ପୁରା ଖବର ବିଷୟରେ



ମରଣାତ୍ମକ ଆକ୍ରମଣ କରି ୪ ଲକ୍ଷ ଲୁଟିନେଲେ ଦୁବୃର୍ତ୍ତ

Jul 13 2022 5:54AM
(ଦିଲ୍ଲୀପ କୁମାର ଜାନିଙ୍କ ରିପୋର୍ଟ) ନୂଆଗାଁ: ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ମହିତମା ଗ୍ରାମ ନିକଟସ୍ଥ ହିଲ୍ ସାଇଡ୍ କୁକୁଡ଼ା ଫାର୍ମ ନିକଟରୁ ମରଣା ତ୍ମକ ଆକ୍ରମଣ କରି ୪ ଲକ୍ଷ ଲୁଟିନେଲେ ଦୁବୃର୍ତ୍ତ। ସୂଚନା ଅନୁଯାୟୀ ମହିତମା ଗ୍ରାମ ନିକଟସ୍ଥ ହିଲ୍ ସାଇଡ୍ କୁକୁଡ଼ା ଫାର୍ମ ର ଶୁକଦେବ ପରିଡ଼ା, ସମୀର କୁମାର ଜେନା ୪ ଲକ୍ଷ ଟଙ୍କା ନେଇ ଦ୍ୱିପହର ସମୟରେ ହିରୋହୋଣ୍ଡା ଡିଲକ୍ସ ଗାଡ଼ି ନଂ( ଓଡ଼ି-୦୨ ଏ - ଡବ୍ଲୁ - ୪୧୪୬) ରେ ଦଶପଲ୍ଲା ୟୁନିଅନ୍ ବ୍ୟାଙ୍କ ରେ ଟଙ୍କା ଜମା କରିବା ପାଇଁ ଯିବା ସମୟରେ ଫାର୍ମ ଠାରୁ କିଛି ଦୂରରେ ୪ ଜଣ ଆସି ଭୁଜାଲି ,ଠେଙ୍ଗା ରେ ମରଣାତ୍ମକ ଆକ୍ରମଣ କରି,୪ ଲକ୍ଷ ଲୁଟିନେଇ ଚାଲି ଯାଇଥିଲେ।ଏହି ଖବର ଜାଣିବା ପରେ ଫାର୍ମ ମାଲିକ ସର୍ବେଶ୍ଵର ବେହେରା ନୂଆଗାଁ ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି।ନୂଆଗାଁ ଥାନା ଅଧିକାରିଣୀ ପୁଷ୍ପଲତା ବେହେରା ୧୨୨/୨୨ ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି।ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିଦ୍ୟୁତ୍ ପଣ୍ଡା ଆସି ଘଟଣା ସ୍ଥଳ ପରିଦର୍ଶନ କରି ଥାନା ଅଧିକାରିଣୀ ଙ୍କ ସହ ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି ।ତେବେ ଏହି ଅଞ୍ଚଳରେ ଅଧିକ ଡକାୟତି ହେଉଥିବା ନେଇ ଜନ ସାଧାରଣ ଏହି ରାସ୍ତାରେ ଯାତାୟାତ ପାଇଁ ଭୟଭୀତ ।