ପୁରା ଖବର ବିଷୟରେ



ପ୍ରତୀକ ଧାରଣାର ପଞ୍ଚମ ଦିନରେ ସ୍ଥଳରେ ପହଞ୍ଚିଲେ ଉପଜିଲ୍ଲା ପ୍ରଶାସନ, ଧାରଣାକାରୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ।

Jul 3 2022 6:26PM
(ଦକ୍ଷିଣ ଓଡ଼ିଶା ବ୍ୟୁରୋ ହେଡ ପ୍ରସାଦ ଲିମାଙ୍କ ରିପୋର୍ଟ) ରାୟଗଡ଼ା ଜିଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦ ଗୁଡ଼ାରୀ କାର୍ଯ୍ୟାଳୟ ସମ୍ମୁଖରେ ଗୁଡ଼ାରୀ ରୁ ଭୁବନେଶ୍ୱର ସରକାରୀ ବସ ଚଳାଚଳ ନିମନ୍ତେ ୟୁଥ୍ ଫର୍ ଚେଞ୍ଜ ନେତୃତ୍ୱରେ ଗୁଡ଼ାରୀ ବାସୀଙ୍କ ପୂର୍ଣ୍ଣ ସମର୍ଥନରେ ପ୍ରତୀକ ଧାରଣାର ସରକାରୀ ଛୁଟିଦିନ ସହ ପଞ୍ଚମ ଦିନରେ ପହଞ୍ଚଛି । ଉକ୍ତ ଧାରଣା ସ୍ଥଳରେ ପହଞ୍ଚିଲେ ଉପଜିଲ୍ଲା ପ୍ରଶାସନ ପକ୍ଷରୁ ଆଇଟିଡିଏ ପ୍ରକଳ୍ପ ନିର୍ଦ୍ଦେଶକ ତଥା ଭାରାପ୍ରାପ୍ତ ଉପଜିଲ୍ଲାପାଳ ଶ୍ରୀ ଲୋକନାଥ ଦଳବେହେରା, ଉପସ୍ଥିତ ରହିଥିଲେ ତହସିଲଦାର ଶ୍ରୀମତୀ ଭାରତୀ ଦେବୀ ଓ ଥାନା ଭାରାପ୍ରାପ୍ତ ଅଧିକାରୀ ଶ୍ରୀ ସଞ୍ଜୟ କୁମାର ନାୟକ ଏବଂ ଟିମ୍ । ଧାରଣା ସ୍ଥଳରେ ଧାରଣାକାରୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ । ଧାରଣାକାରୀ ପ୍ରଶାସନଙ୍କ ଆଲୋଚନାକୁ ସହଯୋଗ କରିଥିଲେ ହେଁ ପୁର୍ଣ୍ଣ ସମର୍ଥନ କରିନଥିଲେ । ଧାରଣାକାରୀଙ୍କ ମତ୍ତାନୁଯାୟୀ ପ୍ରତୀକ ଧାରଣା ଜାରି ରହିବ । ପ୍ରଶାସନଙ୍କ ଆଲୋଚନା ପ୍ରକାରେ ଗୁଡାରୀରୁ ଏକ ପ୍ରତିନିଧିତ୍ଵ ଦଳ ଆସନ୍ତା ଷୋମବାର ଦିନ ଅପରାହ୍ନରେ ଜିଲ୍ଲାପାଳଙ୍କୁ ସାକ୍ଷାତ ସହ ଆଲୋଚନା କରିବା ପରେ ସ୍ଥିତି ପରିବର୍ତ୍ତନ ହୋଇପାରେ ବୋଲି ଜଣାପଡ଼ିଛି ।