ପୁରା ଖବର ବିଷୟରେ



ବ୍ଲକ ସ୍ଥରୀୟ ନବନିର୍ବାଚିତ ପି.ଆର.ଆଇ. ମେମ୍ବର, ସ୍ବେଛାସେବୀ ଓ ବିଭାଗୀୟ ଅଧିକାରୀ ମାନଙ୍କୁ ନେଇ ଶିଶୁ ସୁରକ୍ଷା ସଚେତନତା ଶିବିର ଅନୁଷ୍ଠିତ

Jul 23 2022 9:27AM
(ଦକ୍ଷିଣ ଓଡ଼ିଶା ବ୍ୟୁରୋ ହେଡ ପ୍ରସାଦ ଲିମାଙ୍କ ରିପୋର୍ଟ) ରାୟଗଡା ଜିଲ୍ଲା ଗୁଡ଼ାରୀ ବ୍ଲକ କାର୍ଯ୍ୟାଳୟ ସଦଭାବନା କକ୍ଷରେ ବିଡ଼ିଓ ଶ୍ରୀ ନୃସିଂହ ଚରଣ ସେଠୀଙ୍କ ଅଧ୍ୟକ୍ଷତାରେ ଏବଂ ସମିତି ଅଧ୍ୟକ୍ଷା ଶ୍ରୀମତି ଲକ୍ଷ୍ମୀ ଶବରଙ୍କ ସଭାପତିତ୍ୱରେ ବ୍ଲକ ସ୍ତରୀୟ ନବନିର୍ବାଚିତ ପି.ଆର.ଆଇ. ମେମ୍ବର, ସ୍ବେଛାସେବୀ ଓ ବିଭାଗୀୟ ଅଧିକାରୀ ମାନଙ୍କୁ ନେଇ ଶିଶୁ ସୁରକ୍ଷା ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସମିତି ଅଧ୍ୟକ୍ଷା ଶ୍ରୀମତି ଲକ୍ଷ୍ମୀ ଶବର, ବିଡ଼ିଓ ଶ୍ରୀ ନୃସିଂହ ଚରଣ ସେଠୀ, ତହସିଲଦାର ଶ୍ରୀମତି ଭାରତୀ ଦେବୀ, ସିଡିପିଓ ଶ୍ରୀମତି ପୁଷ୍ପାଞ୍ଜଳି ପଟ୍ଟନାୟକ, ସମାଜସେବୀ ଡିସିପିୟୁ ରାୟଗଡ଼ା, ସହାୟକ ଉପ ଆରକ୍ଷୀ ଅଧିକାରୀ ଶ୍ରୀ ଜ୍ୟଚିନ୍ଦ୍ର ସାହୁ ପ୍ରମୁଖ ମଞ୍ଚାସିନ ରହି ଶିଶୁ ସୁରକ୍ଷା ନିମନ୍ତେ ବିଭିନ୍ନ ପ୍ରକାରର ଆଇନ କାନୁନ ଓ ଦାୟିତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ ।ଏହି ଅବସରରେ ବ୍ଲକର ୯ ଗୋଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ସ୍ବେଚ୍ଛାସେବୀ ଓ ସ୍ବେଛାସେବୀ ଅନୁଷ୍ଠାନ, ପ୍ରତିନିଧିତ୍ଵ ଏବଂ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ଶିଶୁ ସୁରକ୍ଷା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ।