ପୁରା ଖବର ବିଷୟରେ



ନୂଆଗାଁ ବ୍ଲକ୍ ରେ A1 ଗ୍ରେଡ ରେ ରହିଲେ ୮ ଜଣ ଛାତ୍ର ଛାତ୍ରୀ

Jul 13 2022 5:53AM
(ଦିଲ୍ଲୀପ କୁମାର ଜାନିଙ୍କ ରିପୋର୍ଟ) ନୂଆଗାଁ: ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ରେ ୮ ଜଣ ଛାତ୍ର ଛାତ୍ରୀ ମାଟ୍ରିକ ପରୀକ୍ଷା ରେ ଏ୧ ଗ୍ରେଡ ରେ ରହିଥିବା ବେଳେ ସୋମନାଥ ଦେବ ବିଦ୍ୟାପୀଠ,ହରିପୁର ର ସର୍ବାଧିକ ୫ ଜଣ ଛାତ୍ର ଛାତ୍ରୀ ଏ ୧ ଗ୍ରେଡ ରେ ରହିଛନ୍ତି।ସୋମନାଥ ଦେବ ବିଦ୍ୟାପୀଠ ,ହରିପୁର ହାଇସ୍କୁଲ ର ଛାତ୍ରୀ ମନୀଷା ପଣ୍ଡା ୫୭୨ ନମ୍ବର, ନିର୍ଲିପ୍ତା ବେହେରା ୫୬୩ ନମ୍ବର, ପ୍ରଜ୍ଞା ପ୍ରିୟଦର୍ଶିନୀ ୫୪୪ ନମ୍ବର,ଛାତ୍ର ଅଂଶୁମାନ ବାହିନୀପତି ୫୫୫ ନମ୍ବର,ଆଦର୍ଶ ସାମନ୍ତରା ୫୫୦ ନମ୍ବର , ବାଲଣ୍ଡା ହାଇସ୍କୁଲ ର ଛାତ୍ରୀ ଗାୟତ୍ରୀ ନାୟକ ୫୪୫ ନମ୍ବର, ମହିପୁର ନୋଡାଲ ହାଇସ୍କୁଲ ର ଛାତ୍ର ତନ୍ମୟ ତ୍ରିପାଠୀ ୫୪୪ , ମାଳିସାହି ହାଇସ୍କୁଲ ର ଛାତ୍ର ଚନ୍ଦନ ପାଟସାଣୀ ୫୪୦ ନମ୍ବର ରଖି ଏ୧ ଗ୍ରେଡ ରେ ରହିଛନ୍ତି।ତେବେ ସୋମନାଥ ଦେବ ବିଦ୍ୟାପୀଠ, ହରିପୁର ହାଇସ୍କୁଲ ର ଛାତ୍ରୀ ମନୀଷା ପଣ୍ଡା ସର୍ବାଧିକ ୫୭୨ ନଂ ରଖି ନୂଆଗାଁ ବ୍ଲକ୍ ଟପ୍ପର ହୋଇଛନ୍ତି।ହରିପୁର ହାଇସ୍କୁଲ ର ସର୍ବାଧିକ ୫ ଜଣ ଛାତ୍ର ଛାତ୍ରୀ ଏ ୧ ଗ୍ରେଡ ରେ ରହି କୃତକାର୍ଯ୍ୟ ହୋଇଥିବାରୁ ପ୍ରଧାନ ଶିକ୍ଷୟତ୍ରୀ ଜ୍ୟୋତ୍ସ୍ନା ମଞ୍ଜରୀ ମହାପାତ୍ର ଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଅଞ୍ଚଳବାସୀ ଛାତ୍ର ଛାତ୍ରୀ ଙ୍କୁ ଶୁଭେଛା ଜଣାଇବା ସହ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଛନ୍ତି।ଛାତ୍ର ଛାତ୍ରୀ ଙ୍କ କୃତିତ୍ୱ ଖବର ପ୍ରକାଶିତ ପରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଅଞ୍ଚଳବାସୀ ଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।