରେ ମଣ୍ଡି ଦର୍ଶାଇ ମିଲର ସହିତ ମାଲେ ମାଲ ହେଉଥିବା ଅଭିଯୋଗ ହୋଇଆସୁଛି। ସେତିକିରେ ଦୁର୍ନୀତି ସୀମିତ ନ ରହି ପ୍ରତିବର୍ଷ ଚାଷୀମାରଣ ନିତିରେ ସାର ଦୁର୍ନୀତି ନିତି ଦିନିଆ ଘଟଣାରେ ପରିଣତ ହୋଇଛି । ଚଳିତ ବର୍ଷ ସାର ପାଇଁ ଚାଷୀମାନେ ଏମ ଡି ଶ୍ରୀମିଶାଲଙ୍କୁ ଚଳିତ ମାସ ୨୫ ତାରିଖରେ ଆଗତୁରା ଟଙ୍କା ଜମା ଦେଇ ଥିଲେ ,ହେଲେ ଜ୍ୟସେମାନଙ୍କର ଅନଲାଇନରେ ଲିପିବଦ୍ଧ ନ କରି ବିନା ତାରିଖ ଲେଖି ଚାଷୀଙ୍କୁ ରସିଦି ଦିଆଯାଇ ଥିଲା। ଟଙ୍କା ଜମାଦେଇଥିବା ଚାଷିଙ୍କୁ ଚଳିତ ମାସ ୨୮ ତାରିଖରେ ସାର ନେବାକୁ କୁହାଯାଇ ଥିଵା ଵେଳେ ଆଜି ଶତାଧିକ ଚାଷୀ ଲ୍ୟାମ୍ପରେ ସାର ନ ଦେବାରୁ ଘେରାଉ କରି ଦୁର୍ନୀତି ଖୋର ଏମ ଡି ଵିରୋଧରେ ଵିଶୋଦଗାର କରିଥିଲେ। ଏପରି ଅପ୍ରିତିକର ପରିସ୍ଥିତିକୁ ଆୟତ କରିବାକୁ ଡାଙ୍ଗସୋରଡା ପୋଲିସ୍ ଏସ୍ ଆଇ ଉପସ୍ଥିତ ଚାଷୀମାନଙ୍କୁ ବୁଝାସୁଝା କରିଥିଲେ ,ଖବରପାଇ ଏଡିଓ ଶ୍ରୀ ଘନଶ୍ୟାମ ନିୟକ, ଏଇଓ ଶ୍ରୀ ରଜନୀ କାନ୍ତ ମିଶ୍ର, ଆତ୍ମାର ଡବ୍ଲ୍ୟୁଓ ପ୍ରମୁଖ ପହଞ୍ଚି ଲୋକମାନଙ୍କୁ ଵୁଝାସୁଝା କରି ପରିସ୍ଥିତିକୁ ଆୟତ କରିଥିଲେ। ଦେଖିବାକୁ ମିଳିଥିଲା ପୂର୍ବରୁ ଆସିଥିବା ସାର କିଛି ଲୋକଙ୍କୁ ଦିଆଯାଇଥିବା ଏମ୍ ଡି କହୁଥିବା ବେଳେ ଜମା ଦେଇଥିବା ଆଜିର ସାର ପାଇଁ ଆସିଥିବା ଚାଷୀଙ୍କ ଟଙ୍କା ରାୟଗଡାରେ ଜମା ହୋଇ ନଥିବାରୁ ଏମ ଡିଙ୍କ ଉପରେ ଅସନ୍ତୋଷ ହୋଇ ଯେତେ ଶୀଘ୍ର ଚାଷିଙ୍କୁ ସାର ଯୋଗାଇ ଦେବାକୁ ତାଗିଦ୍ କରିଥିଲେ କୃଷି ଅଧିକାରୀ ଶ୍ରୀ ନାୟକ। ଅପରପକ୍ଷରେ ଶୁଣୀଵାକୁ ମିଳିଛି ଗତକାଲି ସନ୍ଧ୍ୟାରେ ଗୋଟିଏ ସାର ଵୋଝେଇ ଟ୍ରାକ୍ଟର କେଉଁଠିକୁ ଗଲା ସମସ୍ତଙ୍କ ମନରେ ସନ୍ଦେହ ଥିବାଵେଳେ ଆଜି ସାର ମିଳିନଥିବା ଆହୁରି ସନ୍ଦେହକୁ ଦ୍ଵିଗୁଣିତ କରିଛି। ହେଲେ କୃଷି ଅଧିକାରୀ ସାର ଷ୍ଟକ୍ ନେଇ ତଦନ୍ତ କଲେ ସତ, କିନ୍ତୁ କେତେ ଆସିଥିଲା କାହାକୁ ଦିଆଗଲା, ହେଲେ ଲୋକଙ୍କ ଅଭିଯୋଗ ପ୍ରକାରେ ଟ୍ରାକ୍ଟର ଲୋଡ ସାର କାହାକୁ ଦିଆଗଲା ସେନେଇ କୃଷିଅଧିକାରୀଙ୍କ ସ୍ପଷ୍ଟୀକରଣ ମିଳିନଥିବାରୁ ଅଧିକିରୀଙ୍କ ସମ୍ପୃକ୍ତି ଥାଇ ପାରେ ବୋଲି ସାଧାରଣରେ ଆଲୋଚନା ହେଉଛି।