ପୁରା ଖବର ବିଷୟରେ



ଭାରତୀୟ ଷ୍ଟେଟବ୍ୟାଙ୍କ ତରଫରୁ ସ୍ୱୟଂ ସହାୟକ ଗୋଷ୍ଠୀ ସମ୍ମନ୍ଵୟ ମେଳା ଅନୁଷ୍ଠିତ, ରାୟଗଡ ଜିଲ୍ଲାର ୨୧୬ଗୋଟି ଏସଏଚଜି ଗୋଷ୍ଠୀକୁ ସର୍ବମୋଟ ଟ.୫.୩୯ କୋଟିର ଋଣ ପ୍ରଦାନ

Jul 5 2022 6:39PM
(ପ୍ରଭାକର ରତ୍ନାଲୁଙ୍କ ରିପୋର୍ଟ) ଭାରତୀୟ ଷ୍ଟେଟବ୍ୟାଙ୍କ ରାୟଗଡ ତରଫରୁ ଆଜି ସ୍ୱୟଂ ସହାୟକ ଗୋଷ୍ଠୀ ସମ୍ମନ୍ଵୟ ମେଳା ଅନୁଷ୍ଠିତ ହୋଇଯାଇଛି l ଏହି ମେଳାରେ ରାୟଗଡ ଜିଲ୍ଲାର ୨୧୬ଗୋଟି ଏସଏଚଜି ଗୋଷ୍ଠୀକୁ ସର୍ବମୋଟ ଟ.୫.୩୯ କୋଟିର ଋଣ ପ୍ରଦାନ କରାଯାଇଛି l କୃଷ୍ଣଚନ୍ଦ୍ର ନଗର ଭବନ ଠାରେ ଏହି ସମମନ୍ଵୟ ମେଳା ଅନୁଷ୍ଠିତ ହୋଇଥିଲା l ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଅଗ୍ରଣୀ ଶାଖା ପକ୍ଷରୁ ହୋଇଥିବା ଏହି ସମମନ୍ଵୟ ମେଳାରେ ମୁଖ୍ୟ ଅତିଥି ଭାବେ ଶ୍ରୀମତି ସ୍ୱଧା ଦେଵସିଂ , ଜିଲ୍ଲାପାଳ ରାୟଗଡ ଯୋଗଦାନ କରି ହିତାଧିକାରୀ ଗୋଷ୍ଠୀକୁ ମଞ୍ଜୁର ଅର୍ଥର ସଠିକ ଯୋଜନା କରି ତାହାର ବିନିଯୋଗ ଉପରେ ଅନୁରୋଧ କରିଥିଲେ l ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଅଗ୍ରଣୀ ଶାଖା ପକ୍ଷରୁ ହୋଇଥିବା ଏହି କାର୍ଯ୍ୟକ୍ରମକୁ ଏଲ୍.ଡି.ଏମ୍ ଶ୍ରୀ ଧୀରେନ୍ଦ୍ର ବିହାରୀ ପରିଚାଳନା କରିଥିଲେ। ଏଥିରେ ସମ୍ମlନିତ ଅତିଥି ଭାବେ ପିଡି.ଡି.ଆର୍.ଡି.ଏ ରାୟଗଡ ରବିନାରାୟଣ ତ୍ରିପାଠୀ, ଏସବିଆଇର ଆଞ୍ଚଳିକ ପ୍ରବନ୍ଧକ ରାଜେନ୍ଦ୍ର ନାରାୟଣ ସାହୁ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଜାଜ୍ଞସେନି ବେହେରା, ପୌର ନିର୍ବାହୀ ଅଧିକାରୀ ୟାସ୍ସୀର ବିଲlଲ ଅହମଦ,ଡ଼ିପିସି ମିଶନ ଶକ୍ତି ନିରଞ୍ଜନ ମଲ୍ଲିକ, ଡିପିଏମ ଓଡ଼ିଶା ଜୀବିକା ମିଶନ ହେମନ୍ତ କୁମାର ବାଘ,ଡିପିଏମ ଓରମାସ ମନୋଜ କୁମାର ପାତ୍ର ଓ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ l ଉପସ୍ଥିତ ଅତିଥି ମାନଙ୍କ ହସ୍ତରେ ୫.୩୯ କୋଟିର ଚେକ ସହିତ ହିତାଧିକାରୀଙ୍କ ଋଣପତ୍ର ପ୍ରଦାନ କରାଯାଇଥିଲା l ସର୍ବଶେଷରେ ଆଞ୍ଚଳିକ ବ୍ୟାଙ୍କର ମୁଖ୍ୟ ପ୍ରବନ୍ଧକ ତୁଳସୀଦାସ ପାଢ଼ୀ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।