ପୁରା ଖବର ବିଷୟରେ



ନୂତନ ଭାବେ ଯୋଗଦେଇଥିବା ନୂଆଗାଁ ଆଇ. ଆଇ. ସି ଙ୍କୁ ଜାକେଡ଼ା ପଞ୍ଚାୟତ ର ସରପଞ୍ଚ ଓ ସମିତି ସଭ୍ୟା ଏବଂ ଛାତ୍ର ସଭାପତି ଫୁଲତୋଡ଼ା ଦେଇ ଶୁଭେଚ୍ଛା ଜଣେଇଲେ

Jul 1 2022 7:15PM
(ଦିଲ୍ଲୀପ କୁମାର ଜାନିଙ୍କ ରିପୋର୍ଟ) ନୂଆଗାଁ : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ,ନୂଆଗାଁ ଥାନାରେ ନୂତନ ଭାବେ ଯୋଗଦେଇଥିବା ଥାନା ଭାରପ୍ରାପ୍ତ ଅଧିକାରିଣୀ ଶ୍ରୀମତୀ ପୁଷ୍ପଲତା ବେହେରା ଙ୍କୁ ଜାକେଡ଼ା ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ସୁମିତ୍ରା ଜାନି ଓ ସମିତି ସଭ୍ୟା ଶ୍ରୀମତୀ ପ୍ରଭାତୀ ମଳିକ ସମେତ ଛାତ୍ର ସଭାପତି ଦିଲ୍ଲୀପ କୁମାର ଜାନି ଫୁଲତୋଡ଼ା ଦେଇ ଶୁଭେଚ୍ଛା ଜଣେଇଥିଲେ ତତ ସହିତ ଜାକେଡ଼ା ପଞ୍ଚାୟତ ଏକ ଆଦିବାସୀ ଅଞ୍ଚଳ ହୋଇଥିବାରୁ ଏ ଅଞ୍ଚଳର ଲୋକମାନଙ୍କର ବିଭିନ୍ନ ସମସ୍ୟା ଆସିଲେ ତାହାକୁ ଯଥା ଶୀଘ୍ର ସମାଧାନ କରିଦେବେ ବୋଲି ସ୍ଥାନୀୟ ସରପଞ୍ଚ ଓ ସମିତି ସଭ୍ୟା ଜଣେଇଥିଲେ ! ସେ କହିଥିଲେ ଅଞ୍ଚଳର ଯେ କୌଣସି ସମସ୍ୟା ଆସି ପହଞ୍ଚିଲେ ତାହାକୁ ଯଥା ଶୀଘ୍ର ସମାଧାନ କରାଯିବ ବୋଲି ସ୍ଥାନୀୟ ସରପଞ୍ଚ ଓ ସମିତି ସଭ୍ୟାଙ୍କୁ ଥାନା ଭାରପ୍ରାପ୍ତ ଅଧିକାରିଣୀ ପୁଷ୍ପଲତା ବେହେରା କହିଛନ୍ତି ।