ପୁରା ଖବର ବିଷୟରେ



ଜିଲ୍ଲାପାଳଙ୍କ କୋଲନାରା ବ୍ଲକ ଗସ୍ତ

Jul 22 2022 10:21PM
(ରମେଶ ଇପିଲିଙ୍କ ରିପୋର୍ଟ) ଜିଲ୍ଲାପାଳଙ୍କ କୋଲନାରା ବ୍ଲକ ଗସ୍ତ "୩୧ଟି ବିଦ୍ୟାଳୟକୁ ଆର ଓ ଆର ପଟ୍ଟା ପ୍ରଦାନ ଓ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଅନୁଧ୍ୟାନ " ରାୟଗଡ : ରାୟଗଡ ଜିଲ୍ଲାପାଳ ଶ୍ରୀମତୀ ସ୍ୱଧା ଦେଵସିଂ ଗତ ତା ୨୧/୦୭/୨୨ରିଖଦିନ କୋଲନାରା ବ୍ଳକ ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପରିଦର୍ଶନ କରିଛନ୍ତି l ବ୍ଲକ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ତହସିଲଦାର ତରଫରୁ ୩୧ଟି ବିଦ୍ୟାଳୟକୁ ଆରଓ ଆର ପଟ୍ଟାକୁ ଜିଲାପାଳ ପ୍ରଦାନ କରୁଥିଲେ l ଏହାପରେ ଜଗଦମ୍ବା 5T ଉଚ୍ଚ ବିଦ୍ୟାଳୟକୁ ପରିଦର୍ଶନ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସହିତ ଆଲୋଚନା କରିଥିଲେ l ଏହା ପରେ ଦୁମୁରିଗୁଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କେ.ଡେଙ୍ଗାସର୍ଗି ଗ୍ରାମକୁ ଯାଇ ନନ୍ଦିଘୋଷ ସ୍ଵୟଂସାହାୟକ ଦ୍ୱାରା କରାଯାଇଥିବା ମହୁଚାଷକୁ ଓ ଏହା ପୂର୍ବରୁ କରାଯାଇଥିବା ଗେଣ୍ଡୁ ଚାଷ ବୁଲିଦେଖିବା ସହିତ ସ୍ଵୟଂ ସାହାୟକ ଗୋଷ୍ଠୀର ମହିଳା ସଦସ୍ୟ ମାନଙ୍କ ସହିତ ଆଲୋଚନା କରିଥିଲେ l ଏହାପରେ ଖେଡାପଡା ଗ୍ରାମ ପଂଚାୟତ ଅନ୍ତର୍ଗତ ଦେଓଗାଁରେ ନିର୍ମାଣଧୀନ ଅମୃତ ପୋଖରୀ ପରିଦର୍ଶନ କରି କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ କନିଷ୍ଟ ଯନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ l ଏହି ଗ୍ରାମରେ ଅବସ୍ଥିତ ମିଶନ ଶକ୍ତିଗୃହ ପରିଦର୍ଶନ କରି ସେଠାରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟଙ୍କ ସହ ଵୃକ୍ଷ ରୋପଣ କରିଥିଲେ l ସେଠାରୁ ଖେଡାପଡା ସରକାରୀ ଆବାସିକ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଏବଂ ଛାତ୍ରଛାତ୍ରୀ ସହିତ ଆଲୋଚନା କରିଥିଲେ l ଏହାପରେ ଗୌଗୁଡ଼ା ଠାରେ ନିର୍ମାଣଧୀନ ଅମୃତ ପୋଖରୀ ପରିଦର୍ଶନ କରି କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ବିଡିଓ ସହିତ ଆଲୋଚନା କରିଥିଲେ l ଏହାପରେ ଗୌଡ଼ଗୁଡା ଠାରେ ଜୀବିକା ମିଶନ ଜରିଆରେ ମହିଳା ସ୍ଵୟଂ ସାହାୟକ ଦ୍ୱାରା କରାଯାଇଥିବ ପନିପରିବା ଚାରା ଉତ୍ପାଦନ କେନ୍ଦ୍ର ବୁଲିଦେଖିଥିଲେ ଏବଂ ମହିଳା ସ୍ଵୟଂ ସାହାୟକl ସଦସ୍ୟା ମାନଙ୍କ ସହିତ ବର୍ଷସାରା ଚାଷବାସ,ପାନିୟ ଜଳ ଓ ଗୋଷ୍ଠୀ ପାଇଖାନା ସମ୍ପର୍କରେ ଆଲୋଚନା କରିଥିଲେ l ଏହାର ତୁରନ୍ତ ପଦ୍ଧକ୍ଷେପ ନେବାକୁ ବିଭଗୀୟ ଅଧିକାରୀ ମାନଙ୍କୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ l ଶେଷରେ ଜିଲ୍ଲା ପାଳ ଥେରୁବାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରେଳିବାଦୀ ଗ୍ରାମକୁ ଯାଇ କାଜୁ ପ୍ଲାଣ୍ଟସେନ ବୁଲିଦେଖିଥିଲେ l ମହିଳା ସ୍ଵୟଂ ସାହାୟକ ଗୋଷ୍ଠୀ ସହିତ ବଗିଚାର ପରିଚାଳନା ବିଷୟରେ ଆଲୋଚନା କରିଥିଲେ l ଗ୍ରାମ ପଂଚାୟତରୁ ଲିଜ ନେଇଥିବା ପୋଖରିକୁ ସଫା କରିବା ନିମନ୍ତେ ଜିଲାପାଳଙ୍କୁ ଅନୁରୋଧ କରିଥିଲେ l ଜିଲ୍ଲା ପାଳ ତୁରନ୍ତ ପଦକ୍ଷେପ ନେବାକୁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ l