ପୁରା ଖବର ବିଷୟରେ



ଟିଭି ସପ୍ଳାଇ କଣ୍ଟ୍ରୋଲ ବଖରାରେ ସର୍ଟସର୍କିଟ ଯୋଗୁଁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ, ଓଡ଼ିଶା ଅଗ୍ନିଶମ ବିଭାଗ ଦ୍ଵାରା ଆୟତ।

Jun 30 2022 9:33AM
(ଦକ୍ଷିଣ ଓଡ଼ିଶା ବ୍ୟୁରୋ ହେଡ ପ୍ରସାଦ ଲିମାଙ୍କ ରିପୋର୍ଟ) ରାୟଗଡ଼ା ଜିଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦ ଗୁଡ଼ାରୀ ସଦର ମହକୁମା ସ୍ଥିତ ଦଣ୍ଡାସି ସାହିରେ ଟିଭି ସପ୍ଳାଇ କଣ୍ଟ୍ରୋଲ ରୁମ୍ ରେ ସର୍ଟସର୍କିଟ ଯୋଗୁଁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଛି । ଓଡ଼ିଶା ଅଗ୍ନିଶମ ସେବା ବାହିନୀ ଦ୍ଵାରା ଆୟତ୍ତ ହୋଇଛି । ଗୁଡ଼ାରୀ ସହରରେ ଶ୍ରୀ ଭାସ୍କର ରଥଙ୍କ ଏକମାତ୍ର ଟିଭି ସପ୍ଳାଇ କଣ୍ଟ୍ରୋଲ ରୁମ୍, ରହିଥିବା ବେଳେ ଆଜି ୨୮-୬-୨୦୨୨ ତାରିଖ ପୂର୍ବାହ୍ନ ୧୦.୩୦ ମିନିଟ ସମୟରେ ସର୍ଟସର୍କିଟ ଯୋଗୁଁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଯାଇଛି । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଓଡ଼ିଶା ଅଗ୍ନିଶମ ସେବା ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।