ପୁରା ଖବର ବିଷୟରେ



ନକ୍ସଲବାଡୀ ଆନ୍ଦୋଳନ କୃଷକ ନେତା କମ୍ରେଡ ଚାରୁ ମଜୁମଦାରଙ୍କ ୫୦ ତମ ସହିଦ ଦିବସ ପାଳନ

Jul 29 2022 11:20AM
(ପ୍ରସାଦ ଲିମାଙ୍କ ରିପୋର୍ଟ) ରାୟଗଡ଼ା ଜିଲ୍ଲା ଗୁଣୁପୁର ଉପଖଣ୍ଡ ଅନ୍ତର୍ଗତ ଲୁଙ୍ଗୁରୁତାଲ ଓ ମେଟାକର୍ଣ୍ଣାଗୁଡା ଠାରେ ସିପିଆଇ (ଏମଏଲ) ଲିବରେସନ ଜିଲ୍ଲା ସମ୍ପାଦକ ଶ୍ରୀ ତ୍ରିପତୀ ଗମାଙ୍ଗଙ୍କ ନେତୃତ୍ବରେ ଗରିବ ଖଟିଖିଆ ମଜୁରିଆ ମେହନତି ମଣିଷର କୃଷକ ନେତା କମ୍ରେଡ ସ୍ବର୍ଗତ ଚାରୁ ମଜୁମଦାରଙ୍କ ୫୦ ତମ ସହିଦ ଦିବସ ପାଳିତ ହୋଇଯାଇଛି । ସେ ୧୯୪୦ ଦଶକ ପୂର୍ବରୁ ଅବିଭକ୍ତ କଲିକତାର ଦଳିତ ଗରିବ କୃଷକ ମାନଙ୍କୁ ଏକତ୍ରିତ କରାଇ ସାରା ବର୍ଷରେ ବୈପ୍ଳବିକ କୃଷକ ସଂଗ୍ରାମକୁ ତୀବ୍ର କରିଥିଲେ । ବର୍ଷ ବର୍ଷ ଧରି କମ୍ୟୁନିଷ୍ଟ ସଂଗଠକ ଭାବରେ କାର୍ଯ୍ୟ ତୁଲାଇଥିବା ବେଳେ ଅନ୍ୟ ପକ୍ଷରେ ଐତିହାସିକ "ତେଭାଗା" ଆନ୍ଦୋଳନର ଅନ୍ୟତମ ପୁରୁଧା ସଂଗଠକ ଭାବରେ ଆନ୍ଦୋଳନ କରିଥିଲେ । ତାଙ୍କର ଅକ୍ଳାନ୍ତ ପରିଶ୍ରମ ଓ ସଚେତନତା ବାର୍ତ୍ତା ଆଜି ସିପିଆଇ (ଏମଏଲ) ଲିବରେସନ ପାର୍ଟି ମୂଖ୍ୟ ଶ୍ରୋତରେ ପହଞ୍ଚିଛି । ତାଙ୍କର ପ୍ରେରଣାର ଅନୁପ୍ରାଣିତ ହୋଇ ତାଙ୍କୁ ମନେ ପକାଇ ଆଜିର ଦିବସ ପାଳନ କରିବା ସହ ଆଗାମୀ ଦିନରେ ଗଣତନ୍ତ୍ରକୁ ଫାସିଷ୍ଟ ହିନ୍ଦୁ ରାଷ୍ଟ୍ରର ଗୁମ୍ଫାରେ ବନ୍ଦ କରି ଧର୍ମ ନିରପେକ୍ଷତା ଗଣତାନ୍ତ୍ରିକ ଓ ସାମ୍ବିଧାନିକ ଏକ ବିପଦରେ ରହିଥିବା ସ୍ଥଳେ ସିପିଆଇ (ଏମଏଲ) ଲିବରେସନ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ପାଇଁ ଜନସାଧାରଣଙ୍କୁ ଆହ୍ବାନ ଦିଆଯାଇଛି । ଗଣତାନ୍ତ୍ରିକ ଓ ସାମ୍ବିଧାନିକ ଅକ୍ଷୁର୍ଣ୍ଣତାକୁ ବଜାୟ ରଖିବାକୁ ସିପିଆଇ ଏମଏଲ ଲିବରେସନ ୨୦୨୩ ଫେବୃଆରୀ ୧୫ ତାରିଖ ଠାରୁ ୨୦ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ସର୍ବଭାରତୀୟ ସମ୍ମିଳନୀ ସଫଳ କରିବା ପାଇଁ ବିଭିନ୍ନ ଗଣ ସଙ୍ଗଠନ ସଭ୍ୟ ସଂଗ୍ରହ ଏବଂ ବ୍ଳକ ସ୍ତରରୁ ଜିଲ୍ଲା ଓ ରାଜ୍ୟ ସ୍ତରୀୟ ସମ୍ମିଳନୀ କରିବା ପାଇଁ ଆହ୍ୱାନ ଦିଆଯାଇଛି । ଏହି ଅବସରରେ ସିପିଆଇ (ଏମଏଲ) ଲିବରେସନ ଜିଲ୍ଲା ସମ୍ପାଦକ ଶ୍ରୀ ତ୍ରିପତୀ ଗମାଙ୍ଗ, ଆଦିବାସୀ ସଂଘର୍ଷ ମୋର୍ଚ୍ଚା ଶ୍ରୀ ଅନାସୀମ ଶବର, କୈଳାସ ଶବର,ରାଇନା ଶବର ପଇତ ଶବର,ମଜେଶ ଶବର, ବିପ୍ଳବୀ ଯୁବକ ସଂଘ ସଞ୍ଜୟ ଶବର, ଏବଂ ସିପିଆଇ ଏମଏଲ ଲିବରେସନ କମିଟି ସଭ୍ୟ ଜେମସ ଶବର ସମେତ ଶତାଧିକ ମହିଳା ଓ ପୁରୁଷ ଯୋଗ ଦେଇଥିଲେ ।