ପୁରା ଖବର ବିଷୟରେ



ବିପଦ ସଂକୁଳ ଦ୍ଵାରଶୁଣି ଘାଟିରେ ପୁଣି ଏକ ସଡ଼କ ଦୁର୍ଘଟଣା, ଘାଟି ସାଜିଛି ମରଣ ଯନ୍ତା,ପିଆଜ ବୋଝେଇ ଟ୍ରକ ବୋଲେରୋ ଦୁର୍ଘଟଣା ରେ 3ଆହତ ଦୁଇ ଗୁରୁତର.

Jul 20 2022 8:33PM
(ରାଜିବ ବେହେରାଙ୍କ ରିପୋର୍ଟ) ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଦ୍ୱାରଶୁଣି ଘାଟିରେ ଦିନକୁ ଦିନ ଦୁର୍ଘଟଣା ବଢ଼ିବାରେ ଲାଗିଛି, ଗୋଟେ ପଟେ କହିବାକୁ ଗଲେ ଘାଟି ରାସ୍ତା ମରଣ ଯନ୍ତା ପାଲୋଟିଛି,ଦିନକୁ ଦିନ ବଢି ଚାଲିଛି ଦୁର୍ଘଟଣା କମିବାର ନାଁ ଧରୁନି! ପୁଣି ଆଜି ଘାଟିରେ ଘଟି ଯାଇଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣl ବୋଲେରୋ କୁ ଚାପିଦେଲା ଟ୍ରକ୍ ୩ ଆହତ ଓ ଦୁଇ ଗୁରୁତର ଉଭୟଙ୍କୁ ବାରିପଦା ମୁଖ୍ୟ ଚିକିତ୍ସାଳୟ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଥିବା ବେଳେ ପ୍ରଶାସନର ଅବହେଳା ପାଇଁ ଏହିଭଳି ଦୁର୍ଘଟଣା ଘଟୁଥିବା କଥା ଅଭିଯୋଗ ଆଣିଛନ୍ତି ଅଞ୍ଚଳ ବାସୀ,ସରକାର ମାଳ ମାଳ ଯୋଜନା କରି ଡିଣ୍ଡିମ ପିଟୁଥିବା ବେଳେ, ଦ୍ଵାରଶୁଣୀ ଘାଟି ର ସମ୍ପ୍ରସାରଣ ପାଇଁ ବାରମ୍ବାର ଅଭିଯୋଗ ପରେ ମଧ୍ୟ ସରକାରୀ ସ୍ତରରେ ସବୁକିଛି ଶୂନଶାନ ହୋଇ ପଡିଛି l ସତରେ କଣ ସରକାର ଙ୍କ ଦୃଷ୍ଟି କୁ ଏହି ଦୁର୍ଘଟଣା ର କରୁଣ ଚିତ୍ର ଦେଖାଯାଉନାହିଁ l ସୂଚନା ମୁତାବ ବିଶୋଇ ବାଙ୍ଗିରିପୋଷି ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ଉପରେ ଅବସ୍ଥିତ ଦ୍ବାରଶୁଣି ଘାଟିରେ ବୁଧବାର ସକାଳୁ ଏକ ପିଆଜ ବୋଝେଇ ଟ୍ରକ ନାସିକାରୁ କଲିକତା ଅଭିମୁଖେ ଯାଉଥିବା ବେଳେ ଘାଟି ରାସ୍ତାରେ ତଳକୁ ଓହ୍ଲାଇବା ସମୟରେ ଭାରସାମ୍ୟ ହରାଇ ବିପରିତ ଦିଗରୁ ଆସୁଥିବା ଏକ ବୋଲେରୋ ଉପରେ ଚାପି ହୋଇଯାଇଥିଲା ଫଳରେ ବୋଲେରୋ ଗାଡ଼ିରେ ୫ ଜଣ ଯାତ୍ରୀ ଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଥିବା ବେଳେ ୪ ଜଣ ଗୁରୁତରଙ୍କୁ ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ଉଦ୍ଧାର କରି ଚିକିତ୍ସା ପାଇଁ ବାରିପଦା ରଘୁନାଥ ମୁର୍ମୁ ମେଡିକାଲ କଲେଜକୁ ପଠେଇ ଛନ୍ତି। ଘଟଣାସ୍ଥଳରେ ବାଙ୍ଗିରିପୋଷି ପୋଲିସ ପହଞ୍ଚି ଗାଡ଼ି ଗୁଡ଼ିକ ଜବତ୍ କରିଛି। ତେବେ ଦିନକୁ ଦିନ ଦ୍ଵାରଶୁଣି ଘାଟିରେ ଦୁର୍ଘଟଣା ବଢ଼ି ଚାଲିଥିବା ବେଳେ ଏହି ରାସ୍ତା କୁ ସମ୍ପ୍ରସାରଣ କରିବା ପାଇଁ ଦୀର୍ଘ ଦିନରୁ ବିଭିନ୍ନ ସଂଗଠନ ତରଫରୁ ଦାବି ହେଉଥିବା ବେଳେ କେହି ଏହି ଦାବିକୁ କର୍ଣ୍ଣପାତ କରୁନାହାନ୍ତି। ଏଣୁ ଦିନକୁ ଦିନ ଏହି ଘାଟି ରାସ୍ତାରେ ଧନ ଜୀବନ କ୍ଷତି ହେଉଥିବାରୁ ଜନ ଅସନ୍ତୋଷ ବୃଦ୍ଧି ପାଉଛି। ଆଗକୁ ଦେଖିବାକୁ ବାକି ରହିଲା ଖବର ପ୍ରସାରଣ ପରେ ପ୍ରଶାସନ କି ପ୍ରକାର ପଦକ୍ଷେପ ନେଉଛି ।