ପୁରା ଖବର ବିଷୟରେ



କପ୍ତିପଦା ଶରତ କୁ ସଂଯୋଗ କରୁଥିବା ଭଡ୍ରା ଛକ ନିକଟ ଜାମବଣୀ ରାସ୍ତାରେ ୪୬ବର୍ଷୀୟା ଯୁବତୀ ଙ୍କ ଠାରୁ ମୋବାଇଲ ସହିତ ଟଙ୍କା ଏବଂ ହାର ଲୁଟ

Jul 14 2022 10:12PM
(ରାଜିବ ବେହେରାଙ୍କ ରିପୋର୍ଟ) ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳାରୁ ଶରତ କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ଜାମବଣୀ ନିକଟରେ ଲାବଣ୍ୟଦେଇପୁର ଗ୍ରାମର ଜନୈକ ଯୁବତୀଙ୍କ ନିକଟରୁ ମୋବାଇଲ ସମେତ ଟଙ୍କା ଓ ଗୁରୁତ୍ୱପୂର୍ଣ୍ଣ କାଗଜ ଲୁଟ କରି ମାରିଛନ୍ତି ଚମ୍ପଟ, ଘଟଣାଟି ଘଟିଛି ସନ୍ଧ୍ୟା ସମୟରେ,ଶରତ ଥାନା ଅଧିନସ୍ଥ ଲାବଣ୍ୟଦେଇପୁର ଗ୍ରାମର 46 ବର୍ଷୀୟ ଯୁବତୀ ସବିତା ଶଙ୍ଖୁଆ ଉଦଳା ଏଲ ଆଇ ସି ଅଫିସ କୁ ଆସି ଏଲ ଆଇ ସି ଟଙ୍କା ଜମା କରି ସନ୍ଧ୍ୟା ସମୟରେ ବାଇକ ନେଇ ଲାବଣ୍ୟଦେଇପୁର ଗ୍ରାମକୁ ଫେରୁଥିବା ବେଳେ ଜାମବଣୀ ନିକଟରେ ବାଇକ ଅଟକାଇ ହୋଇଛି ଲୁଟ, ସୂଚନା ମୁତାବକ ତିନି ଜଣ ଯୁବକ ବାଇକ ରେ ଆସି ଜାମବଣୀ ନିକଟରେ ସବିତାଙ୍କୁ ଅଟକାଇ ଥିଲେ ଓ ସବିତାଙ୍କ ଭେନିଟି ବେଗ ସମେତ ସେ ପିନ୍ଧିଥିବା ସୁନା ଚେନଟି ଘୋଷାଡ଼ି ସବିତାଙ୍କୁ ଧକ୍କା ଦେବାରୁ ତଳେ ପଡି ଯାଇଥିବା ବେଳେ ତାଙ୍କ ମୋବାଇଲ, ଓ ଭେନିଟି ବେଗ ଲୁଟ କରି ଚମ୍ପଟ ମାରିଥିଲେ, ଲୁଟେରା ସବିତl ପିନ୍ଧିଥିବା ସୁନା ଚେନଟି ଟଣା ଉଟାରା କରିବାରୁ ସୁନା ଚେନଟି ଛିଡି ଯାଇ ତଳେ ପଡ଼ିଥିବା ବେଳେ ଲୁଟେରା ଚେନର ଅଳ୍ପ ଅଂଶ ଧରି ପଳାଇ ଯାଇ ଥିଲେ, ଘଟଣା ସମ୍ପର୍କରେ କପ୍ତିପଦା ଥାନାକୁ ଫୋନ ଯୋଗେ ଅଭିଯୋଗ ପ୍ରଦାନ କରିଥିବା ବେଳେ କପ୍ତିପଦା ପୋଲିସ ଘଟଣାକୁ ଗୁରୁତର ସହ ନେଇ ଘଟଣାର ତଦନ୍ତ ଜାରି ରଖିଛି l ଭେଣ୍ଟି ବେଗ ରେ ତିନିହଜାର 5ଶହ ଟଙ୍କା ସମେତ, ଏଲ ଆଇ ସି ରସିଦ, ଏଟିଏମ କାର୍ଡ, ବ୍ୟାଙ୍କ ପାସ ବହି, ଆଧାର କାର୍ଡ ଓ କିଛି ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଥିବା କଥା ସବିତା ସୂଚନା ପ୍ରଦାନ କରିଛନ୍ତି, ଲୁଟେରା ଲୁଟ କରି ଶାଳଚୁଆ ରାସ୍ତା ଦେଇ ଖସି ପଳାଇ ଥିବା କଥା ସୂଚନା ହସ୍ତଗତ ହୋଇଛି, ପୋଲିସକୁ ବାରମ୍ବାର ଲୁଟେରା ଚେଲେଞ୍ଜ କରି ଲୁଟ କରୁଥିବା ଅଂଚଳରେ ଆଲୋଚନା ପାଲଟି ଛି,କିଛି ଦିନ ପୂର୍ବରୁ କପ୍ତିପଦା ବଜାର ରୁ ସ୍ପଷ୍ଟ ଦିବାଲୋକରେ ଲୁଟେରା ଲୁଟ କରି ଚମ୍ପଟ ମାରିଥିବା ବେଳେ ଲୁଟେରାକୁ କପ୍ତିପଦା ପୋଲିସ ଧରିବାରେ ସକ୍ଷମ ହୋଇଥିବା ବେଳେ ଆଗକୁ ଦେଖିବାକୁ ବାକି ରହିଲା ଉକ୍ତ ଲୁଟ ଘଟଣାରେ ପୋଲିସ ବିଭାଗ କେବେ ଧରିବାକୁ ସକ୍ଷମ ହେଉଛି l