ପୁରା ଖବର ବିଷୟରେ



62 କେଜି ଗଞ୍ଜେଇ ଜବତ

Jul 22 2022 5:12PM
(ରମେଶ ଇପିଲିଙ୍କ ରିପୋର୍ଟ) ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ ପଦ୍ମପୁର ପୋଲିସ ଟିମ୍ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଡୁମୁଲାପଦର ଗାଁ ନିକଟରେ 62 କେଜି ଓଜନର ଗଞ୍ଜେଇ ଧରିଥିଲେ । ​​ଯେତେବେଳେ ଅଭିଯୁକ୍ତମାନେ ବିହାର ରାଜ୍ୟକୁ ପରିବହନ କରୁଥିଲେ। ୦୩ ଜଣ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଇ କୋର୍ଟକୁ ପଠାଯାଇଛି। ମାମଲାର ତଦନ୍ତ ଚାଲିଛି। ରାୟଗଡା ପୋଲିସ୍ ଟିମ୍ ଯାଞ୍ଚ କରି ତିନି ଜଣ ଅଭିଯୁକ୍ତ ମାନଙ୍କ ନିକଟରୁ ୬୨ କିଲୋଗ୍ରାମର କାଟ୍ରା ବ୍ରାଣ୍ଡ ଗଞ୍ଜା ,ନଗଦ 630 ଟଙ୍କା, ତିନୋଟି ମୋବାଇଲ ଜବତ କରାଯାଇଛି। ପଦ୍ମପୁର ପୋଲିସ୍ ଥାନା କେସ ନମ୍ୱର ୯୦ ତାରିଖ ୨୦-୦୭-୨୦୨୨ u/s.୨୦b) (ii) (C) NDPS ଆକ୍ଟରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି। 03 ଅଭିଯୁକ୍ତଙ୍କୁ ରାୟଗଡା ପୋଲିସ ଗିରଫ କରି ମାନ୍ୟବର କୋର୍ଟକୁ ପଠାଇଲେ। |