ପୁରା ଖବର ବିଷୟରେ



ପଶ୍ଚିମବଙ୍ଗ କୁ ଚୋରା ବାଲି ଚାଲାଣ ବେଳେ ନଅଟି ହlଇୱା ଥାନାରେ ହୋଇଛି ଅଟକ

Jul 17 2022 6:22PM
(ରାଜିବ ବେହେରାଙ୍କ ରିପୋର୍ଟ) ପଶ୍ଚିମବଙ୍ଗ କୁ ଚୋରା ବାଲି ଚାଲାଣ ବେଳେ ନଅଟି ହlଇୱା ଥାନାରେ ହୋଇଛି ଅଟକ ଉଦଳୃ - : ସାରସକଣl ଅଞ୍ଚଳ ରେ ଏବେ ବିନା ପରମିଟରେ ବାହାର ରାଜ୍ୟକୁ ଶହ ଶହ ଟ୍ରିପ ଚୋରା ବାଲି ରାତ୍ରି ସମୟ ରେ ଚାଲାଣ ହେଉଥିବା ଭାଇରlଲ ହେଉଥିବା ବେଳେ ମୟୁରଭଞ୍ଜ ଜିଲ୍ଲା ସାରସକଣା ତହସିଲ ଅଧୀନରେ ଥିବା ସୁବର୍ଣ୍ଣରେଖା ନଦୀରୁ ରାତିରେ ଜେସିବିମେସିନ ଲଗେଇ ବାଲି ଉତ୍ତୋଳନ କରି ବାଲି ମାଫିଆ ମାନେ ବିନା ପରମିଟ ପତ୍ରରେ ଝାରଖଣ୍ଡ ଓ ପଶ୍ଚିମବଙ୍ଗକୁ ରାତିରେ ବାଲି ଚୋରି କରିବାକୁ ଆସି ସ୍ଥାନୀୟ ତହସିଲଦାରଙ୍କ ହାତରେ ଧରାପଡିଛନ୍ତି ୭ଟି ବାଲି ବୋଝେଇ ହାଇୱା । ସୂଚନା ମୁତାବକ ଗୁରୁବାର ଦିନ ବିଳମ୍ବିତ ରାତ୍ରି ସମୟରେ ଓଡ଼ି ୨୩-୯୧୮୬, ଜେଏଚ ୦୫ ବିଏକ୍ସ-୯୯୬୦, ଜେଏଚ ୦୫ ସି ଏକ୍ସ- ୧୦୦୧, ଜେଏଚ ୦୧ ସିଜି୪୩୨୬, ଜେଏଚ ୦୫ ସିଓ୍ବାଇ-୫୫୦୯ ନମ୍ବର ବିଶିଷ୍ଟ ୫ଟି ହାଇୱା ସହିତ ଦୁଇଟି ନମ୍ବର ବିହୀନ ହାଇୱା ବାଲି ବୋଝେଇ କରି ବିନା ଟ୍ରାଞ୍ଜିଟ ପାସରେ ଯାଉଥିବା ବେଳେ ତହସିଲଦାର ଗାଡି ଗୁଡିକୁ ଅଟକାଇ କାଗଜପତ୍ର ଯାଞ୍ଚ କରିଥିଲେ । ସେହିପରି ଅନ୍ୟ ଦୁଇଟି ହାଇଓ୍ବାର କାଗଜପତ୍ର ଠିକ ନଥାଇ ବାଲି ବୋଝେଇ କରିବା ପାଇଁ ଯାଉଥିଲାବେଳେ ଗାଡି ଗୁଡିକ କାଗଜପତ୍ର ଠିକ ନ ଥିବାରୁ ବାଲି ଚାଲାଣ କରୁଥିବାରୁ ସେଗୁଡିକ ଉପରେ ଜରିମାନା କରାଯାଇଛି । ତେବେ ଆରଟିଓ ବିଭାଗ ଆଖିରେ ଧୁଳି ଦେଇ ଚାଲୁଥିବା ଗାଡି ଉପରେ କାର୍ଯ୍ୟନୁଷ୍ଠାନ ନେବା ସହିତ ଆରଟିଓ ମଧ୍ୟ ସବୁ ଗାଡ଼ିଗୁଡିକ ଉପରେ ଜରିମାନା କାଟିଥିବା ସୂଚନା ହସ୍ତଗତ ହୋଇଛି । ତେବେ ଦୁଇଟି ଘାଟକୁ ବାଲି ପାଇଁ ଅନୁମତି ମିଳିଥିବା ବେଳେ ନଦୀ ଗର୍ଭରୁ ଜେ ସି ବି ସାହାଯ୍ୟରେ ବାଲି ଉତ୍ତୋଳକୁ ଅନୁମତି ନାହିଁ କିମ୍ବା ରାତିରେ ବାଲି ଉତ୍ତୋଲନକୁ ଅନୁମତି ନ ଥାଇ କେମିତି ରାତିରେ ବାଲି ଚୋରା ଚାଲାଣ ହେଉଛି ବୋଲି ସାଧାରଣରେ ଚର୍ଚ୍ଚାର ବିଷୟ ଦେଖିବାକୁ ମିଳିଛି l