ପୁରା ଖବର ବିଷୟରେ



ଉଦକା N. A. C ର ଅଳିଆ ପକାଇବାକୁ ଖଲାଡୀ, ରାଇଦାଣ୍ଡିଆ ଗ୍ରାମବାସୀ ବିରୋଧ କରି ,ଉପଖଣ୍ଡ ର ପ୍ରଶାସନିକ ଅଧିକାରୀଙ୍କୁ ଦେଛନ୍ତି ଦାବି ପତ୍ର,

Jul 14 2022 10:09PM
(ରାଜିବ ବେହେରାଙ୍କ ରିପୋର୍ଟ) ମୟୁରଭଞ୍ଜ ଜିଲ୍ଲା ଉଦଳା ବିଜ୍ଞାପିତ ଅଞ୍ଚଳ ପରିଷଦର ରେ ଦୀର୍ଘଦିନ ଧରି ଲାଗିରହିଥିବା ଅଳିଆ ବିବାଦୀୟ ସମସ୍ୟା ଅଞ୍ଚଳରେ ଏବେ ଉଗ୍ର ରୂପ ଧାରଣ କରିଥିବା ନଜରକୁ ଆସିଛି, ଏହିସବୁ ବିବାଦୀୟ ପରିସ୍ଥିତି ଭିତରେ ଉପଖଣ୍ଡର ଉପଜିଲ୍ଲାପାଳ ଭଗବାନ ବେହେରା ସମାଧାନ ପାଇଁ 7ଦିନ ସମୟ ନେଇ ଥିବା ବେଳେ , ପୁଣି ଆଉ ଏକ ସମସ୍ୟା ଦେଖାଦେଇଛି, ସୂଚନା ମୁତାବକ ପ୍ରଶାସନିକ ଅଧିକାରୀ ଦେଇଥିବା ବେଳେ ସରକାର ଙ୍କ ଦ୍ୱାରା ଡ଼ମ୍ପିଙ୍ଗ ପାଇଁ 6ଏକ ର ଜଗା ନିକଟରେ ଜନବସତି ଥିବାରୁ ଉକ୍ତ ଜାଗାରେ ଗ୍ରାମ ବାସି ବିରୋଧ କରି ଛନ୍ତି, ଗତକାଲି ଖଲାଡି ପଞ୍ଚାୟତର ସମିତି ସଭ୍ୟ ,ସରପଞ୍ଚ ,ନାଏବ ସରପଞ୍ଚ , ୱାର୍ଡ ମେମ୍ବର ଓ ଜଙ୍ଗଲ କମିଟିର ସଦସ୍ୟଗଣ ଓ ବହୁ ଯୁବକ ଗୋଷ୍ଠୀ ଏବଂ ମହିଳା, ପୁରୁଷମାନେ ଶତାଧିକ ସଂଖ୍ୟାରେ ଉପଖଣ୍ଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉଦଳା ଏନ ଏ ସିର ଅଳିଆ ଆବର୍ଜନା ନପକାଇବା ପାଇଁ ଏକ ଦରଖାସ୍ତ ଦେବା ସହିତ ଉଦଳାର ପୂର୍ବତନ ବିଧାୟକ ଶ୍ରୀନାଥ ସରେନ , ଉଦଳା ଥାନା ଭାରପ୍ରାପ୍ତ ଅଧିକାରୀ , ଉଦଳା ଏନ ଏ ସିର କାର୍ଯ୍ୟ ନିର୍ବାହୀ ଅଧିକାରୀ , ତହସିଲଦାର ଓ ବିଡ଼ିଓ ମହାଶୟଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି, ଯଦି ଏହିସମସ୍ୟା କୁପ୍ରଶାସନ ଗୁରୁତର ଭାବରେ ନ ନିୟନ୍ତି କି ଉଚିତ ନ୍ୟାୟ ପ୍ରଦାନ କରା ନଯାଏ ତେବେ ଆଗାମୀ ଦିନରେ ଗ୍ରାମ ବାସି ଏହି ସମସ୍ୟା ପାଇଁ ରାଜରାସ୍ତା କୁ ଓଲ୍ହାଇବେ ବୋଲି ଚେତାବନୀ ଦେଇଛନ୍ତି ଦରକାର ପଡିଲେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣ ଦେବେ l ପ୍ରଶାସକୁ ଗ୍ରାମବାସୀ ଉକ୍ତ ସ୍ଥାନ ରେ ଅଳିଆ କୁ ନ ପକାଇବାକୁ ନିବେଦନ କରିବା ସହିତ ଅନ୍ୟତ୍ର ପକାଇବାକୁ ଅନୁରୋଧ କରିଛନ୍ତି l ଗ୍ରାମବାସୀ ଦେଇଥିବା ଦରଖାସ୍ତ ର ଏକକିତା ନକଲ ଦର୍ଶାଇ ଯାଇଛି l