ପୁରା ଖବର ବିଷୟରେ



ମୋୖଳିକ ଅଧିକାରରୁ ବଞ୍ଚିତ ନେଇ ଗୁଡ଼ାରୀ ବାସୀଙ୍କ ବନ୍ଦ ପାଳନ ସହ ଧର୍ମଘଟ ।

Jun 28 2022 6:06PM
(ଦକ୍ଷିଣ ଓଡ଼ିଶା ବ୍ୟୁରୋ ହେଡ ପ୍ରସାଦ ଲିମାଙ୍କ ରିପୋର୍ଟ) ଏନ୍.ଏ.ସି.ମାନ୍ୟତାର ୫୦ ବର୍ଷ ପୂର୍ତ୍ତି ପରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଅଞ୍ଚଳ ରାୟଗଡ଼ା ଜିଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦ ଗୁଡ଼ାରୀ ସହର ବାସୀଙ୍କୁ ସରକାର ବୈମାତୃକ ମନୋଭାବ ନେଇ ସର୍ବନିମ୍ନ ମୋୖଳିକ ଅଧିକାରରୁ ବଞ୍ଚିତ କରିବା ସ୍ବଷ୍ଟ ପରିଲକ୍ଷିତ ହେଉଛି । ତେଣୁ ଆଜି ୨୮-୦୬-୨୦୨୨ ତାରିଖରେ ୟୁଥ୍ ଫର୍ ଚେଞ୍ଜର ନେତୃତ୍ବରେ ଗୁଡ଼ାରୀ ବାସୀଙ୍କ ମୋୖଳିକ ଅଧିକାର ପାଇଁ ଗୁଡ଼ାରୀ ବାସୀଙ୍କ ପୂର୍ଣ୍ଣ ସମର୍ଥନରେ ଗୁଡ଼ାରୀ ସହର ଆଜି ସମ୍ପୁର୍ଣ୍ଣ ବନ୍ଦ ରହିବା ଦେଖିବାକୁ ମିଳିଛି । ଏହି ଅବସରରେ ମାଁ ଭଣ୍ଡାର ଘରଣୀ ମନ୍ଦିର ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଏନ୍.ଏ.ସି. କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଜିଲ୍ଲା ପ୍ରଶାସନ ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ନିର୍ବାହୀ ଅଧିକାରୀ ଶ୍ରୀ ଶୋଭା ଭୂଷଣ ଶବରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ସୂଚନା ଥାଉକି ଗୁଡ଼ାରୀ ସହର ଏନ୍.ଏ.ସି ମାନ୍ୟତା ପାଇ ଚଳିତ ବର୍ଷ ୫୦ ବର୍ଷ ପୂର୍ତ୍ତି ହୋଇଥିଲେ ମଧ୍ୟ ସର୍ବନିମ୍ନ ମୋୖଳିକ ଅଧିକାର ସରକାରୀ ବସ୍ ସେବାରୁ ବଞ୍ଚିତ । ସହର ବାସୀ କେତେଯେ ନେତାମନ୍ତ୍ରୀ, ବ୍ଳକ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ସରକାରୀ ଉଚ୍ଚ ପଦସ୍ଥ ଅଧିକାରୀ, ଏପରିକି ପରିବହନ ମନ୍ତ୍ରୀ ଶ୍ରୀ ପଦ୍ମନାଭ ବେହେରା,5T ସଚିବ ଭି.କେ.ପାଣ୍ଡିଆନଙ୍କୁ ଗୁହାରି ଜଣାଇଥିଲେ ମଧ୍ୟ ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି କିନ୍ତୁ ଆଜି ପର୍ଯ୍ୟନ୍ତ ଗୁଡ଼ାରୀ ସହରକୁ କୋୖଣସି ସରକାରୀ ବସ୍ ସେବା ମିଳି ପାରିଲା ନାହିଁ। ଯାହା ଫଳରେ ଆଜି ଗୁଡ଼ାରୀ ବାସୀ ଅତିଷ୍ଠ ହୋଇ ସହରର ସମସ୍ତ ଦୋକାନ ବଜାର, ସରକାରୀ ଓ ବେସରକାରୀ ଅନୁଷ୍ଠାନ ଓ ଯାନବାହାନ ଚଳାଚଳ ସଫଳତାର ସହ ସମ୍ପୁର୍ଣ୍ଣ ବନ୍ଦ ରହିଥିବା ବେଳେ ଯେଉଁ ଦିନ ପର୍ଯ୍ୟନ୍ତ ସରକାର ଗୁଡ଼ାରୀ ବାସୀଙ୍କ ଦାବି ସଫଳ କରିନାହାନ୍ତି ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟ ଜାରି ରହିବ ବୋଲି ଚେତାବନୀ ଦିଆଯାଇଛି । ଏପରିପେକ୍ଷିରେ ସରକାର କି ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।