ପୁରା ଖବର ବିଷୟରେ



ଆମ ଦୁର୍ଗାପୂଜା କମିଟି ତଥା ଉଦଳା କ୍ରିକେଟ ଆସୋସିଏସନ ତରଫରୁ ହାଇସ୍କୁଲ ଛକ ନିକଟରେ ଶୋକ ସଭା ହୋଇଛି ପାଳିତ

Jul 25 2022 5:46AM
(ରାଜିବ ବେହେରାଙ୍କ ରିପୋର୍ଟ) ଧୀରେନ୍ଦ୍ର ବିଶ୍ୱାଳ ଙ୍କ ଅକାଳ ବିୟୋଗରେ ଅଞ୍ଚଳରେ ତଥା ଆମ ଦୁର୍ଗାପୂଜା କମିଟି ଏବଂ କ୍ରିକେଟ ଆସୋସିଏସନ ସଦସ୍ୟ ସମସ୍ତେ ଦୁଃଖରେ ମର୍ମାହତ l ସୂଚନା ମୁତାବକ ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ ର ମୃତ ଧୀରେନ୍ଦ୍ର ବିଶ୍ୱାଳ ଜଣେ ବରିଷ୍ଠ ଜଣାଶୁଣା ଠିକାଦାର ତଥା ଉଦଳା କ୍ରିକେଟ ଆସୋସିଏସନ ଜଣେ ବରିଷ୍ଠ ସଦସ୍ୟ ଥିବାର ସୂଚନା ହସ୍ତଗତ l 85 ବର୍ଷ ବୟସରେ ଧୀରେନ୍ଦ୍ର ବିଶ୍ୱାଳ ଗତ 20/7/2022 ରିଖରେ ଉଦଳା କଲେଜ ରଡ଼ ନିକଟ ବାସଭବନରେ ଚିକିତ୍ସା ଧୀନ ଅବସ୍ଥା ରେ ମୃତ୍ୟୁ ଘଟିଥିଲା l ଶୋକାକୁଳ ପରିବେଶ ମଧ୍ୟରେ ଶବ ସତ୍କାର କରାଯାଇଥିବା ବେଳେ ଶନିବାର ଉଦଳା ଅତୁଲ ଛକ ନିକଟରେ ଆମେ ଦୁର୍ଗାପୂଜା କମିଟି ଓ କ୍ରିକେଟ ଆସୋସିଏସସନ କ୍ଲଵ ର ମିଳିତ ସହଯୋଗ କ୍ରମେ ଏକ ଶୋଭା ଅନୁଷ୍ଠିତ ହୋଇଯାଇଛି l ଉକ୍ତ ଶୋକ ସଭାରେ ପୂର୍ବତନ ବିଧାୟକ ଶ୍ରୀନାଥ ସୋରେନ ଥିବା ବେଳେ ସଭାରେ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିବାବେଳେ ଉକ୍ତ ଶୋକ ସଭାରେ ସ୍ୱର୍ଗ ବାସୀ ଧୀରେନ୍ଦ୍ର ବିଶ୍ୱାଳ ଙ୍କ ଫଟୋ ଚିତ୍ର ରେ ପୁଷ୍ପ ମାଳା ଅର୍ପଣ କରି ସମସ୍ତେ 1ମିନିଟ ନିରବ ପ୍ରାର୍ଥନା କରିଛନ୍ତି l