ପୁରା ଖବର ବିଷୟରେ



ନାରୀ ସଶକ୍ତି କରଣପାଇଁ ଉଦଳା ବ୍ଲକ ସଭା ଗୃହରେ, ଆଇନ ଚେତନା ଶିବିର ହୋଇଯାଇଛି ଅନୁଷ୍ଠିତ

Jul 25 2022 10:37AM
(ରାଜିବ ବେହେରାଙ୍କ ରିପୋର୍ଟ) - ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳା ବିଜ୍ଞାପିତ ଅଞ୍ଚକ ପରିଷଦର ରବିବାର25/07/2022ରିଖ ସମୟ 9ଘଟିକା ସମୟରେ ଉଦଳା ବ୍ଲକ ସଭାଗୃହରେ "ତାଲୁକ ଲିଗାଲ ସର୍ଭିସ କମିଟି, ଉଦଳା, ମୟୁରଭଞ୍ଜ ତରଫରୁ ଲିଗାଲ ଆୱେରନେସ ପ୍ରଗାମ ମାଧ୍ୟମରେ "ନାରୀ ସଶକ୍ତି କରଣ କରଣ ଉପରେ ବିଶେଷ ଗୁରୁତ୍ବ ଦେଇଥିଲେ, ଉକ୍ତ ସଭାପରିଚାଳନା ରେ ନିହାର ରଞ୍ଜନ ଲେଙ୍କା ତାଲୁକ ସେବାସମିତି ସେକ୍ରେଟାରୀ ଉଦଳା ଉପସ୍ଥିତ ଥିବା ବେଳେ ବାରିପଦା ଆଡିସନାଲ ଡିଷ୍ଟ୍ରିକ ଜର୍ଜ, ଆଡିସନାଲ ଏସ. ପି ମୟୁରଭଞ୍ଜ, ୱାଇନସବ ସେଣ୍ଟର ର କୋଡିନେଟର ଏସ. ଡି. ଯେ. ଏମ ମୋନିଲା ତ୍ରିପାଠୀ,ଡିଷ୍ଟ୍ରିକ ଲିଗାଲ ସର୍ଭିସ ଅଥରେଟି ସମେତ ବହୁ ମହିଳା କର୍ମୀ ମାନେ ଉକ୍ତଶିବିର ରେ ଉପସ୍ଥିତ ଥିଲେ, ଏହି ଶିବିରରେ ଉଦଳା ବାର ଆସୋସିଏସନ ର ସମ୍ପାଦକ ବସନ୍ତ କୁମାର ପରିଡା, ବରିଷ୍ଠ ଓକିଲ ସରୋଜ ରଞ୍ଜନ ବେହେରା,ରତିକାନ୍ତ ବେହେରା ସହଯୋଗ କରିଥିବା ବେଳେ, ମୁଖ୍ୟ ଅତିଥି ଦୀପ ପ୍ରଜ୍ୱଳନ କରି କରି ଶୁଭାରମ୍ଭ କରି ସମସ୍ତେ ନାରୀ ସୁରକ୍ଷା , ନାରୀ ସଶକ୍ତି କରଣ ଉପରେ ଆଲୋକପାତ କରିଥିଲେ l ନାରୀ ସଶକ୍ତି କରଣ କରାଇବା ଅର୍ଥାତ ନାରୀକୁ ସବୁ କ୍ଷେତ୍ରରେ କ୍ରିୟା ଶିଳ କରାଇବା lବହୁ ପ୍ରତିଭା ର ଅଧିକାରିଣୀ ନାରୀ ହୋଇଥିଲେ ହେଁ, ପୁରୁଷ ପ୍ରଧାନ ସମାଜରେ ସେମାନେ ତାଙ୍କର ପ୍ରତିଭାର ଉପଯୋଗ କରିବାର ସୁଯୋଗ ପାଇ ନାହାନ୍ତି, ନାରୀ ଶକ୍ତି ଓ ସମର୍ଥ୍ୟ ସମ୍ମାନ ପ୍ରଦର୍ଶନ କରିବା, ସେମାନଙ୍କୁ ସଙ୍ଗରତ କରି ସେମାନଙ୍କ ମଧ୍ୟରେ ଜାଗରଣ ସୃଷ୍ଟି କରିବା ନାରୀ ସଶକ୍ତି କରଣ ର ମୁଖ୍ୟ ଉଦେଶ୍ୟ l