ପୁରା ଖବର ବିଷୟରେ



ଉନ୍ନତମାନର ବ୍ୟବହାରିକ କୃଷି କୌଶଳ ଓ ସମନ୍ଵିତ ରୋଗ ପୋକ ନିୟନ୍ତ୍ରଣ ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ

Jul 8 2022 8:57AM
(ରାଜିବ ବେହେରାଙ୍କ ରିପୋର୍ଟ) ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳା ବ୍ଲକରେ ନବ ନିର୍ମିତ ହୋଇଥିବା ଚାଷୀ କୁଳର ହିତ ଉଦେଶ୍ୟରେ କୃଷକ ଉତ୍ପାଦକ ସଂଘ, ଦେବକୁଣ୍ଡ ଫେଡ ଫାର୍ମରସ ପ୍ରଡ୍ଡୁସର କମ୍ପାନୀ ଲିମିଟେଡ ଆନୁକୂଲ୍ୟରେ ଆଜି ଭୀମତାଳୀ ସ୍ଥିତ ମା ଗାୟତ୍ରୀ ମନ୍ଦିର ସଭାଗୃହ ଠାରେ ଉନ୍ନତମାନର ବ୍ୟବହାରିକ କୃଷି କୌଶଳ ଓ ସମନ୍ଵିତ ରୋଗ ପୋକ ନିୟନ୍ତ୍ରଣ ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଛି । ଏହି କର୍ମଶାଳରେ ମୟୂରଭଞ୍ଜ ଜିଲ୍ଲା ନାବାର୍ଡ ର ଡି.ଡି. ଏମ ସ୍ମୃତି ରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ, ନାଫେଡ ର ଷ୍ଟେଟ ନୋଡାଲ ଅଫିସର ଗୋବିନ୍ଦ ମୁର୍ମୁ, ଉଦଳା ବ୍ଲକ ର କୃଷି ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ବେହେରା,ଭୁବନେଶ୍ୱର ସ୍ଥିତ ଶିକ୍ଷା ଅନୁସନ୍ଧାନ ୟୁନଭରସିିଟି ର ଡ୍ଡିନ ଡକ୍ଟର ବିଜୟ କୁମାର ସାହୁ ପ୍ରମୁଖ ଅନ୍ୟ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। କୃଷକ ଉତ୍ପାଦକ ସଂଘ ଆଗାମୀ ଦିନରେ କୃଷକ ମାନଂକ ଆର୍ଥିକ ଉନ୍ନତି ଦିଗରେ ସହାୟକ ହେବା ସହ ଦଲାଲ୍ ମୁକ୍ତ ବ୍ୟବସାୟ, ତଥା ସରକାରୀ ଯୋଜନା କୁ ସଠିକ ଭାବେ କୃଷକଙ୍କ ପାଖରେ ପହଞ୍ଚାଇ ତାଙ୍କର ଆୟ କୁ ଦ୍ଵିଗୁଣିତ କରିପାରିବ ବୋଲି ମୁଖ୍ୟ ଅତିଥି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଥିଲେ। କର୍ମଶାଳା ରେ ସୋଆ ବିଶ୍ଵ ବିଦ୍ୟାଳୟ ର ରୋଗ ପୋକ ବିଭାଗର ପ୍ରଫେସର ଡ. ବିଜୟ କୁମାର ମିଶ୍ର, ଅଗ୍ରୋନମି ର ଡ. ସୁଭପ୍ରଦ ଦାଶ, ପ୍ଲାଣ୍ଟ ପଥୋଲଜୀ ବିଭାଗର ବିଦ୍ୱାନ ରଞ୍ଜନ ସାହୁ ବିଭିନ୍ନ ଚାଷରେ ରୋଗ ଓ ପୋକ ସମ୍ପର୍କିତ କୃଷକ ମାନଂକ ସମସ୍ତ ପ୍ରଶ୍ନ ସଂପର୍କରେ ଆଲୋଚନା କରିଥିଲେ।