ପୁରା ଖବର ବିଷୟରେ



କାଶୀପୁର ବ୍ଲକ ବିଭିନ୍ନ ସ୍ଥାନରେ ଝାଡ଼ାବାନ୍ତି ୪ମୃତ ଏନେକ ପ୍ରଭାବିତ।

Jul 15 2022 11:29AM
(ଇପିଲି ରମେଶ କୁମାର କଂ ରିପୋର୍ଟ) , ରାୟଗଡା ଜିଲ୍ଲା କାଶୀପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନ ବିଭିନ୍ନ ସ୍ଥାନରେ ଝାଡ଼ାବାନ୍ତି ଆରମ୍ବ ହେଇଯାଇଛି । ପ୍ରଭାବ ରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ ଆଜି ରାୟଗଡା ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ର କୁ ସ୍ଥାନାନ୍ତରିତ କରାଯାଇଛି । ବର୍ତ୍ତମାନ ୪ ଜଣ କାଶୀପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି । ସୂଚନା ପ୍ରକାରେ ବିଭିନ୍ନ ଗ୍ରାମର ପ୍ରାୟ ୧୦ ଜଣ ଝାଡ଼ାବାନ୍ତି ଆକ୍ରାନ୍ତ ବର୍ତ୍ତମାନ ସୁସ୍ଥତା ପରେ ଘରକୁ ଫେରି ଯାଇଛନ୍ତି । ବୁଧବାର ବିଳମ୍ବିତ ରାତ୍ରରେ ଟିକିରି ସ୍ୱାସ୍ଥ୍ୟ କେନ୍ଦ୍ର ରେ ସେବା ନ ପାଇ ଟିକିରି ସଦର ମହକୁମା ଅନ୍ତର୍ଗତ କୋରାକୁପୁଲି ସାହିର ଧୋବା ମାଝି ମୃତ୍ୟୁବରଣ କରିଥିବାବେଳେ ତଦୃପ ଝୋଡ଼ିଆ ସାହି ର ସରୋଜିନୀ ଝୋଡ଼ିଆ, ଅଞ୍ଜ ଝୋଡ଼ିଆ, ଓ ରଜନୀ ଝୋଡ଼ିଆ ଗୁରୁବାର ବିଳମ୍ବିତ ରାତିରେ ସ୍ୱାସ୍ଥ୍ୟ ସେବାରେ ସେବା ନ ପାଇ ମୃତ୍ୟୁବରଣ କରିଛନ୍ତି । ପ୍ରକାଶ ଥାଉକି ବୁଧବାର ଦିନ ବିଳମ୍ବିତ ରାତିରେ ସଙ୍କରଡ଼ା ଗ୍ରାମପଞ୍ଚାୟତ ର ଗୋବ୍ରି ଘାଟି ଗ୍ରାମର ତଷି ମାଝି ଓ କନେଇ ମାଝି ପୁଣି ଡୁଦୁକାବାହାଲ ଗ୍ରାମପଞ୍ଚାୟତ ର ବାବୁ ସାହି ର ଗୋଟିଏ ପରିବାରର ସୁନାମଣି ରାୟ ଓ ଭକ୍ତ ପ୍ରହ୍ଲାଦ ରାୟ , ଗୋରଖପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଜି, ରାଉତଘାଟି ସୁଶୀଳା ମାଝି,ମାଇକୋଞ୍ଚ ଗ୍ରାମପଞ୍ଚାୟତ କାକିଡିପଦର ଗ୍ରାମର ଲଛମା ଝୋଡ଼ିଆ କାଶୀପୁର ସଦର ମହକୁମା ବନ୍ଦସାହି ର ବୈଦି ମାଝି, ପୁଣି ଖୁରି ଗାଁ ଗ୍ରାମପଞ୍ଚାୟତ ର ଜଳାଖୁରା ଗ୍ରାମର ଗୋବର୍ଦ୍ଧନ ନାଏକ ପ୍ରମୁଖ ଗୁରୁତର ଭାବେ ଆକ୍ରାନ୍ତ ହେଇ କାଶୀପୁର ଗୋଷ୍ଠି କେନ୍ଦ୍ର ରେ ଚିକିତ୍ସାତ ହେଉଥିଲେ ।