ପୁରା ଖବର ବିଷୟରେ



ରଥଯାତ୍ରା ଉପଲକ୍ଷେ ନୟାଗଡ ଜିଲ୍ଲା ନୂଆଗାଁ ଷ୍ଟେସନ ଠାରୁ ପୁରୀକୁ ଗଡିଲା ରେଳ

Jul 1 2022 7:17PM
(ଦିଲ୍ଲୀପ କୁମାର ଜାନିଙ୍କ ରିପୋର୍ଟ) ନୂଆଗାଁ : ନୟାଗଡ ଜିଲ୍ଲା ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ମହୀପୁର ଷ୍ଟେସନ ରୁ ନୂଆଗାଁ ଷ୍ଟେସନକୁ ରେଳ ରାସ୍ତା ସଂପ୍ରସାରଣ ହୋଇଥିବାରୁ ରେଳ ଚଳାଚଳ ପାଇଁ ଆଉ ପାଦେ ଆଗେଇଛି ! ନୂଆଗାଁ ରେଳ ଷ୍ଟେସନ କୁ ଲୋକାର୍ପିତ କରିବା ପାଇଁ ରେଳ ବିଭାଗରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରିଥିଲେ ! ଏଥିରେ ମୁଖ୍ୟ ଅତିଥି କେନ୍ଦ୍ରରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭୁବନେଶ୍ୱରରୁ ସ୍ୱତନ୍ତ୍ର ରେଳ ଯୋଗେ ଆସି ନୂଆଗାଁ ଷ୍ଟେସନରେ ପହଞ୍ଚି ପବିତ୍ର ରଥଯାତ୍ରା ଉପଲକ୍ଷେ ନୂଆଗାଁ ଷ୍ଟେସନରୁ ପୁରୀକୁ ଚାଲିବାକୁ ଥିବା ସ୍ୱତନ୍ତ୍ର ରେଳକୁ ସବୁଜ ପତାକା ହଲାଇ ଶୁଭାରମ୍ଭ କରିଥିଲେ! ସମ୍ନାନୀତ ଅତିଥି ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା,ଜି ଏମ ଶରଦ କୁମାର ଶ୍ରୀବାସ୍ତବ,ଡ଼ି ଆର ଏମ ରିଙ୍କେଶ ରାୟ ପ୍ରମୁଖ ଯୋଗ ଦେଇଥିଲେ!ବିଭିନ୍ନ ଅଞ୍ଚଳରୁ ଲୋକମାନେ ବହୁ ସଂଖ୍ୟାରେ ଯୋଗଦେଇଥିବାରୁ ସମସ୍ତଙ୍କୁ ରେଳମନ୍ତ୍ରୀ ପ୍ରଂଶସା କରିଥିଲେ!ଖୋର୍ଦ୍ଧା ଓ ବଲାଙ୍ଗୀର ରେଳ ପ୍ରକଳ୍ପ ପାଇଁ ପ୍ରଧାନମନ୍ତ୍ରୀ ଏକହଜାର କୋଟି ଅର୍ଥ ମଞ୍ଜୁର କରିଥିବା, ରେଳ ପ୍ରକଳ୍ପ ଖୋର୍ଦ୍ଧା ରୁ ନୂଆଗାଁକୁ ସଂପ୍ରସାରଣ ହୋଇଥିବାରୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରାଜ୍ୟସରକାର ଓ ବିଧାୟକ ରମେଶଚନ୍ଦ୍ର ବେହେରାଙ୍କୁ ପ୍ରଂଶସା କରିଥିଲେ!2025 ସୁଧା ଖୋର୍ଦ୍ଧା ଓ ବଲାଙ୍ଗୀର ରେଳ ପ୍ରକଳ୍ପ ଯଥା ଶୀଘ୍ର ସଂପ୍ରସାରଣ କରାଯିବ ବୋଲି ରାଜ୍ୟସରକାର ଏବଂ ବିଧାୟକ ଶ୍ରୀ ବେହେରା କହିଥିଲେ!ନୂଆଗାଁ ରେଳ ଷ୍ଟେସନକୁ ଦାଶରଥି ପଟ୍ଟନାୟକ ନାମରେ ନାମିତ କରିବାପାଇଁ ରେଳମନ୍ତ୍ରୀଙ୍କୁ ବିଧାୟକ ଶ୍ରୀ ବେହେରା ଅନୁରୋଧ କରିଥିଲେ!ସମସ୍ତ ଦିଗକୁ ବିଚାର କରି କାର୍ଯ୍ୟକାରୀ କରାଯିବ ବୋଲି ମନ୍ତ୍ରୀ କହିଥିଲେ! ରେଳମନ୍ତ୍ରୀ ନୂଆଗାଁ ରୁ ପୁରୀକୁ ରେଳ ଚଳାଚଳ ପାଇଁ ଶୁଭାରମ୍ଭ କରିଥିବାରୁ ରାଜ୍ୟସରକାର ଏବଂ ବିଧାୟକ ଶ୍ରୀ ବେହେରା କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ! ନୂଆଗାଁ ରୁ ପୁରୀକୁ ରେଳ ଗଡ଼ିଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।