ପୁରା ଖବର ବିଷୟରେ



ନଦୀରେ ଭାସି ୩ ବର୍ଷ ଶିଶୁ ର ମୃତ୍ୟୁ

Jul 16 2022 7:49PM
(ଇପିଲି ରମେଶ କୁମାର କଂ ରିପୋର୍ଟ) ରାୟଗଡା : କାଶୀପୁର ଥାନା ଅନ୍ତର୍ଗତ ତଳ ଝିରି ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ୩ ବର୍ଷର ଶିଶୁ କୌଣସି ପ୍ରକାର ରେ ଆଜି ପୂର୍ବାହ୍ନ ସମୟ ପ୍ରାୟ ୧୨ ଟା ବେଳେ ନିକଟ ନଦୀରେ ପଡି ଭାସିଯାଇଥିଲା । ଗାଁ ର ଗାଧାଉଥିବା ଅନ୍ୟ ଛୋଟପିଲାମାନେ ସେହି ଘଟଣା ଦେଖି ତୁରନ୍ତ ତାଙ୍କ ଘର ଲୋକଙ୍କୁ ଖବର ଜଣାଇଥିଲେ । ହେଲେ ପରିବାର ଲୋକ ନଦୀରେ ପହଞ୍ଚି ଖୋଜାଖୋଜି କରି ଗାଁ ଠାରୁ ଏକ କିମି ଦୂରରେ ସେହି ଶିଶୁ କୁ ମୃତ ଅବସ୍ଥା ରେ ଉଦ୍ଧାର କରିଥିଲେ। ସୂଚନା ପ୍ରକାରେ ଉକ୍ତ ଶିଶୁ ଜଣଙ୍କ ତଳଝିରି ଗ୍ରାମର କିଶୋର ନାଏକ ଙ୍କର ପୁଅ ଦିନେଶ ନାଏକ (୩'୬ମାସ) । ଶିଶୁ ର ମା ମହେନ୍ଦ୍ରୀ ନାଏକ ଗାଧାଇବାକୁ ନିକଟ ନଦୀରେ ଯାଇଥିଲେ । ଘରେ କେହି ନ ଥିବା ଦେଖି ଶିଶୁଟି ମାଆ ଙ୍କର ସନ୍ଧାନ କରିକରି ନଦୀ କୁ ଚାଲିଯାଇଥିଲା । ସେହି ଗାଁ ରେ ଗୋଟିଏ ନଦୀ କୁ ୩ଟି ତୁଠ ରହିଛି ଯାହା ପ୍ରଥମ ଓ ତୃତୀୟ ରେ ମହିଳା ମାନେ ବ୍ୟବହାର କରୁଥିବାବେଳେ ମଝିରେ ଥିବା ତୁଠ କୁ ପୁରୁଷ ମନେ ବ୍ୟବହାର କରିଥାନ୍ତି। ହେଲେ ଗାଁ ରେ ଥିବା ପ୍ରଥମ ତୁଠ ରେ ମାଆ ମହେନ୍ଦ୍ରୀ ନାଏକ ଗାଧାଇ ଯାଇଥିବା ବେଳେ ସେ ଶିଶୁ ଟି ମାଆ ର ଅନୁସନ୍ଧାନ ପାଇଁ ନଦୀର ମଝିରେ ଥିବା ତୁଠ କୁ ଚାଲି ଯାଇଥିଲା । ଚଳିତ ଦିନ ଅଞ୍ଚଳରେ ଲଗାଣ ବର୍ଷା ଚାଲିଛି । ପୁଣି ନଦୀର ଖୋର ଶ୍ରତ ଚାଲୁଥିବାବେଳେ ଦୁର୍ଭାଗ୍ୟ ସେ ତୁଠରେ କୌଣସି ଗ୍ରାମବାସୀ ନ ଥିଲେ । ଏଭଳି ସ୍ଥିତିରେ ଉକ୍ତ ଶିଶୁ କୌଣସି ପ୍ରକାର ନଦୀରେ ପହଞ୍ଚି ଯାଇଥିଲା। ପୁଣି କୌଣସ କାରଣ ରୁ ନଦୀରେ ପଡି ଭାସିଗଲା କିଏ ଦେଖି ନ ଥିବାବେଳେ ୩ ତୀୟ ତୁଠରେ ଗାଁର କିଛି ଛୋଟ ପିଲା ମାନେ ଗାଧାଉଥିଲେ । ଗାଧାଇବା ଅବସ୍ଥାରେ ସେ ନଦୀର ପାଣିରେ ଉକ୍ତ ଶିଶୁ ଟି ଅସହାୟ ଅବସ୍ଥା ରେ ଭାସିଯାଉଥିବା ର ଦୃଶ୍ୟଦେଖି ତୁରନ୍ତ ଗାଁ ଓ ତାଙ୍କ ପରିବାର ମଧ୍ୟରେ ଖବର ଦେଇଥିଲେ । କିନ୍ତୁ ନଦୀର ଦୁଇ ପାର୍ଶ୍ଵରେ ଖୋଜାଖୋଜି କରୁକରୁ କିଛି ସମୟ ବିଳମ୍ବ ହେଇଥିବାବେଳେ ଗାଁ ର ପ୍ରାୟ ଏକ କିମି ଦୂରରେ ସେହି ଶିଶୁର ମୃତ ଦେହକୁ ଏକ କୋଡ଼ ରେ ପଡିଥିବା ଦେଖି ଉଦ୍ଧାର କରିଥିଲେ । ବର୍ତ୍ତମାନ ପରିବାର ପକ୍ଷରୁ କାଶୀପୁର ଥାନାରେ ଘଟଣା ସମ୍ପର୍କରେ ଏକ ଲିଖିତ ଅଭିଯୋଗ କରିଥିବାବେଳେ ଏଭଳି ଘଟଣା କୁ ନେଇ ଅଞ୍ଚଳରେ ଏବେ ଶୋକ ର ଛାୟା ଖେଳିଯାଇଛି ।