ପୁରା ଖବର ବିଷୟରେ



ଏମ୍ ବି କେ ଓ ସି ଆର୍ ପି ମାନେ ରାୟଗଡ଼ା ବ୍ଲକ ବି ପି ଏମ୍ ଙ୍କ ବିରୁଦ୍ଧରେ କରିଥିବା ଅଭିଯୋଗ, 7 ଦିନ ଭିତରେ ସମାଧାନ କରିବାକୁ ବି ଡି ଓ ଙ୍କ ଆଶ୍ଵାସନା

Jul 26 2022 1:48PM
(ରମେଶ ଇପିଲିଙ୍କ ରିପୋର୍ଟ) ରାୟଗଡ଼ା ଜିଲ୍ଲା ରାୟଗଡ଼ା ବ୍ଳକ ର ସମସ୍ତ 28ଟି ପଂଚାୟତର ଓଡିଶା ଜୀବିକା ମିଶନ ର ଏମ୍ ବି କେ ଓ ସି ଆର୍ ପି ମାନେ ଗତ 15ଦିନ ହେବ ରାୟଗଡ଼ା ବି ପି ଏମ୍ ଙ୍କ ବିରୁଦ୍ଧରେ ଦରମା ଦେଉନଥିବା ତଥା ତାଙ୍କ ର ସମସ୍ତ କାଗଜ ପତ୍ର ଓ ବ୍ୟାଙ୍କ୍ ପାସ ବୁକ୍ ନିଜ ପାଖରେ ରଖି ସବୁବେଳେ ହଇରାଣ କରୁଥିବା କଥା ପ୍ରଶାସନ ଆଗରେ ରଖିଥିଲେ ମଧ୍ୟ ଏଯାବତ୍ ରାୟଗଡ଼ା ବି ପି ଏମ୍ ଙ୍କ ବିରୁଦ୍ଧ ରେ କୌଣସି ବିଭାଗ ତତଫରୁ କାର୍ଯ୍ୟାନୁଷ୍ଠାନ ନନେବା ଏକ ପ୍ରକାର ବିକ୍ଷୋଭ ଓ ଧାରଣା କୁ ଡାକରା ଦେଇଥିବା ଭଳି ମନେ ହେଉଛି । ଏହି ବିଷୟରେ ବିଡ଼ିଓ କେବଳ ପ୍ରତିଶୃତି ଦେଉଥିବା ବେଳେ ଏହା କାର୍ଯ୍ୟକାରୀ କେବେ ହେବ ତାହା ଦେଖିବା କଥା । ସୂଚନା ମୁତାବକ ରାୟଗଡ଼ା ଓଡିଶା ଜୀବିକା ମିଶନ ର ବି ପି ଏମ୍ ଶ୍ରୀମତୀ କମଳିନୀ ପଢିହାରୀ ନିଜର ପତିଆରା ଜାହିର କରି ସବୁବେଳେ ରାୟଗଡ଼ା ବ୍ଲକ ର ଅଧିକାଂଶ ଓଡିଶା ଜୀବିକା ମିଶନ ରେ କାର୍ଯ୍ୟ କରୁଥିବା ଏମ୍ ବି କେ ଓ ସି ଆର୍ ପି ମାନଙ୍କୁ ହଇରାଣ କରୁଥିବା ଏବଂ ଜାତିଆଣ ଭେଦ ଭାବ ଦେଖାଉଥିବା ଅଭିଯୋଗ କରିଥିବା ବେଳେ ଉଚ୍ଚ ପଦସ୍ଥ ଅଧିକାରୀ ମାନେ ଏହାକୁ ଅଣଦେଖା କରି ବି ପି ଏମ୍ ଶ୍ରୀମତୀ ପଢ଼ିହରୀଙ୍କୁ ଘଣ୍ଟ ଘୋଡାଉଥିବା ବେଳେ ଏବେ ଏହି ଘଟଣା କୁ ନେଇ ଜୋର୍ ଧରିଛି। କିଛି ଏମ୍ ବି କେ ଓ ସି ଆର୍ ପି ନିଜେ କାନ୍ଦି କାନ୍ଦି ନିଜ ନିଜର ଦୁଃଖ ଜଣାଇଲେ ମଧ୍ୟ ଏହି ଗୁରୁତର ଘଟଣା କୁ ଗୁରୁତ୍ଵ ଦେଉନଥିବା ଜଣାପଡିଛି । ଆଜି ସମସ୍ତ ଏମ୍ ବି କେ ଓ ସି ଆର୍ ପି ଙ୍କୁ ନେଇ ସମାଧାନ ର ବାଟ କାଢିବା ପାଇଁ ରାୟଗଡ଼ା ବିଡ଼ିଓ ଏକ ବୈଠକ ଡାକିଥିଲେ ମଧ୍ୟ ଏହାର ସମାଧାନ ନକରି ଧଳା କାଗଜରେ ସମସ୍ତ ଙ୍କୁ ଦସ୍ତଖତ କରିବା ପାଇଁ କହି ଦସ୍ତଖତ ନେଇଥିବା ଏମ୍ ବି କେ ଓ ସି ଆର୍ ପି ମାନେ ଅଭିଯୋଗ କରିଥିଲେ । ପରେ ରାୟଗଡ଼ା ବି ଡି ଓ ରାୟଗଡ଼ା ବି ପି ଏମ୍ ଙ୍କୁ ବଦଳି କରିବା ପାଇଁ ଉପରିସ୍ଥ ଅଧିକାରୀଙ୍କ ନିକଟରେ ଉପସ୍ଥାପନ କରାଯିବ ବୋଲି ଆଶ୍ଵାସନା ଦେଇଥିଲେ । ଏଭଳି ପରିସ୍ଥିତିରେ ଏମ୍ ବି କେ ଓ ସି ଆର୍ ପି ମାନଙ୍କ ବର୍ଦ୍ଧିତ ଦରମା , ତଥା ଅନ୍ୟାନ୍ୟ ଅଭିଯୋଗ ଉପରେ ଆଲୋଚନା କରି ଶୀଘ୍ର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।