ପୁରା ଖବର ବିଷୟରେ



କୁଖ୍ୟାତ ଚୋରା ଗଞ୍ଜେଇ ମାଫିଆ ଗ୍ୟାଙ୍ଗ ଏବେ ବାରିପଦା ଟାଉନ ଥାନା କବ୍ଜା ରେ

Jul 7 2022 12:33PM
(ରାଜିବ ବେହେରାଙ୍କ ରିପୋର୍ଟ) ଏବେ ନିଶା ବେପାରୀ ମାନେ ସକ୍ରିୟ ହୋଇ ଉଠି ଛନ୍ତି, ରାଜ୍ୟରେ ଅମlନୁଷିକ ଭାବେ ଚୋରା ଗୋ ଚାଲାଣ ଥମୁଁ ନଥିବା ବେଳେ, ଧଳା ଜହର ଏବଂ ଗଞ୍ଜେଇ ମାଫିଆ ମାନେ ଭିନ୍ନ ଉପାୟରେ ପୋଲିସ ଓ ଅବକାରୀ ବିଭାଗ ଆଖି ଆଗରେ ବିଭିନ୍ନ ତରିକlକୁ ଆପଣାଇ ପ୍ରଶାସନ କୁ ଚକ୍ଷ୍ମା ଦେଇ ବିଭିନ୍ନ ଗଲା ବାଟଦେଇ ତାଙ୍କର ସାମ୍ରାଜ୍ୟ ବିସ୍ତାର କରିଚାଲିଛନ୍ତି l ଏହି ଭଳି ଏକ ଚୋରା ନିଶା କାରବାର ରେ ଲିପ୍ତ ମାଫିଆ ଗ୍ୟାଙ୍ଗ କୁ ମାଡ଼ିବସିଛି ମୟୁରଭଞ୍ଜ ଜିଲ୍ଲା ବାରିପଦା ଟାଉନ ଥାନା ପୋଲିସ l ତିନିଗୋଟି ଗାଡ଼ି ସହିତ ତିନି କ୍ୱିଣ୍ଟାଲ ଅଶି କିଲୋ ଗଞ୍ଜେଇ ଜବତ କରିବା ସହିତ ୪ ଅଭିଯୁକ୍ତ ଚାଲାଣ କାରୀଙ୍କୁ ପୋଲିସ ଗିରଫ କରିବାରେ ମିଳିଛି ବଡ ସଫଳତା l ନିଶା ମାଫିଆ ମାନେ କେତେ ବେଳେ ଯାତ୍ରିବାହୀ ବସରୁ ତ କେବେ ରାଜ୍ୟ ବାହାର ଗାଡ଼ି ଭିତରୁ କୁଇଣ୍ଟାଲ କୁଇଣ୍ଟାଲ ଗଞ୍ଜେଇ ଜବତ ହେବା ସାମ୍ନାକୁ ଆସିଥିବା ବେଳେ ସୋମବାର ଆନ୍ତରାଜ୍ୟ କୁ ଚୋରା ଚାଲାଣ ବେଳେ ବାରିପଦା ପୋଲିସ ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ର ସଫଳତା ଘଟଣା ଜିଲ୍ଲାରେ ଏବେ ଚର୍ଚ୍ଚାର ବିଷୟ ପୋଲଟିଛି l ସୂଚନା ମୁତାବକ ତିନୋଟି ଯାକ ଗାଡ଼ିରେ ଜାଲ ନମ୍ବର ବିଶିଷ୍ଟ ପ୍ଲେଟ୍ ଲଗାଇ ସୁଦୂର କୋରାପୁଟ୍ ରୁ ଝାଡ଼ଖଣ୍ଡ ଦେଇ ଗଞ୍ଜେଇ ଚୋରାlଚାଲାଣ ହେଉଥିବା ର ବାରିପଦା ଟାଉନ ଥାନା ପୋଲିସ ଖବର ପାଇ ୩ଟି ଗାଡ଼ି କୁ ଅଟକାଇବା ବେଳେ ଗଞ୍ଜେଇ ମାଫିଆ ଙ୍କ ସହିତ ମୁହାଁମୁହିଁ ହୋଇଥିଲା। ଘଟଣାସ୍ଥଳରୁ ଗାଡ଼ି ୩ଟି ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ସେମାନଙ୍କୁ ଧରିବାରେ ସଫଳ ହୋଇଛି ।ଦୁଇଟି ଗାଡ଼ି ବାରିପଦାରେ ଧରାଯାଇ ଥିବା ବେଳେ ଅନ୍ୟ ଏକ ଗାଡିକୁ ପିଛାକରି ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଜଗନ୍ନାଥଖୁଣ୍ଟାରେ ପୋଲିସ ଧରିବାରେ ସଫଳ ହୋଇଥିଲା।ଏହି ଘଟଣାରେ ପୋଲିସ ୪ଜଣ ଅଭିଯୁକ୍ତ ଚୋରା ଚାଲାଣକାରୀଙ୍କୁ ଗିରଫ କରିଛି।ଏହି ଗ୍ୟାଙ୍ଗ୍‌ର ମୟୁରଭଞ୍ଜ ସହିତ କୌଣସି ସମ୍ପର୍କ ନାହିଁ କେବଳ ମୟୁରଭଞ୍ଜ ବାଟ ଦେଇ ଏହା ଚାଲାଣ କରାଯାଉଥିଲା ବୋଲି ପୋଲିସ ପକ୍ଷ ରୁ ସୂଚନା ଦିଆଯାଇଛି । ତେବେ ଏହି ରାକେଟ୍ ର ଚେର କେତେଦୂର ଲମ୍ବିଛି ତାହା ଅଧିକ ତଦନ୍ତ କଲେ ଜଣା ପଡିବ ବୋଲି ମୟୁରଭଞ୍ଜ ଆରକ୍ଷି ଅଧିକ୍ଷକ ପ୍ରକାଶ କହିଛନ୍ତି ।