କେନ୍ଦ୍ର ସରକାରଂକ ୨୦୨୪ ସୁଧା ଦଶ ହଜାର କୃଷକ ଉତ୍ପାଦକ ସଂଘ ଗଠନ ଯୋଜନା ଲକ୍ଷ ଅନୁଯାୟୀ ଆମ ରାଜ୍ୟ ରେ ନାଫେଡ୍ ଆନୁକୁଲ୍ୟରେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ଵବିଦ୍ୟାଳୟ, ଏସ, ଡି, ଆର, ସି ତଥା ଲାଇଭ୍ଲି ହୁଡ ଅଲ୍ଟାର୍ନେଟିଭ୍ କାର୍ଯ ଜାରି ରଖିଥିବା ବେଳେ ସୋଆ ର ଗବେଷଣା ସହ ପ୍ରମୁଖ ଡ. ପ୍ରିୟ ବ୍ରତ ପଟ୍ଟନାୟକ, ଏଲ.ଏ ର କେଦାର ଚନ୍ଦ୍ର ପ୍ରଧାନ,ଓ ସୁମନ୍ତ ଆଚାର୍ଯ୍ୟ କାର୍ଯକ୍ରମ ରେ ସାମିଲ ହୋଇ ମାର୍ଗ ଦର୍ଶନ କରିଥିଲେ । ପାୟନୀର କମ୍ପାନୀ ର ଟ୍ଟେରିଟ୍ଟରି ମୁଖ୍ୟ ନିହାର ରଞ୍ଜନ ଦାସ ଉନ୍ନତ ବିହନ ଓ କୀଟନାଶକ ଔଷଧ ସଂପର୍କରେ ସୂଚନା କରିଥିଲେ ।ଦେବକୁଣ୍ଡ୍ କୃଷକ ଉତ୍ପାଦକ ସଂଘ ର ପରିଚାଳନା ନିର୍ଦେଶକ ପ୍ରକାଶ କୁମାର ନାୟକ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି କର୍ମଶାଳା କୁ ମୁଖ୍ୟ କାର୍ଯ ନିର୍ବାହୀ ଡ. ବିଦ୍ୟାଧର ସାହୁ ପରିଚାଳନା କରିଥିବା ବେଳେ, କପ୍ତିପଦା ଝିଙ୍କେଶ୍ୱର୍ ଫାର୍ମର୍ସ ପ୍ରୋଡୁସର୍ କଂପାନୀ ର ଏମ. ଡି ରଞ୍ଜିତ କୁମାର ସେଠୀ,ଖୁଣ୍ଟା ର ଟୁଙ୍କି ଅଗ୍ରୋ ଫେଡ୍ କଂପାନୀ ର ଏମ.ଡି ନବୀନ କୁମାର ମହାନ୍ତ ଓ ମାନସ ରଞ୍ଜନ ନାଏକ ପ୍ରମୁଖ ଯୋଗ ଦେଇଥିଲେ ।ଠାକୁରମୁଣ୍ଡା ବ୍ଲକ ର ମାଇଁ ଶିମିଳିପାଳ ଆଗ୍ରୋ ଫେଦ୍ କଂପାନୀ ର ପରି ଚାଳନା ନିର୍ଦେଶକ ତଥା ଜିଲ୍ଲା କ୍ଷେତ୍ର ସଂଯୋଜକ ଯୋଗେନ୍ଦ୍ର ମହାନ୍ତ ସମସ୍ତଙ୍କୁ ଧନ୍ୟ ବାଦ ଅର୍ପଣ କରିଛନ୍ତି ।ଉପଖଣ୍ଡ ର ଉଦଳା, କପ୍ତିପଦା ଓ କପ୍ତିପଦା ବ୍ଲକ୍ ର ଶତାଧିକ କୃଷକ କର୍ମଶାଳା ରେ ଉପସ୍ଥିତ ଥିଲେ।ଚାଷୀ ମାନଙ୍କ ଭିତରେ ପ୍ରବଳ ଆଗ୍ରହ ଦେଖିବାକୁ ମିଳିଥିଲା l