ପୁରା ଖବର ବିଷୟରେ



ମହାଆଡମ୍ବରରେ ଶାନ୍ତି ଶୃଙ୍ଖଳାର ସହ ଘୋଷଯାତ୍ରା ପାଳନ

Jul 2 2022 4:58AM
(ଦକ୍ଷିଣ ଓଡ଼ିଶା ବ୍ୟୁରୋ ହେଡ ପ୍ରସାଦ ଲିମାଙ୍କ ରିପୋର୍ଟ) ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା/ଘୋଷଯାତ୍ରା। ରାୟଗଡ଼ା ଜିଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦ ଗୁଡ଼ାରୀ ସଦର ମହକୁମାରେ ଶାନ୍ତି ଶୃଙ୍ଖଳାର ସହ ମହାଆଡମ୍ବରରେ ଘୋଷଯାତ୍ରା ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଅପରାହ୍ନ ୫ ଘଣ୍ଟିକା ସମୟରେ ମହାପ୍ରଭୁଙ୍କ ଶାଳଗ୍ରାମ, ପାର୍ଶ୍ଵ ଦେବତା ଭୂଦେବୀ ଶ୍ରୀଦେବୀ ଏବଂ ଚତୁର୍ଦ୍ଧା ମୂର୍ତ୍ତି ପ୍ରଭୁ ସୂଦର୍ଶନ ବଳଭଦ୍ର, ସୁଭଦ୍ରା ଓ ଜଗନ୍ନାଥ ମହାପ୍ରଭୁଙ୍କୁ ରାଜ ପୁରୋହିତ ଭାବେ ଶ୍ରୀ ଅମିୟ ପୁରୋହିତ ପଞ୍ଚଗବ୍ୟ ସିଞ୍ଚନ କରିଥିବା ବେଳେ ମନ୍ଦିରର ପ୍ରଧାନ ସବକ ଭାବେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଦିଲ୍ଲୀପ କୁମାର ସାହୁ ଛେରାପହଁରା ସହକାରେ ଶଙ୍ଖୁଆ,ଘଣ୍ଟୁଆ ଓ ଡାହୁକ ଶ୍ରୀ ଗୋଦାବରୀଶ ସତପଥି ଓ ପଣ୍ଡା ପଡିହାରିଙ୍କ ମେଳରେ ପହଣ୍ଡି ବିଜେ କରିଥିଲେ । ତତ୍ପରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ନିତି କାନ୍ତି ସହକାରେ ଆଳତି ଦେଇ ରଥଟଣା ଆରମ୍ଭ ହୋଇଥିଲା ।ଏହି ଅବସରରେ ସ୍ଥାନୀୟ ଗୋୖଡସାହିର ଗୋୖରାଙ୍ଗ ସଂକିର୍ତ୍ତନ ମଣ୍ଡଳୀ, ବିଦ୍ୟୁତ ବିଭାଗ ପୂର୍ଣ୍ଣ ସହଯୋଗ କରିଥିବା ବେଳେ ପୋଲିସ ପ୍ରଶାସନ ଗୁଡ଼ାରୀ ତରଫରୁ ସହାୟକ ଉପ ଆରକ୍ଷୀ ଅଧିକାରୀ ଶ୍ରୀ ଜ୍ୟଚିନ୍ଦ୍ର ସାହୁ ଏବଂ ଆରକ୍ଷୀ ଓ ଗୃହରକ୍ଷୀ ମାନେ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଦେଖିବାକୁ ମିଳିଛି । ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ମାଉସୀ ମା ମନ୍ଦିରରେ ଭବ୍ୟ ସ୍ଵାଗତ ସମାରୋହରେ ପୂଜାର୍ଚ୍ଚନା ପରେ ମହାପ୍ରଭୁ ଗୁଣ୍ଡିଚା ମନ୍ଦିର ସାହିରେ ପହଞ୍ଚିଥିଲେ । ଭକ୍ତ ଓ ଭଗବାନଙ୍କ ଭେଟ ହୋଇଥିଲା । ତତ୍ପରେ ଚତୁର୍ଦ୍ଧା ମୂର୍ତ୍ତି ଗୁଣ୍ଡିଚା ମନ୍ଦିରକୁ ବିଜେ କରିଥିଲେ ।ଏହି ଘୋଷଯାତ୍ରାରେ ହଜାର ହଜାର ଭକ୍ତ ଋଣ୍ଡ ହୋଇଥିବା ଦେଖିବାକୁ ମିଳିଛି ।