ବର୍ତ୍ତମାନ ତଷି ମାଝି, କନେଇ ମାଝି, ଭକ୍ତ ପ୍ରହ୍ଲାଦ ଓ ଅନ୍ୟ ଜଣେ କାଶୀପୁର ଠାରେ ଚିକିତ୍ସା ଧୀନ ଅବସ୍ଥାରେ ରହିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଗୋବର୍ଦ୍ଧନ ନାଏକ ଓ ସୁନାମଣି ରାୟ ଙ୍କର ସଙ୍କଟାପନ୍ନ ଅବସ୍ଥା ଦେଖି ଆଜି ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତରି କରାଯାଇଛି । କିନ୍ତୁ କାଶୀପୁର ଅନ୍ୟ ଗାଁ ମାନଙ୍କ ମଧ୍ୟରୁ ଏବେ ଡୁଦୁକାବାହାଲ ଓ ଟିକିରି ଝୋଡ଼ିଆ ସାହି ସବୁଠାରୁ ବିପଦପୂର୍ଣ ଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ର ଏକ ଟିମ ସେଠାରେ ପଠାଯାଇଥିବା କାଶୀପୁର ସ୍ୱାସ୍ଥ୍ୟ ଅଧିକାରୀ ଜନ୍ମଜୟ ଦାସ ପ୍ରକାଶ କରିଛନ୍ତି । କାଶୀପୁର ଅଞ୍ଚଳ ପ୍ରତିବର୍ଷ ଝାଡ଼ାବାନ୍ତି ଓ ଅଖାଦ୍ୟ ମୃତ୍ୟୁ ର ଖବର ଦେଶବିଦେଶ ରେ ଦୁର୍ନାମ କରିଥିବାବେଳେ ବିଶେଷ କରି ଏହି ଋତୁରେ ସ୍ୱାସ୍ଥ୍ୟ ବିଭାଗ ପୂର୍ବ ପ୍ରସ୍ତୁତ ସହ ତତ୍ପରତା ହେବା ଆବଶ୍ୟକ ଥିଲା । କିନ୍ତୁ କୌଣସି କାରଣ ରୁ ବିଭାଗ ରେ ସମ୍ପୁର୍ଣ୍ଣ ଅବ୍ୟବସ୍ଥା ଦେଖାଦେଇଥିବା ବେଳେ କାଶୀପୁର ଅଞ୍ଚଳରେ ଡାକ୍ତର ସହ ସ୍ୱାସ୍ଥ୍ୟ କର୍ମଚାରୀ ମାନଙ୍କର ଦୀର୍ଘଦିନ ଧରି ଅଭାବ ରହିଛି । ହେଲେ ଏଭଳି ସମସ୍ୟା ନେଇ ଗଣମାଧ୍ୟମ ରେ ବାରମ୍ବାର ପ୍ରକାଶ କରାଯାଇଛି । କିନ୍ତୁ କୌଣସି କାରଣ ରୁ ଏଯାବତ ଏଥିରେ ସୁଫଳ ମିଳିପାରିନାହିଁ । ପ୍ରକାଶ ଥାଉକି ରାୟଗଡା ଜିଲ୍ଲା ଅନ୍ୟ ସହର ମଧ୍ୟରୁ ଟିକିରି ଏବେ ଏକ ମୁଖ୍ୟ ସହରରେ ପରିଣତ ହୋଇଛି ପୁଣି ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ପ୍ରାୟ ୧୫ ଟି ଗ୍ରାମପଞ୍ଚାୟତ ର ଶତାଧିକ ଲୋକେ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ଭରସା କରିଥାନ୍ତି । କିନ୍ତୁ ଦୁର୍ଭାଗ୍ୟ ଏହି କେନ୍ଦ୍ର ରେ ଜଣେ ହୋମେୟପାଥି ଡାକ୍ତର ସହ ଜଣେ ଫାର୍ମାସିଷ୍ଟ ଦ୍ୱାରା ପରିଚାଳିତ ହେଉଅଛି । ଯାହା ସହଜରେ ଅନୁମେୟ କରିପାରୁଥିବେ ହେଲେ ଅନେକ ଗୁହାରି ପରେ ପ୍ରଶାସନ ର କର୍ଣପାତ ଦେଇପାରୁ ନ ଥିବାବେଳେ ଏଥିପ୍ରତି ସରକାର ତୁରନ୍ତ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ରେ ଦାବି ହେଉଛି ।