ପୁରା ଖବର ବିଷୟରେ



ସରସ୍ବତୀ ଶିଶୁବିଦ୍ୟାମନ୍ଦିର ସଂକୁଳସ୍ତରୀୟ ଆଚାର୍ଯ୍ୟ କାର୍ଯ୍ୟଶାଳା ଉଦଯାପିତ

Jul 1 2022 11:05PM
(ରମେଶ ଇପିଲିଙ୍କ ରିପୋର୍ଟ) ଗୁଣୁପୁର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ପାରଳାଖେମୁଣ୍ଡି ଓ ଗୁଣପୁର ସଂକୁଳ ସ୍ତରୀୟ ସାମୁହିକ ଆଚାର୍ଯ୍ୟ କାର୍ଯ୍ୟଶାଳା ଉଦଯାପିତ ହୋଇଯାଇଛି। ଗଜପତି ଜିଲ୍ଲାପ୍ରମୁଖ ପ୍ରସାଦ ନାୟକ ମୁଖ୍ୟବକ୍ତା ଭାବେ ଶିଶୁ ମନ୍ଦିରର ଯୋଜନା ଓ ଏହାର ଆଦର୍ଶକୁ ସଂକ୍ଷେପରେ କହିଥିଲେ।ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ଲକ୍ଷ୍ମୀ ବେହେରା ମୁଖ୍ୟଅତିଥି, ପ୍ରଧାନଆଚାର୍ଯ୍ୟ ତଥା ଗୁଣପୁରସଂକୁଳ ସଂଯୋଜକ ପ୍ରଫୁଲ୍ଲ କୁମାର ଶତପଥି ଉଦ୍ୱେଶ୍ୟ ଜ୍ଞାପନ କରିଥିଲେ। ସଭାପତି ବି.ଗଜପତି ରାଓ ଉପସ୍ଥିତ ରହି ଶିଶୁ ମନ୍ଦିରର ଲକ୍ଷ୍ୟ ଓ ଭବିଷ୍ୟ ବିଷୟରେ ଆଲୋକପାତ କରିଥିଲେ। ଗୁଣପୁର ସଂକୁଳ ପ୍ରମୁଖ ଜଗନ୍ନାଥ ପଟ୍ଟନାୟକ ଉପସ୍ଥିତରହି କାର୍ଯ୍ୟକ୍ରମ ତଦାରଖ କରିଥିଲେ। ପାରଳାଖେମୁଣ୍ଡି ସଂକୁଳ ସଂଯୋଜକ ତଥା ପ୍ରଧାନାଚାର୍ଯ୍ୟ ସରୋଜ ପଣ୍ଡା ଉପସ୍ଥିତ ଥିଲେ ।ଅନୁଷ୍ଠାନର ସମ୍ପାଦକ ସୋମନାଥ ଗୌଡ଼ ମଧ୍ୟ ଉପସ୍ଥିତ ରହି ଥିଲେ। ତ୍ରି ଦିବସୀୟ କାର୍ଯ୍ୟଶାଳାରେ ଗୁଣପୁର ଓ ପାରଳାଖେମୁଣ୍ଡି ସଂକୁଳର ସମସ୍ତ ଶିଶୁ ବିଦ୍ୟାମନ୍ଦିରର ଆଚାର୍ଯ୍ୟ ଓ ଆଚାର୍ଯ୍ୟାମାନେ ସକ୍ରିୟ ଯୋଗଦାନ କରିଥିଲେ।