ପୁରା ଖବର ବିଷୟରେ



ବନ୍ୟା ରେ ଫସି ରହିଥିବା ଲୋକଙ୍କୁ ସାହାଯ୍ୟ ର ହାତ ବଢ଼େଇଲେ ରତ୍ନା କୁକୁଡ଼ା ବ୍ୟବସାୟୀ l

Jul 20 2022 1:09PM
(ଅମଲ କୁମାର ମଣ୍ଡଲ କଂ ରିପୋର୍ଟ) ବନ୍ୟା ଯୋଗୁଁ ମାଲକାନଗିରି ସୀମାରେ ଅନେକ ଡ୍ରାଇଭର, ହେଲ୍ପର,ଓ ସାଧାରଣ ଲୋକ ଫସିରହିଛନ୍ତି lଓଡ଼ିଶା ଓ ଆନ୍ଧ୍ର ସୀମା ଉପରେ ପାଣି ରହିଥିବା ଫଳରେ ମାଲବାହୀ ଟ୍ରକ ଗୁଡ଼ିକ ଅଟକି ରହିଛି lଗାଡି ଗୁଡିକ ପଛକୁ ଫେରି ପାରୁ ନ ଥିବା ବେଳେସମସ୍ତେ ଭୋକ ଉପାସରେ ରହିଛନ୍ତି l ମୋଟୁ ଉପାନ୍ତ ଅଞ୍ଚଳ ହୋଇଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ରିଲିଫ ପହଞ୍ଚି ଥିଲା lକିନ୍ତୁ ଏହା ବୁଡି ଅଞ୍ଚଳ ପାଇଁ ଉଦ୍ଧିଷ୍ଟ ଥିଲା lଏମିତି ସ୍ଥିତିରେ ବନ୍ୟା ରେ ଫସିରହିଥିବା ଜିଲ୍ଲା ତଥା ରାଜ୍ୟ ବାହାରେ ରହୁଥିବା ଲୋକଙ୍କ ସାହାଯ୍ୟର ହାତ ବଡ଼ିଛି lଏମ୍. ଭି-୭୯ ର ଜଣେ ଛୋଟ କୁକୁଡ଼ା ବ୍ୟବସାୟି ନିଜ ଖର୍ଚ୍ଚ ରୁ ଫସିରହିଥିବା ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି lବନ୍ୟାରେ ଫସି ରହିଥିବା ଅନେକ ଡ୍ରାଇଭର ଏବଂ ଆଶ୍ରୟସ୍ଥଳୀରେ ଆହୁଥିବା ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି lଏହି ବ୍ୟବସାୟୀ ଜଣକ ହେଲେ ଲକ୍ଷ୍ମୀକାନ୍ତ ବାଚାର l ସେ ଏମ୍. ଭି-୭୯ ରେ ଏକ ଛୋଟିଆ କୁକୁଡ଼ା ଦୋକାନ କରି ସେ ତାଙ୍କ ଗୁଜୁରାଣ ମେଂଟାଉ ଥିବା ବେଳେ ସେ ବନ୍ୟା ରେ ଫସି ରହିଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ମନବଳେଇ ଥିଲେ lସେ ୫୦ ପେକେଟ ବିସ୍କୁଟ,ଚୁଡା ୨ ବସ୍ତା,ମୁଢି ୨ ବସ୍ତା,୧୦କିଲୋ ଚିନି,୧୦କିଲୋ ଗୁଡ଼ ୩୦୦ ପ୍ୟାକେଟ କରି ଭୋକିଲାଙ୍କୁ ଶୁଖିଲା ଖାଦ୍ୟ ଯୋଗାଇ ଦେଇଥିଲେ lଏହି ରିଲିଫ ଖାଦ୍ୟ ଯୋଗାଇ ଦେବା ପାଇଁ ରତନା ଚିକେନ୍ ଦୋକାନ ମାଲିକ ଲକ୍ଷ୍ମୀକାନ୍ତ ବାଛାର,ରତ୍ନା ରାଣୀ ବାଛାର,ବିପରୋଜିତ ବାଛାର,ଦୀନବନ୍ଧୁ ପାଲ ଚାଣ୍ଟି ଗୁରୁ,ବିଟୁ ମଜୁମଦାର ଏବଂ ସବିତା ପଣ୍ଡା ସହଯୋଗ ର ହାତ ବଢ଼େଇ ଥିଲେ l