ପୁରା ଖବର ବିଷୟରେ



ଅବ୍ୟବସ୍ଥା ଭିତରେ ଚାଲିଛି ସଫେଇ କର୍ମଚାରୀଙ୍କ ଜୀବନ,ହେଉଛନ୍ତି ହନ୍ତସନ୍ତ

Jul 9 2022 4:56AM
(ରାଜିବ ବେହେରାଙ୍କ ରିପୋର୍ଟ) ମୟୁରଭଞ୍ଜଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳା ବିଜ୍ଞାପିତ ଅଞ୍ଚଳ ପରିଷଦର 40 ଜଣ ସଫେଇ କର୍ମଚାରୀ ନିଜର ମୌଳିକ ଦାବିକୁ ନେଇ ଧାରଣାରେ ବସିବା ସହିତ ସଫେଇ କାମକୁ ସମ୍ପୂର୍ଣ ବର୍ଜନ କରିଛନ୍ତି l ବିଶ୍ୱରେ କରୋନା ମହାମାରୀ ଯେତେବେଳେ ବ୍ୟାପିଥିଲା ସେଇ ସମୟରେ ଏହି ସଫେଇ କର୍ମଚାରୀ ମାନେ ଜୀବନକୁ ପାଣି ଛଡେଇ ମହାମାରୀର ମୁକାବିଲା କରି ଅଞ୍ଚଳ ବାସୀଙ୍କୁ ସେବା ଯୋଗାଇ ଆସିଛନ୍ତି, ସୂଚନା ମୁତାବକ ହେଲେ କଣ ମିଳିଛି ସେମାନଙ୍କୁ ବରଂ ମିଳିଛି ଉପହାର ସ୍ୱରୂପ ଅଳିକୁ ପକାଇବାକୁ ଯାଇ ଲୋକଙ୍କ ନିକଟରୁ ମାଡ, ସେଇ ସମସ୍ୟlର ମଧ୍ୟ କିଛି ସମାଧାନ ଅଫିସ ତରଫରୁ କି ପୋଲିସ ପ୍ରଶାସନ ତରଫରୁ ଘଣ୍ଟ ଘୋଡାଜାଇ ଛି ଏବଂ ସେମାନଙ୍କୁ ନ୍ୟାୟ ପ୍ରଦାନକରାଯାଇ ନାହିଁ ବୋଲି ଅଭିଯୋଗ ଆଣିଛନ୍ତି ସଫେଇ କର୍ମଚାରୀ ମାନେ,ସେମାନଙ୍କୁ ପ୍ରତି ଅନ୍ୟାୟ ଏବଂ ଶୋଷଣ କରାଯାଉ ଥିବା ଅଭିଯୋଗ ଆଣିଛନ୍ତି, ତେଣୁ ଆଗାମୀ ଦିନରେ ଯଥା ଶୀଘ୍ର ସେମାନଙ୍କ ସବୁ ସମସ୍ୟା ର ସମାଧାନ ନହେଲେ ରାଜରାସ୍ତାରେ ଧାରଣା ଦେବେ ବୋଲି ଚେତାବନି ଦେଇଛନ୍ତି l