ପୁରା ଖବର ବିଷୟରେ



ସ୍ଥାନୀୟ ଜଗନ୍ନାଥ ମନ୍ଦିରରୁ ମା ଲକ୍ଷ୍ମୀଙ୍କ ଗୁଣ୍ଡିଚା ମନ୍ଦିର ପ୍ରବେଶ ହେରାପଞ୍ଚମୀ ନିତି ପାଳନ,ମାଆ ଲକ୍ଷ୍ମୀଙ୍କ ଫେରିବା ବେଳେ ରଥ ଭଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ

Jul 7 2022 9:33AM
(ଦକ୍ଷିଣ ଓଡ଼ିଶା ବ୍ୟୁରୋ ହେଡ ପ୍ରସାଦ ଲିମାଙ୍କ ରିପୋର୍ଟ) ଆଜି ପବିତ୍ର ହେରାପଞ୍ଚମୀ,ବିଶ୍ବ ପ୍ରସିଦ୍ଧ ରଥଯାତ୍ରାର ପଞ୍ଚମ ଦିନ, ମହାପ୍ରଭୁଙ୍କ ସକାଳ ବାମନ ବେଶ ଧାରଣ ଓ ସନ୍ଧ୍ୟା ସମୟରେ ରାଜରାଜେଶ୍ଵର ବେଶ ଧାରଣ, ଶ୍ରୀମନ୍ଦିରରୁ ମାଆ ଲକ୍ଷ୍ମୀଙ୍କ ଗୁଣ୍ଡିଚା ମନ୍ଦିର ଭିତରକୁ ପ୍ରବେଶ, ଗୁଣ୍ଡିଚା ମନ୍ଦିରରେ ହେରାପଞ୍ଚମୀ ନିତି ପାଳନ ଓ ମାଆ ଲକ୍ଷ୍ମୀଙ୍କ ଗୁଣ୍ଡିଚା ମନ୍ଦିରରୁ ଫେରିବା ବେଳେ ରଥ ଭଙ୍ଗା ବିଧି ଅବସରରେ ରାୟଗଡ଼ା ଜିଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦ ଗୁଡ଼ାରୀର ସ୍ଥାନୀୟ ଜଗନ୍ନାଥ ମନ୍ଦିରରୁ ମାଆ ଲକ୍ଷ୍ମୀ ସନ୍ଧ୍ୟା ସାଢ଼େ ଆଠଟା ସମୟରେ ଗୁଣ୍ଡିଚା ମନ୍ଦିରକୁ ବିଜେ କରିଥିଲେ, ସେହି ସମୟରେ ଦେଢଶୁର ଭାଇ ବହୁ ନିତି ପାଳନ କରିବା ସହ ଗୁଣ୍ଡିଚା ମନ୍ଦିରରେ ହେରାପଞ୍ଚମୀ ନିତି ପାଳନ ବିଧି ଅନୁଷ୍ଠିତ ହୋଇଥିଲା, ମାଁ ଲକ୍ଷ୍ମୀ ଗୁଣ୍ଡିଚା ମନ୍ଦିରରୁ ସ୍ବମନ୍ଦିରକୁ ଫେରିବା ବେଳେ ରଥ ଭଙ୍ଗା କାର୍ଯ୍ୟ ସମ୍ପନ୍ନ କରାଯାଇଛି । ଏହି ଅବସରରେ ପାଗ ଅନୁକୂଳ ଠିକ୍ ରହିଥିବାରୁ ବହୁ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି ।