ପୁରା ଖବର ବିଷୟରେ



ଗୋପବନ୍ଧୁ ଦାସଙ୍କ ଶ୍ରଦ୍ଧାବାର୍ଷିକ ପାଳିତ

Jul 1 2022 11:08PM
(ରମେଶ ଇପିଲିଙ୍କ ରିପୋର୍ଟ) ପଦ୍ମପୁର ସ୍ଥିତ ଅଭ୍ୟାସ ଟେକ୍ଟୋ ସ୍କୁଲ ପରିସରରେ ଗୋପବନ୍ଧୁ ଦାସ 94 ତମ ଶ୍ରାଦ୍ଧ ବାର୍ଷିକ ବିଦ୍ୟାଳୟ ଅଧକ୍ଷା ଚନ୍ଦ୍ରକାନ୍ତ ପଟନାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି, ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଏଓ ପ୍ରମୋଦ କୁମାର ନାୟକ ଅତିଥି ପରିଚୟ ପ୍ରଦାନ କରିବା ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ମାନେ ଗୋପବନ୍ଧୁଙ୍କ ଫୋଟଚିତ୍ରରେ ପ୍ରଦୀପ ପ୍ରଦୂଳନ କରିବା ସହ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ l ସୁଲେଖୀକା ତଥା ଶିକ୍ଷୟତ୍ରୀ ଗାୟତ୍ରୀ ପଣ୍ଡା କବିତା ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୀବନୀ ଗାନ କରିଥିଲେ l ପ୍ରମୋଦ ସାହୁ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୀବନୀ ବିଷୟରେ ଅବଗତ କରାଇଥିଲେ l ଏହି କାର୍ଯ୍ୟକ୍ରମରେ ଶିକ୍ଷୟତ୍ରୀ ରୀନା ଦାସ ସସ୍ମିତା ମିସାଲ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷୟତ୍ରୀ ଓ ଗଣମାଧ୍ୟମ ପ୍ରତିନିଧି ସୁଶାନ୍ତ କୁମାର ପଣ୍ଡା ପରିଚାଳନା କରିଥିବା ବେଳେ ପରିଶେଷରେ ବିଦ୍ୟାଳୟର ଶିକ୍ଷୟତ୍ରୀ ମନୀଷା ପରିଛା ଧନ୍ୟବାଦ ଅର୍ପଣ କରିଥିଲେ l