ପୁରା ଖବର ବିଷୟରେ



Go india charity foundation ନାମକ ଏକ ସଂସ୍ଥା ନାମରେ ମିଥ୍ୟାରେ ଅର୍ଥ ଉଠାଣ ବେଳେ ଉଦଳା ପୋଲିସ ଦ୍ୱାରା ଜଣେ ଅଭିଯୁକ୍ତ ହୋଇଛି ଗିରଫ

Jul 21 2022 8:42AM
(ରାଜିବ ବେହେରାଙ୍କ ରିପୋର୍ଟ) - ମୟୁରଭଞ୍ଜ ଜିଲ୍ଲା ଉପଖଣ୍ଡ ଉଦଳା କପ୍ତିପଦା ରେ ବିଭିନ୍ନ ସମୟ ରେ ଦୁର୍ବୁତ୍ତ ମାନେ ଚୋରୀ, ଚିନ୍ତାଇ, ବ୍ୟାଙ୍କରୁ ଗହଣା ଠକେଇ ଭଳି ସଂଗୀନ ଅପରାଧ ଘଟାଇ ପୋଲିସ ପ୍ରଶାସନ ଆଖିରେ ଧୂଳି ଦେଇ ଖସି ଯିବାକୁ ସଫଳ ହେଉଥିବା ବେଳେ,କେତେକ କ୍ଷେତ୍ରରେ ଦୀର୍ଘଦିନ ଧରି ଟ୍ରାଫ କରି ପୋଲିସ ଚୋରକୁ ଧରିବାରେ ସଫଳତା ହାସଲ କରି ଚର୍ଚ୍ଚାରେ ଆସିଥିବା ବେଳେ,ରାଜ୍ୟରେ ଏବେ ବିଭିନ୍ନ ସମୟରେ ଠକ ମାନଙ୍କ ଶିକାର ହେଉଛନ୍ତି ସାଧାରଣ ଜନତା, ବିଭିନ୍ନ ଅଂଚଳରେ ଏବେ ବିଭିନ୍ନ ସଂସ୍ଥା ର ରସିଦ ଧରି ଠକ ଦୁର୍ବୁତ୍ତ ମାନେ ମିଛରେ ଲୋକଙ୍କ ନିକଟରୁ ପୂଳା ପୂଳା ଅର୍ଥ ଆଦାୟ କରି ସକ୍ରିୟ ହୋଇ ଉଠିଥିବା ବେଳେ ପୋଲିସ ଏହାର ଟେର ପାଉନଥିବା ବେଳେ, ଏହିଭଳି ଏକ ଘଟଣା ସାମ୍ନାକୁ ଆସିଥିବା ବେଳେ ସୂଚନା ମୁତାବକ ଉଦଳା ମୁଖ୍ୟ ବଜାରରୁ ରେମୁଣା ଅଞ୍ଚଳ ର ମହେଶ୍ୱର ଲେଙ୍କା ଙ୍କ 26 ବର୍ଷୀୟ ପୁତ୍ର ଅନିଲ କୁମାର ଲେଙ୍କା ଜୈନିକ ବ୍ୟକ୍ତି "ଗୋ ଇଣ୍ଡିଆନ ଚେରିଟି ଫାଉଣ୍ଡେସନ " ନାମକ ଏକ ସଂସ୍ଥା ର ନକଲି ରସିଦ ବହି ଧରି ଲୋକଙ୍କ ଠକି ଟଙ୍କା ଉଠାଉଥିବ ବେଳେ ଖବର ପାଇ ଉଦଳା ଥାନା ଅଧିକାରୀ ନିରୋଜ କୁମାର ସାମଲ ପହଞ୍ଚି ଅଭିଯୁକ୍ତ କୁ ଧରିବାରେ ସକ୍ଷମ ହୋଇଛନ୍ତି l ଅଭିଯୁକ୍ତ ନିକଟରୁ 1500 ଟଙ୍କା, ଗୋଟିଏ ମୋବାଇଲ ସମେତ ଗୋଟିଏ ରସିଦ ବହି କୁ ଜବଦ କରିବା ସହିତ ତଦନ୍ତ କରି ଅଭିଯୁକ୍ତ ବିରୋଧରେ ଉଦଳା ଥାନାରେ କେଶ ନମ୍ବର 229/21u/s- 419/420/465/468.IPC ଧାରାରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ଉଦଳା ପୋଲିସ l ଉଦଳା ପୋଲିସ ର ଏହିଭଳି କାର୍ଯ୍ୟକୁ ଅଞ୍ଚଳରେ ବହୁ ପ୍ରଶଂସା କରା ଯାଇଛି l