ପୁରା ଖବର ବିଷୟରେ



ଢିମିରୀଗୁଡା ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ରାସ୍ତା ଅତି ଶୋଚନୀୟ ଅବସ୍ଥା, ଯାତାୟାତରେ ବାଧାପ୍ରାପ୍ତ ପ୍ରଶାସନ ନିରବ .

Jul 17 2022 1:11PM
(ପ୍ରସାଦ ଲିମାଙ୍କ ରିପୋର୍ଟ) ଗୁଡ଼ାରୀ -ଢିମିରୀଗୁଡା ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ରାସ୍ତା ଅତି ଶୋଚନୀୟ ଅବସ୍ଥା, ଯାତାୟାତରେ ବାଧାପ୍ରାପ୍ତ ପ୍ରଶାସନ ନିରବ ରାୟଗଡା ଜିଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦ ଗୁଡ଼ାରୀ ସଦର ମହକୁମା ସ୍ଥିତ ଗୁଡ଼ାରୀ ବାଇନାଗୁଡା ବଂଶଧାରା ବ୍ରିଜର ଓଭର ବ୍ରିଜ ତଳେ ଗୁଡ଼ାରୀ -ଢିମିରିଗୁଡା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ରାସ୍ତାକୁ ସଂଯୋଗ କରୁଥିବା ରାସ୍ତା ଅତି ଶୋଚନୀୟ ଅବସ୍ଥା ।ଗାଡ଼ି ମଟର ଯିବା ଦୂରର କଥା ପାଦରେ ଚଲିବା ଅସମ୍ଭବ ହୋଇ ପଡିଛି ।ଏ ସମ୍ପର୍କରେ ଗୁଡାରୀ ପ୍ରଶାସନ ଠାରୁ ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ବାରମ୍ବାର ଗୁହାରି ଜଣାଇ ଥିଲେହେଁ କର୍ଣ୍ଣପାତ କରିନଥିବା ପରିଲକ୍ଷିତ ହେଉଛି ।ଏହି ରାସ୍ତା ଦେଇ ଦୈନିକ ଶତାଧିକ ଲୋକ ଅହରହ ଯିବା ଆସିବା କରୁଥିବା ବେଳେ ବର୍ତ୍ତମାନ ଲଗାଣ ବର୍ଷା ଫଳରେ ଆଣ୍ଠୁଏ କାଦୁଅରେ ରାସ୍ତା ଉଙ୍କି ମାରୁଛି । ପ୍ରଶାସନ ସାଜିଛି ନିରବଦ୍ରଷ୍ଟା ।ଅଞ୍ଚଳ ବାସୀଙ୍କ କ୍ଷୋଭ ପ୍ରକାଶ । ଏ ପରିପ୍ରେକ୍ଷୀରେ ପ୍ରଶାସନ କି ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।