ପୁରା ଖବର ବିଷୟରେ



ହଜାର ହଜାର ଭକ୍ତଙ୍କ ସମାଗମରେ ଶାନ୍ତି ଶୃଙ୍ଖଳାର ସହ ପବିତ୍ର ବାହୁଡ଼ା ଯାତ୍ରା ଶେଷ ।

Jul 9 2022 9:49PM
(ଦକ୍ଷିଣ ଓଡ଼ିଶା ବ୍ୟୁରୋ ହେଡ ପ୍ରସାଦ ଲିମାଙ୍କ ରିପୋର୍ଟ) ଆଜି ୯-୭-୨୦୨୨ ତାରିଖ, ବିଶ୍ବ ପ୍ରସିଦ୍ଧ ପବିତ୍ର ବାହୁଡ଼ା ଯାତ୍ରା । ଏହି ପରିପ୍ରେକ୍ଷୀରେ ରାୟଗଡ଼ା ଜିଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦ ଗୁଡ଼ାରୀ ସଦର ମହକୁମା ସ୍ଥିତ ଗୁଣ୍ଡିଚା ମନ୍ଦିର ପ୍ରାଙ୍ଗଣରୁ ସନ୍ଧ୍ୟା ୬ ଘଣ୍ଟା ସମୟରେ ଶ୍ରୀଜୀଉଙ୍କୁ ସନ୍ଧ୍ୟା ଆଳତି ଦର୍ଶନ କରିବା ପରେ ପବିତ୍ର ବାହୁଡ଼ା ଯାତ୍ରାରେ ରଥ ଟଣା ଆରମ୍ଭ ହୋଇଯାଇଛି । ଏହି ଅବସରରେ ଗୁଡ଼ାରୀ ଗୋୖଡ ସାହିର ଗୋୖରାଙ୍ଗ ସଂକିର୍ତ୍ତନ ମଣ୍ଡଳୀ ଦ୍ୱାରା ନାମ ସଂକୀର୍ତ୍ତନ କରିଥିବା ବେଳେ ଓଡ଼ିଶା ଡ୍ରାଇଭର ମହାସଂଘ ଗୁଡ଼ାରୀ ଯୋଗଦେଇ ଶ୍ରଦ୍ଧାଳୁ ମାନଙ୍କୁ ଅନ୍ନପ୍ରସାଦ ବଣ୍ଟନ କରିଥିବା ଦେଖିବାକୁ ମିଳିଛି । ରଥ ଅଟକିଥିଲା ମାଉସୀ ମା ମନ୍ଦିରରେ । ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ମାଉସୀ ମା ମନ୍ଦିରରେ ପୂଜାର୍ଚ୍ଚନା ସହ ଆଳତି ଦର୍ଶନ କରି ପୁଣି ରଥ ମନ୍ଦିର ଅଭିମୁଖେ ଯାତ୍ରା କରିଥିଲା । ଏହି ଅବସରରେ ବିଦ୍ୟୁତ ବିଭାଗ କର୍ମଚାରୀ ବିଦ୍ୟୁତ୍ ତାରର ରକ୍ଷଣାବେକ୍ଷଣରେ ସହଯୋଗ କରିଥିଲେ। ପାଣିପାଗ ଶୁଖିଲା ଥିବାରୁ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ସମାବେଶକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ଥାନା ଭାରାପ୍ରାପ୍ତ ଅଧିକାରୀ ଶ୍ରୀ ସଞ୍ଜୟ କୁମାର ନାୟକ ଏବଂ ଆରକ୍ଷୀ ଓ ଗୃହରକ୍ଷୀ ମାନେ ଉପସ୍ଥିତ ରହି ସୁରକ୍ଷା ଦେଉଥିବା ଦେଖିବାକୁ ମିଳିଥିବା ବେଳେ ଶାନ୍ତି ଶୃଙ୍ଖଳାର ସହ ବାହୁଡ଼ା ଯାତ୍ରା ଶେଷ ହୋଇଯାଇଛି ।