ପୁରା ଖବର ବିଷୟରେ



ଟ୍ରକ ସହ କାର୍ ଧକ୍କା,ଗୁରୁତର ମାନଙ୍କୁ ଉଦ୍ଧାର କଲା ନୂଆଗାଁ ପୁଲିସ

Jun 29 2022 7:27PM
(ଦିଲ୍ଲୀପ ଜାନୀଙ୍କ ରିପୋର୍ଟ) ନୂଆଗାଁ: ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ସୋରଡ଼ା ଗ୍ରାମ ଛକ ନିକଟସ୍ଥ ୫୭ ନଂ ଜାତୀୟ ରାଜପଥ ରେ ଟ୍ରକ୍ ସହ କାର୍ ଧକ୍କା ହେବା ଫଳରେ କାର ରେ ବସିଥିବା ୮ ଜଣ ଗୁରୁତର ହୋଇଛନ୍ତି।ସୂଚନା ଅନୁଯାୟୀ ପ୍ରାତଃ ସମୟରେ ଦଶପଲ୍ଲା ରୁ ଏକ ଟ୍ରକ ଗାଡ଼ି ନଂ( ସି-ଜି୦୪-ଏଲ୍ ଭି-୭୪୧୩) ଏବଂ କାର ଗାଡ଼ି ନଂ( ଓଡି -୧୭- ଜେ - ୪୧୭୩) ଆଗ ପଛହୋଇ ନୟାଗଡ ଅଭିମୁଖେ ଯାଉଥିବା ବେଳେ ସୋରଡ଼ା ଛକ ନିକଟରେ ଟ୍ରକ କାର ଧକ୍କା ହେବା ଦ୍ବାରା ୮ ଜଣ ଗୁରୁତର ହୋଇଥିଲେ। ଘଟଣା ସ୍ଥଳରେ ନୂଆଗାଁ ପୁଲିସ ପହଞ୍ଚି ଗୁରୁତର ମାନଙ୍କୁ ଉଦ୍ଧାର କରି ଦଶପଲ୍ଲା ଚିକିତ୍ସାଳୟ କୁ ପଠାଇଥିଲା।ଗୁରୁତର ମାନଙ୍କୁ ଦଶପଲ୍ଲା ଚିକିତ୍ସାଳୟକୁ ପଠାଇବାରେ ସ୍ଥାନୀୟ ଲୋକ ସହାୟତା କରିଥିଲେ।ଟ୍ରକ୍ ଓ କାର କୁ ନୂଆଗାଁ ପୁଲିସ ଜବତ କରିଛି।