ପୁରା ଖବର ବିଷୟରେ



ଶିକ୍ଷାନୁଷ୍ଠାନ ପାଲଟିଛି ରଣକ୍ଷେତ୍ର ଓ ଛାତ୍ର ଛାତ୍ରୀ ଭୟଭୀତ ----ଘଟଣାଟି ଘଟିଯାଇଛି ଭଦ୍ରକ ଜିଲ୍ଲା ଧାମନଗର ଏନ୍.ଏ.ସି ଅନ୍ତର୍ଗତ ତାଳପଦା ନୋଡାଲ ସ୍କୁଲରେ

Jun 29 2022 7:32PM
(ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ) --ଘଟଣାଟି ଘଟିଯାଇଛି ଭଦ୍ରକ ଜିଲ୍ଲା ଧାମନଗର ଏନ୍.ଏ.ସି ଅନ୍ତର୍ଗତ ତାଳପଦା ନୋଡାଲ ସ୍କୁଲରେ।ପ୍ରକାଶଥାଉକି ମଧ୍ୟାହ୍ନ ଭୋଜନ ବଣ୍ଟନକୁ କେନ୍ଦ୍ର କରି ମହିଳା ସ୍ଵୟଂସହାୟକ ଗୋଷ୍ଠୀ ମଧ୍ୟରେ ଅତର୍କିତ ସଂଘର୍ଷ ଘଟି କିଛି କ୍ଷଣ ମଧ୍ୟରେ ବିଦ୍ୟାଳୟ ପରିସର ପାଲଟି ଯାଇଛି ରଣକ୍ଷେତ୍ର। ଦର୍ଶକ ବନ୍ଧୁ ଏଠି ଆମେ କହି ରଖୁଛୁକି --ଯଦି ପିଲାଙ୍କ ପାଠପଢା ସମୟରେ ଶିକ୍ଷାନୁଷ୍ଠାନରେ ଏପରି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୁଏ,ତେବେ ଛାତ୍ରଛାତ୍ରୀ ମାନଙ୍କ ଉପରେ ନିଶ୍ଚୟ କିଛି ନା କିଛି କୁପ୍ରଭାବ ପଡିବ। ପୁଣି ଦେଖନ୍ତୁ ଦର୍ଶକ ବନ୍ଧୁ ଚପଳମତୀ ଛାତ୍ର ଛାତ୍ରୀ ମାନେ କେମିତି ମଧ୍ୟାହ୍ନ ସମୟରେ ସରକାର ଦେଉଥିବା ମଧ୍ୟାହ୍ନ ଭୋଜନ ନ ଖାଇ ୩ ଟଙ୍କିଆ ବିସ୍କୁଟ ଧରି ଘରକୁ ଫେରିଛନ୍ତି। ଏପଟେ ଦେଖନ୍ତୁ ଆଧୁନିକ ସମାଜରେ ସରକାରଙ୍କର ମହିଳା ସଶକ୍ତିକରଣ ଗୋଷ୍ଠୀ ମଧ୍ୟରେ ଚାଲିଛି ଭ୍ୟାନିଟ୍ ବ୍ୟାକ୍ ରେ ପିଟାପିଟି। ଚାଲିଛି ଚୁଟି ଘୋଷରା ଘୋଷରି।ଚାତକ ପରି ଚାହିଁ ରହିଛନ୍ତି ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଏବଂ CRC ସାର୍।ଭୟର ବାତାବରଣ ଖେଳିଯାଇଛି ଶ୍ରେଣୀ ଗୃହରେ। ଛାନିଆ ପଶିଯାଇଛି ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ । ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଗଣମାଧ୍ୟମ ଆଗରେ ଖୋଲାଖୋଲି କହୁଛନ୍ତି ଯେ- ସ୍ଵୟଂସହାୟକ ଗୋଷ୍ଠୀ ର ସଭାପତି ଓ ସମ୍ପାଦିକା ମୋତେ ମନା କରିଛନ୍ତିି ପିଲାମାନଙ୍କୁ ଏତେ ଭଲ ଖାଦ୍ୟ ରନ୍ଧନ କରି ଦିଅ ନାହିଁ,ଯଦି ଦେବ ନିଜ ପକେଟ୍ ରୁ ପଇସା ଖର୍ଚ୍ଚ କରି ଦିଅ,ଏହା କହି ମଧ୍ୟାହ୍ନ ଭୋଜନ ଖାଦ୍ୟ ବନ୍ଦ କରିଦେଲେ। ବିଚରା ଚପଳମତୀ ଛାତ୍ର ଛାତ୍ରୀ ମାନେ ଭୋକ ବିକଳରେ ବିସ୍କୁଟ ଖାଇଛନ୍ତି ବୋଲି ଗଣମାଧ୍ୟମ ଆଗରେ ଖୋଲା ଖୋଲି କହିଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ମଣ୍ଡଳ ଶିକ୍ଷାଧିକାରୀ କିଛି ନଜାଣିଲା ପରି ନିଜ ଦୋଷକୁ ଲୁଚାଇବା ପାଇଁ ସ୍ଵୟଂସହାୟକ ଗୋଷ୍ଠୀ ର ଦୋଷ ଦେଉଛନ୍ତି। ସେପଟେ ସ୍ଵୟଂସହାୟକ ଗୋଷ୍ଠୀ ର ସମ୍ପାଦିକା ଙ୍କୁ ପଚାରିବାରୁ କିଛି ନକହିବା ପାଇଁ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ରୋକ୍ ଠୋକ୍ ମନା କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି।ଦେଖାଯାଉ ଚପଳମତୀ ଛାତ୍ର ଛାତ୍ରୀ ମାନଙ୍କୁ କେବେ ନ୍ୟାୟ ମିଳୁଛି।ଆଉ ବାକି ରହିଲା ମନ୍ଦିର ସ୍ଵରୁପ ଶିକ୍ଷାନୁଷ୍ଠାନ ର ଶାନ୍ତି ଶୃଙ୍ଖଳା କେବେ ଫେରୁଛି।