ପୁରା ଖବର ବିଷୟରେ



ମାଁ ମାଣିକେଶ୍ଵରୀ ସାହିତ୍ୟ,ସଂସ୍କୃତି ଓ କଳାପରିଷଦ ଗୁଡ଼ାରୀ ପକ୍ଷରୁ ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ

Jul 27 2022 11:53AM
(ପ୍ରସାଦ ଲିମାଙ୍କ ରିପୋର୍ଟ) ରାୟଗଡ଼ା ଜିଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦ ଗୁଡ଼ାରୀ ସଦର ମହକୁମା ସ୍ଥିତ ପୁରୁଣା ପୋଷ୍ଟ ଅଫିସ୍ ସାହି ନିକଟସ୍ଥ ମୂଖ୍ୟ ରାସ୍ତାରେ ମାଁ ମାଣିକେଶ୍ଵରୀ ସାହିତ୍ୟ ସଂସ୍କୃତି ଓ କଳାପରିଷଦ ଗୁଡ଼ାରୀ ପକ୍ଷରୁ ସଭାପତି ଶ୍ରୀ ନରସିଂହ ପାଣିଗ୍ରାହୀଙ୍କ ସଭାପତିତ୍ବରେ ଏବଂ ସମ୍ପାଦକ ଶ୍ରୀ ଗୋୖରୀ ଶଙ୍କର ମିଶ୍ରଙ୍କ ତତ୍ତ୍ୱାବଧାନରେ ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୂଖ୍ୟ ଅତିଥି ଭାବେ ସ୍ଥାନୀୟ ତହସିଲଦାର ଶ୍ରୀମତି ଭାରତୀ ଦେବୀ, ସମ୍ମାନିତ ଅତିଥି ଶ୍ରୀ ଦିବ୍ୟସିଂହ ମିଶ୍ର, ସମ୍ମାନିତ ଅତିଥି ଶ୍ରୀ ରଘୁନାଥ ପାତ୍ର, ମଞ୍ଚାସୀନ ରହିଥିବା ବେଳେ ଉକ୍ତ କାର୍ଯ୍ୟକ୍ରମରେ କଳା ପରିଷଦ ପକ୍ଷରୁ ନିମନ୍ତ୍ରିତ ଅତିଥି ମାନଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ ଜଣାଇବା ସହ ଉପଢ଼ୌକନ ଦେଇ ସମ୍ମାନିତ କରିଥିଲେ । ମଞ୍ଚାସୀନ ଅତିଥି ମାନଙ୍କୁ ପ୍ରାରମ୍ଭିକ ସଂଗିତ ସହ ଅତିଥିମାନଙ୍କ ଦ୍ଵାରା ପ୍ରଦିପ ପ୍ରଜ୍ବଳନ, ସଭାପତିଙ୍କ ବକ୍ତବ୍ୟ, ସମ୍ପାଦକୀୟ ମଣ୍ଡଳୀଙ୍କ ବିବରଣୀ ପଠନ, ମୂଖ୍ୟ ଅତିଥିଙ୍କ ଅଭିଭାଷଣ ସହ ସ୍ଥାନୀୟ କଳାକାର ମାନଙ୍କୁ ନେଇ ସଙ୍ଗୀତ ପରିବେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମ ମାଧ୍ୟମରେ ସ୍ଥାନୀୟ ବଦାନ୍ୟ ଓ ସ୍ବେଚ୍ଛାସେବୀ ବ୍ୟକ୍ତିମାନଙ୍କୁ ମାନପତ୍ର ଦ୍ଵାରା ସମ୍ମାନିତ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ପୂର୍ବତନ ବିଧାନସଭା ସଦସ୍ୟ (୧୯୫୭-୧୯୬୭) ସର୍ବକାଳୀନ ବରପୁତ୍ର ସମ୍ମାନ ସ୍ବର୍ଗତ ନରସିଂହ ପାତ୍ର, ଆଦର୍ଶ ଶିକ୍ଷକ ସମ୍ମାନ ଶ୍ରୀ ତ୍ରିନାଥ ରଥ, ଭୂମିପୁତ୍ର ସମ୍ମାନ ଶ୍ରୀ ସୁଶାନ୍ତ କୁମାର ପାଣିଗ୍ରାହୀ, ବଣମଲ୍ଲୀ ସମ୍ମାନ ଶ୍ରୀ ଗଙ୍ଗାଧର ଚଲାଣ, ସାହିତ୍ୟ ସମ୍ମାନ ଶ୍ରୀ ନରସିଂହ ଶତପଥୀ, ନିଃସ୍ଵାର୍ଥପର ସେବା ସମ୍ମାନ ଶ୍ରୀ ବିଭୂତି ନନ୍ଦ, ଜନପ୍ରିୟ ସାମାଜିକ କର୍ମୀ ସମ୍ମାନ ଶ୍ରୀ ସୁଶାନ୍ତ କୁମାର ପଣ୍ଡାଙ୍କୁ ପ୍ରଦାନ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମ ଆନୁଷ୍ଠାନିକ ଭାବେ ପ୍ରଦାନ କରାଯାଇଥିବା ବେଳେ ଅନୁଷ୍ଠାନର ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ ।