ପୁରା ଖବର ବିଷୟରେ



ସିରିପେଟା ରେ ରଥଯାତ୍ରା ମହାଡମ୍ବରରେ ସମ୍ପର୍ଣ୍ଣ

Jul 1 2022 11:11PM
(ଅମଳ କୁମାର ମଣ୍ଡଲ କଂ ରିପୋର୍ଟ) , କୁଡୁମୁଲୁଗୁମ୍ମା ତହସିଲ ଅନ୍ତର୍ଗତ ସିରିପେଟା ଗ୍ରାମରେ ରଥଯାତ୍ରା ମହାଆଡମ୍ବରରେ ପାଳିତ ହୋଇଯାଇଛି । ଦୟଣା କ୍ଷେତ୍ର ସିରିପେଟା ର ମୁଖ୍ୟ ପୂଜକ ବିଜୟ ପଣ୍ଡା ସକାଳୁ ତିନି ଠାକୁରଙ୍କ ସମସ୍ତ ନିତିକାନ୍ତି ସମ୍ପର୍ଣ୍ଣ କରିବା ପରେ, ଦିନ ୧ ଟା ବେଳେ ସିରିପେଟା ଗଜପତି ଜଗବନ୍ଧୁ ବାରୀକ ଛେରା ପହଁରା କରିଥିଲେ ଓ ଏହାପରେ ଗୋଟିପହଁଣ୍ଡି ରେ ତିନି ଠାକୁର ରଥ ଉପରେ ବିରାଜମାନ ହୋଇଥିଲେ । ତିନି ଠାକୁରଙ୍କୁ ସୁସଜ୍ଜିତ ବେସରେ ରଥାରୂଢ ହେବାପରେ ,ଢାଉକ ମାନଙ୍କ ଉଦଘୋଷଣ ପରେ ଭକ୍ତ ମାନେ ମହାଉଲ୍ଲାସରେ ରଥ ଟାଣିଥିଲେ ଯେଉଁଥିରେ ଆଖପାଖ ଅଞ୍ଚଳର ପାଖାପାଖି ହଜାରରୁ ଉର୍ଦ୍ଧ୍ବ ଭକ୍ତ ସମାଗମ ଦେଖିବାକୁ ମିଳିଥିଲା । ଖୋଳ ,ତାଳ ,ଘଣ୍ଟ ,ମର୍ଦ୍ଦଳ ରେ ଯେମିତି ଚତୁର୍ଦିଗ ପ୍ରକମ୍ପିତ ହୋଇଉଠୁଥିଲା । ପ୍ରବଳ ଜନସମାଗମ କୁ ଆଖିରେ ରଖି ଦୟଣା କ୍ଷେତ୍ରର ସମସ୍ତ ସେ୍ଛାସେବୀ ,ସ୍ଥାନୀୟ ତହସିଲ ପ୍ରଶାସନ ଓ ପୋଲିସ ପ୍ରଶାସନ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ସ୍ଥାନୀୟ ତହସିଲଦାର ବିଜୟ ମାଣ୍ଡା°ଗୀ,ସ୍ଥାନୀୟ ଫାଣ୍ଡି ଅଧିକାରୀ କମଳ ଲୋଚନ ନାୟକ°କ ପ୍ରତ୍ୟକ୍ଷ ତତ୍ୱ।ବଧାନରେ ସିରିପେଟା ରଥଯାତ୍ରା କୁ ସୁରୁଖୁରୁରେ ଓ ଶାନ୍ତି ଶୃଙ୍ଖଳା ରେ ସମ୍ପର୍ଣ୍ଣ କରାଇଥିବାରୁ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ସଭାପତି ସହଦେଵ ଶିଷା ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।