ପୁରା ଖବର ବିଷୟରେ



କୁଡୁମୁଲୁଗୁମ୍ମା ଦେୱ।ନୀ ଅଦାଲତ ପରିସରରେ ୭୩ତମ ବନ ମହୋତ୍ସବ ପାଳିତ

Jul 5 2022 9:16PM
(ତୃପ୍ତିମୟୀ ପ୍ରଧାନ କଂ ରିପୋର୍ଟ) କୁଡୁମୁଲୁଗୁମ୍ମା : , ୭୩ ତମ ବନ ମହୋତ୍ସବ ପାଲନ ନିମନ୍ତେ ସ୍ଥାନୀୟ ବନ ବିଭାଗ ଆନୁକୂଲ୍ୟରେ, କୁଡୁମୁଲୁଗୁମ୍ମା ସ୍ତିତ ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ଦେୱ।ନୀ ଅଦାଲତ ପରିସରରେ ଏକ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସମୟ ସକାଳ ୧୦ ଟାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ବେଳେ ଏଥିରେ କୁଡୁମୁଲୁଗୁମ୍ମା ଅଦାଲତର ମାନ୍ୟବର ଦଣ୍ଡାଧିକାରୀ ସୁମନ୍ତ କୁମାର ପଟ୍ଟନାୟକ, ବାଲିମେଳା ବନଖଣ୍ଡ ରେଞ୍ଜର ଜଗନ୍ନାଥ ପ୍ରସାଦ ବିଶୋଇ, କୁଡୁମୁଲୁଗୁମ୍ମା ବନପାଳ ଜ୍ୟୋତି ଡୁ°ଗଡୁ°ଗ , ସରକାରୀ ଓକିଲ ସରୋଜ କୁମାର ସାହୁ, ଓକିଲ ଭକ୍ତ ଚରଣ ବନୀକ, ଅଦାଲତ କର୍ମଚାରୀ କାର୍ତ୍ତିକ ସାଈନ ,ଫରେଷ୍ଟ ଗାର୍ଡ ଜଗନ୍ନାଥ ସାହୁ ଓ ଲକ୍ଷ୍ମୀ କୁଆସୀ ପ୍ରମୁଖ କର୍ମଚାରୀ ମାନେ ଉପସ୍ଥିତ ରହି ଅଦାଲତ ପରିସରରେ ବିଭିନ୍ନ ପ୍ରକାରର ଚାରା ରୋପଣ କରିଥିଲେ । କାର୍ଯ୍ୟକ୍ମରେ ମାନ୍ୟବର ମାଜିଷ୍ଟ୍ରେଟ ସମସ୍ତ କର୍ମଚାରୀ ମାନଙ୍କୁ ଉପଯୁକ୍ତ ସ୍ଥାନରେ ଗୋଟିଏ ଗୋଟିଏ ଚାରା ଲଗାଇବା ସହ, ଉକ୍ତ ଚାରାଟି ବଡ ହେବା ପର୍ଯ୍ୟନ୍ତ ତାହାର ଉପଯୁକ୍ତ ଯତ୍ନ ନେବାକୁ କହିଛନ୍ତି । ରେଞ୍ଜର ଶ୍ରୀ ବିଶୋଇ କହିଛନ୍ତି ଯେ ସାମ୍ପ୍ରତିକ ପରିସ୍ଥିତି ରେ ବିଶ୍ବ କୁ ପ୍ରଦୂଷଣ ନିୟନ୍ତ୍ରଣ କରିବାକୁ ହେଲେ ସମସ୍ତଙ୍କୁ ସବୁଜ ବଳୟର ପରିବେଶ ଶୃଷ୍ଠି ଉଦ୍ଦେଶ୍ୟ ରେ ଚେଷ୍ଟା ଜାରି ରଖିବା ପାଇଁ ଅନୁରୋଧ କରିବା ସହ, ଆଜିର ବନ ମହୋତ୍ସବ କାର୍ଯ୍ୟକ୍ରମ ଟି ସମସ୍ତଙ୍କ ସହଯୋଗରେ ସାଫଲ୍ୟ ହୋଇଥିବାରୁ ଧନ୍ୟବାଦ ଅର୍ପଣ କରିଛନ୍ତି ।