ପୁରା ଖବର ବିଷୟରେ



କାଲେରୁ ଗ୍ରାମବାସୀଙ୍କୁ ଆନ୍ଧ୍ରର ଅଣଦେଖା,mv79ର ସ୍ୱାମୀ ବିବେକାନନ୍ଦ ୟୁଥ ଆସୋସିଏସନ ତରଫରୁ ରନ୍ଧା ଖାଦ୍ୟ ବଣ୍ଟନ

Jul 21 2022 11:41AM
(ଅମଲ କୁମାର ମଣ୍ଡଲ କଂ ରିପୋର୍ଟ) ଚଳିତ ବର୍ଷ ମୋଟୁ ରେ ବନ୍ୟା କ୍ଷୟକ୍ଷତି ତଥା ବନ୍ୟା ପରିସ୍ଥିତି ଗତ ତିନି ଦଶନ୍ଧି ର ଘଟିଥିବା ସମସ୍ତ ବନ୍ୟା ରେକର୍ଡ କାଟିଛି । ଓଡ଼ିଶା,ଆନ୍ଧ୍ର, ତେଲେଙ୍ଗାନା ଏହି ତିନି ଟି ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣରେ କ୍ଷୟକ୍ଷତି ଘଟିଛି । ବନ୍ୟା ଜଳ ଦିନକୁ ଦିନ କାମୁଥିବା ସତ୍ତ୍ୱେ ଏବେବି ଲୋକଙ୍କ ଘର ଜଳମଗ୍ନ ହୋଇ ରହିଛି । ଆନ୍ଧ୍ର ନିଜ ଅଞ୍ଚଳର କାଲେରୁ ଏବଂ ଆଖପାଖ ଅଞ୍ଚଳର ଲୋକଙ୍କୁ ଉଦ୍ଧାର କରିବା ତୋ ଦୂରର କଥା ରିଲିଫ ସାମଗ୍ରୀ ମଧ୍ୟ ଏପର୍ଯ୍ୟନ୍ତ ଯୋଗାଇବାରେ ବିଫଳ ହୋଇଛି । ଅନ୍ୟ ପକ୍ଷରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଉଦ୍ଧାର କାର୍ଯ୍ୟ ସହ ଶୁଖିଲା ଖାଦ୍ୟ ବିତରଣ ମଧ୍ୟ ହୋଇସାରିଛି କାଲେରୁ ବାସୀଙ୍କୁ । ଏହି ଘଡିସନ୍ଧି ମୁହୁତରେ ଏମ୍ ଭି ୭୯ ର ସ୍ୱାମୀ ବିବେକାନନ୍ଦ ୟୁଥ ଆସୋସିଏସନ ତରଫରୁ ଆଜି ମୋଟୁ ଠାରେ ମୋଟୁ, ଆଲମା,ମୁରଲୀ ଗୁଡ଼ା, ପେଣ୍ଟଟା, ରେଡିପାଲ, ଏବଂ କତାଗୁଡ଼ା ର ବନ୍ୟାଗ୍ରସ୍ତ ଲୋକଙ୍କୁ ରନ୍ଧା ଖାଦ୍ୟ ବିତରଣ କରିଥିଲେ । ଏହାବ୍ୟତୀତ ଆନ୍ଧ୍ର ର କାଲେରୁ ଏବଂ ଆଖପାଖ ଅଞ୍ଚଳରେ ଉଭୟ ଦିନ ଏବଂ ରାତ୍ର ଖାଇବା ପାଇଁ ରନ୍ଧା ଖାଦ୍ୟ,ପାନୀୟ ଜଳ ବଣ୍ଟନ କରି ଫେରିବା ସମୟରେ ଫସିରହିଥିବା ଟ୍ରକ ଡ୍ରାଇଭର ଏବଂ ଅନ୍ୟ ଯାନବାହନ ର ଚାଳକଙ୍କୁ ଖାଦ୍ୟ ବଣ୍ଟନ କରିଥିଲେ । ଏମ୍ ଭି ୭୯ ରୁ ଅଜିତ ବର୍ମନ,ସଂଜୀବ ହାଲଦାର,ପ୍ରହ୍ଲାଦଦାସ,ବାରିକ,ଚିରଞ୍ଜିତ ଵାଲା, ରାକେଶ ମଣ୍ଡଲ, ପାର୍ଥ ରାୟ,ଶୁଭଙ୍କର ମଣ୍ଡଲ ପ୍ରମୁଖଙ୍କ ସହ ପ୍ରାୟ ୫୦ ଯୁବ ସଦସ୍ୟ ୬୦୦ରୁ ଉର୍ଦ୍ଧ୍ଵ ଲୋକଙ୍କ ପାଇଁ ରନ୍ଧା ଖାଦ୍ୟ ସାମଗ୍ରୀ ସହ ମୋଟୁ ଅଞ୍ଚଳରେ ସହାୟତା ପାଇଁ ଯାଇଥିଲେ ।