ପୁରା ଖବର ବିଷୟରେ



ଅବକାରୀବିଭାଗର ଚଢ଼ାଉ, ବିପୁଳ ପରିମାଣରେ ଦେଶୀ ମଦ ଜବତ, ବହୁ ଅଭିଯୁକ୍ତ ଗିରଫ

Jul 8 2022 8:15PM
(ଇପିଲି ରମେଶ କୁମାର ଙ୍କ ରିପୋର୍ଟ) ରାୟଗଡ: ଅବକାରୀ କମିଶନର ଆଶିଷ ସିଂହ ଓ ରାୟଗଡ ଜିଲ୍ଲାପାଳ ସ୍ୱଧା ଦେଵ ସିଂହଙ୍କ ନିର୍ଦ୍ଧେଶରେ ଅବକାରୀ ଅଧିକ୍ଷକ ରାୟଗଡା ଅଭିରାମ ବେହେରାଙ୍କ ପ୍ରତ୍ୟେକ ତତ୍ୱାବଧାନରେ ବ୍ୟାପକ ଅବକାରୀ ଚଢ଼ାଉ କରାଯାଇଛି l ଜିଲ୍ଲାର ରାୟଗଡା , ଗୁଣୁପୁର, ଗୁଡାରି, ବିଷମ କଟକ, କଲ୍ୟାଣସିଂପୁର ,ଗୁଡାରି ଅବକାରୀ ଥାନା ଅଞ୍ଚଳରେ ଅବକାରୀ ଦଳର ତା.୪/୦୭/୨୨ରୁ ୭/୦୭/୨୨ରିଖ ୪(ଚାରି)ଦିନ ଧରି ବିଭିନ୍ନ ସ୍ଥାନରେ ବ୍ୟାପକ ଚଢ଼ାଉ କରି ୪୦ଟି ଅବକାରୀ କେସ ରଜୁକରି ଓ ୨୩ଜଣ ଅଭିଯୁକ୍ତକୁ ଗିରଫ କରିଛନ୍ତି l ଗତ ୪ଦିନ ଧରି ଲଗାତାର ଭାବରେ ଜିଲ୍ଲାର ବିଭିନ୍ନ ଦୁର୍ଘମ ଇଲାକାରେ, ଗଳିକନ୍ଦି ଅଞ୍ଚଳରେ ଲୁକାୟତ ଭାବେ ଚୋରା ମଦ ପ୍ରସ୍ତୁତ କରୁଥିବା ଆଡ୍ଡା ଉପରେ ଅତର୍କିତ ଚଢ଼ାଉ କରି ୧୧୧୮୦ଲିଟର ପୋଚ୍ଚ,୧୨୭୦ ଲିଟର ଦେଶୀମଦ ଜବତ କରି ବହୁ ମଦରନ୍ଧା ସାମଗ୍ରୀ ନଷ୍ଟ କରାଯାଇଥିବା ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ ବେହେରା ସୂଚନା ଦେଇଥିଇଛନ୍ତି l ଚୋରା ମଦ କାରବାର ରୋକିବା ନିମନ୍ତେ ଜିଲା ଅବକାରୀ ବିଭାଗର ବିଭିନ୍ନ ଥାନା ଯଥା ରାୟଗଡା ବିଷମକଟକ, ଗୁଡାରି, ଗୁଣପୁର, କଲ୍ୟାଣ ସିଂପୁର ସଦଲବଳ ରିତମତ ଚଢ଼ାଉ ଜାରି ରହିଛି l