ପୁରା ଖବର ବିଷୟରେ



ବିଭିନ୍ନ ଦାବିରେ ସିପିଆଇ (ଏମ.ଏଲ) ଲିବରେସନର ମିଳିତ ଗଣ ସଂଗଠନ ପକ୍ଷରୁ ପ୍ରତିବାଦ ସଭା ।

Jun 28 2022 8:24AM
(ଦକ୍ଷିଣ ଓଡ଼ିଶା ବ୍ୟୁରୋ ହେଡ ପ୍ରସାଦ ଲିମାଙ୍କ ରିପୋର୍ଟ) ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଆଜି 27-06-2022. ତାରିଖରେ ସି.ପି.ଆଇ (ଏମଏଲ) ଲିବରେସନର ଗଣ ସଂଗଠନ ଅଖିଲ ଭାରତ କୃଷକ ମହାସଭା (ଏ.ଆଇ.କେ.ଏମ) ଓ ଆଦିବାସୀ ସଂଘର୍ଷ ମୋର୍ଚ୍ଚା (ଏ.ଏସ.ଏମ) ପକ୍ଷରୁ ବିଭିନ୍ନ ଦାବି ନେଇ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଏହି ପରିପେକ୍ଷିରେ ରାଜ୍ୟ କମିଟି ସଦସ୍ୟ ଶ୍ରୀ ତ୍ରିପତୀ ଗମାଙ୍ଗଙ୍କ ଆହ୍ୱାନକ୍ରମେ ଓ ଜିଲ୍ଲା ସଂପାଦକ ଶ୍ରୀ ବିଦ୍ୟାଧର ପାତ୍ରଙ୍କ ନେତୃତ୍ୱରେ ସ୍ଥାନୀୟ କଲେଜ ଛକ ଠାରୁ ଶତାଧିକ ଆଦିବାସୀ କୃଷକ, ମହିଳା ଓ ପୁରୁଷ ଯୋଗ ଦେଇ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ କରିବା ସହ 20 ଦଫା ସମ୍ମିଳିତ ଦାବିନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା ଦାବି ସମୁହ :-- ୧- କେନ୍ଦ୍ର ସରକାର ପାରିତ ଅଗ୍ନିପଥ -ଯୋଜନାକୁ ବାତିଲ କରାଯାଉ , 2 - ଗଜପତି ଜିଲ୍ଲା ନୁଆଗଡ ବ୍ଲକ ତାବରଡା ଗ୍ରାମର ଆଦିବାସୀ ପୂର୍ବ ପୁରୁଷରୁ ଭୋଗ ଦଖଲରେ ଥିବା ମଶାଣି ଜମି ଓ ଜଙ୍ଗଲ ଜମିକୁ ଆଦିବାସୀମାନଙ୍କ ନାମରେ ପଟା ପ୍ରଦାନ କରାଯାଉ। ୩- ଜିଲ୍ଲାର ପ୍ରତି ବ୍ଲକରେ ମନରେଗା କାମରେ 200 ଦିନ କାମ ସହ ଦୈନିକ ମଜୁରୀ 600 ଟଙ୍କା ପ୍ରଦାନ କରାଯାଉ। ୪ - ଜିଲ୍ଲାର ନୁଆଗଡ ବ୍ଲକ ଖଝିରିପଦା ଠାରେ ନୁତନ ବସଷ୍ଟାଣ୍ଡ ଓ ଶୌଚାଳୟ କରିବା ସହ ରାଜସ୍ୱ କାର୍ଯ୍ୟାଳୟ ନିକଟରେ ମଦ ବିକ୍ରି ବନ୍ଦ କରାଯାଉ। ୫ - ଜିଲ୍ଲାରେ ଆଦିବାସୀଙ୍କ ଭୋଗ ଦଖଲରେ ରହିଆସୁଥିବା ସିଲିଂ ବହିର୍ଭୂତ ଜମିକୁ ପଟ୍ଟା ଦେବାର ବ୍ୟବସ୍ଥା କରାଯାଉ। ୬ - ସୌରା ଭାଷା ଓ ଲିପି ସଂସୃତିକୁ ସମ୍ବିଧାନିକ ଅଧିକାର ଓ ସଂରକ୍ଷଣ ଅଧିକାର ଦିଆଯାଉ। ୭ - ଗଜପତି ଜିଲ୍ଲାରେ ସାଧାରଣ ଲୋକଙ୍କ ଉପରେ ଟାଟା କମ୍ପାନୀ ପକ୍ଷରୁ ଅଧିକ ବିଦ୍ୟୁତ୍ ବିଲ ଆସିବା ବନ୍ଦ କରିବା ସଗେଂ ସଗେଂ 2020 ବିଦ୍ୟୁତ୍ ଆଇନ ବାତିଲ କରାଯାଉ। ୮ - ଭାଗଚାଷୀଙ୍କୁ ଚାଷିର ମାନ୍ୟତା ପ୍ରଦାନ ସହ ଧାନ କୁଇଣ୍ଟାଲ ପିଛା 3 ହଜାର ଟଙ୍କା ପ୍ରଦାନ କରିବା ସହ କୃଷି ରୁଣ ଛାଡ କରାଯାଉ। ୯ - ଜିଲ୍ଲାର ସମସ୍ତ ବ୍ଲକରେ ଆଦିବାସୀ ମାନେ ଭୋଗ ଦଖଲ କରି ଛାଷ କରିଥିବା ଜଂଗଲ ଜମି ଚିହ୍ନଟ କରିବା ପାଇଁ ରାଜସ୍ୱ ନିରିକ୍ଷକ ଓ ଅମିନଙ୍କୁ ମାସିକ 15 ଦିନ ସମୟ ଦେବା ପାଇଁ ସୁବନ୍ଦୋବସ୍ତ କରାଯାଉ। ୧୦ - ଜିଲ୍ଲାର ନୁଆଗଡ ଖଝିରିପଦା ଆଦିବାସୀ ମାନଙ୍କ ଜଗଂଲଜାତ ଦ୍ରବ୍ଯ ବିକ୍ରି କେନ୍ଦ୍ର TDCS କୁ ଅଣ ଆଦିବାସୀ ଦଖଲରୁ ବାହାର କରି ଆଦିବାସୀ ମାନଙ୍କୁ ବିକ୍ରି କରିବା ପାଇଁ ଅନୁମତି ଦିଆଯିବା ସହ 20 ଦଫା ଦାବି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା ।