ପୁରା ଖବର ବିଷୟରେ



ଓଡ଼ିଶା ସରକାରଙ୍କ ୭୩ ତମ ବନମହୋତ୍ସବ କାର୍ଯ୍ୟକ୍ରମ

Jul 4 2022 10:52AM
(ରମେଶ ଇପିଲିଙ୍କ ରିପୋର୍ଟ) ରାୟଗଡ଼ା ଜିଲ୍ଲା ବନଖଣ୍ଡ ର ପ୍ରତ୍ୟକ୍ଷ ତତ୍ବାବଧାନରେ ଆଜି ରାୟଗଡ଼ା ସେଞ୍ଚୁରିଆନ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମର ପ୍ରାରମ୍ଭରେ ସମ୍ମାନନୀୟା ଜିଲ୍ଲାପାଳ ଶ୍ରୀମତୀ ସ୍ବଧାଦେବ ସିଂ ମହୋଦୟା ଉପସ୍ଥିତ ରହି ବୃକ୍ଷରୋପଣ କରି କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିଥିଲେ। ପରବର୍ତ୍ତୀ ସମୟରେ ବନବିଭାଗର କାର୍ଯ୍ୟରତ କର୍ମଚାରୀ , ସେଞ୍ଚୁରିଆନ୍ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଜିଲ୍ଲାର ଜବିଭିନ୍ନ ଗ୍ରାମର ବନ ସଂରକ୍ଷଣ ସମିତି ର ସଦସ୍ୟ ଓ ସ୍ଥାନୀୟ ବୁଦ୍ଧିଜୀବୀ ମାନଙ୍କ ଉପସ୍ଥିତିରେ ଏକ ବୈଠକ କରାଯାଇଥିଲା ଯେଉଁଥିରେ ବନଖଣ୍ଡ ଅଧିକାରୀ ଡକ୍ଟର ବିଜୟ କୁମାର ପରିଡ଼ା ସଭାପତିତ୍ବ କରିଥିଲାବେଳେ ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡକ୍ଟର ଦୁଷ୍ମନ୍ତ କୁମାର ମହାନ୍ତି,ଏସିଏଫ୍ ନିତ୍ୟାନନ୍ଦ ନାୟକ,ଏସିଏଫ୍ ଅଶୋକ କୁମାର ପ୍ରଧାନ,ସେଞ୍ଚୁରିଆନ ମହାବିଦ୍ୟାଳୟ ର ନିର୍ଦ୍ଦେଶକ ରାଜେଶ ପାଢ଼ୀ ଓ ମୂର୍ତ୍ତିକା ସଂରକ୍ଷଣ ବିଭାଗର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ପୂର୍ଣ୍ଣଚନ୍ଦ୍ର ଚୋଉଧୁରି ପ୍ରମୁଖ ବୃକ୍ଷ ର ଉପକାରିତା ଓ ଜଙ୍ଗଲ ସଂରକ୍ଷଣ ଉପରେ ଆଲୋଚନା ରଖିଥିଲେ। ଏହି ଅବସରରେ ଜିଲ୍ଲାର ଦୁଇଟି ବନ ସଂରକ୍ଷଣ ସମିତି କୁ ବିଜୁପଟ୍ଟନାୟକ ପୁରସ୍କାର ସ୍ବରୂପ ନଗଦ ୨୦୦୦୦/-(କୋଡ଼ିଏ ହଜାର ଟଙ୍କା)ଓ ମାନପତ୍ର ସମ୍ମାନନୀୟ ବନଖଣ୍ଡ ଅଧିକାରୀ ପ୍ରଦାନ କରିଥିଲେ। ରାଜ୍ୟ ଏକ୍ସକ୍ୟାଢର ସଂଘ କୋଷାଧ୍ୟକ୍ଷ ତଥା ଜିଲ୍ଲା ସଭାପତି ବିଜୟ ମିଶ୍ର ଜଙ୍ଗଲ ସୁରକ୍ଷା ଓ ସରକାରଙ୍କ ପଦକ୍ଷେପ କୁ ଆଧାରକରି ଏକ ସ୍ବରଚିତ ଲୋକଗୀତ ପରିବେଷଣ କରି ସଚେତନତାର ସୁନ୍ଦର ବାର୍ତ୍ତା ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ରେ ଶେଷରେ ରାୟଗଡ଼ା ବନାଞ୍ଚଳ ଅଧିକାରୀ ସଞ୍ଜୟ କୁମାର ଦାଶ ଧନ୍ୟବାଦ ପ୍ରଦାନ କରିଥିବାବେଳେ ଅକ୍ଷୟ କୁମାର ରଥ ଓ ବିଜୟ କୁମାର ମିଶ୍ର ମଞ୍ଚ ପରିଚାଳନା କରିଥିଲେ।