ପୁରା ଖବର ବିଷୟରେ



ଅବ୍ୟବସ୍ଥା ଭିତରେ ପେଣ୍ଟା ଛାତ୍ରାବାସ , ଧ୍ୟାନ ଦେଉନି ଶିକ୍ଷା ବିଭାଗ

Jul 28 2022 7:24PM
(ରମେଶ ଇପିଲିଙ୍କ ରିପୋର୍ଟ) ରାୟଗଡ଼ା ଜିଲ୍ଲା ସ୍ଥିତ ସଦର ବ୍ଲକ ପେଣ୍ଟା ପଞ୍ଚାୟତରେ ଥିବା ଛାତ୍ର ବାସ ଅତି ଦୟନୀୟ ଅବସ୍ଥାରେ ପଡ଼ି ରହିଛି ଉକ୍ତ ଛାତ୍ରାବାସ 100 ସଜ୍ଜା ବିଶିଷ୍ଟ ହୋଇଥିବା ବେଳେ ଏଥିରେ ଛାତ୍ର ମାନେ ଅତି କଷ୍ଟରେ ରହିଥିବା ଦେଖିବାକୁ ମିଳିଛି । ଏହି ହଷ୍ଟେଲ ର ଖାଦ୍ୟ ଅତି ନିମ୍ନ ମାନର ହୋଇଥିବା ବେଳେ ଏହାର ପରିବେଶ ସମ୍ପୂର୍ଣ୍ଣ ଭାବେ ରୋଗକୁ ଆମନ୍ତ୍ରଣ କରିବା ଭଳି ଦେଖିବାକୁ ମିଳିଛି ଏହି ହଷ୍ଟେଲ ଚାରିପଟେ ସର୍ବଦା ପାଣି ଜମି ରହୁଥିବା ବେଳେ ଉକ୍ତ ହଷ୍ଟେଲ ରେ ଥିବା ସେଫ୍ଟୀ ଟ୍ୟାଙ୍କ ରୁ ବାହାରକୁ ମଇଳା ବାହାରି ଦୁର୍ଗନ୍ଧ ରେ ପରିବେଶ ପ୍ରଭାବିତ ହେଉଥିବା ନଜର କୁ ଆସିଛି । ଏଥି ପ୍ରତି ସଜାଗ ନହେଲେ ବର୍ତ୍ତମାନ ରାୟଗଡ଼ା ଜିଲ୍ଲାରେ ଯେଉଁ ହଇଜାର ଆତଙ୍କ ଦେଖାଦେଇଛି ସେଭଳି ପରିସ୍ଥିିତୀ ଏଠାରେ ସୃଷ୍ଟି ନହେବ ତାହା କହି ହେବ ନାହିଁ । ପ୍ରାୟ 1 ବର୍ଷ ହେବ ଏଭଳି ପରିସ୍ଥିତି ରେ ଉକ୍ତ ପେଣ୍ଟା ଛାତ୍ରାବାସ ଚାଲିଥିବା ବେଳେ ଏଥିପାଇଁ ନା ଏଠାର ଶିକ୍ଷକ ଶିକ୍ଷୟତ୍ରୀ ନା ଶିକ୍ଷା ବିଭାଗ ନା ମଙ୍ଗଳ ବିଭାଗ ଏଥି ପ୍ରତି ଦୃଷ୍ଟି ଦେଉଚି ।ଯଦି ଶୀଘ୍ର ଏହି ଛାତ୍ରବାସ ପ୍ରତି ଧ୍ୟାନ ନ ଦିଆଯାଏ ତାହେଲେ ଏଠାରେ ଏକ ଭୟାବହ ପରିସ୍ଥିତି ସୃଷ୍ଟି ନ ହେବ ତାହା କହିହେବ ନାହିଁ ।