ପୁରା ଖବର ବିଷୟରେ



ଉଦଳା ପୋଲିସର ମିଳିତ ଚଢ଼ାଉ ରେ 70 ଲିଟର ଚୋରା ଦେଶୀମଦ ସହ ଜଣେ ଅଭିଯୁକ୍ତ ହେଲେ ଗିରଫ

Jun 27 2022 9:06AM
(ଉଦଳାରୁ ରାଜୀବ ବେହେରାଙ୍କ ରିପୋର୍ଟ) ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳା ଥାନା ଅଧୀନରେ ଥିବା ବିଭିନ୍ନ ସ୍ଥାନରେ ଚୋରା ଦେଶୀମଦ ବ୍ୟବସାୟ ଖୁଲମ ଖୁଲା ଚଳାଇ ଥିବାର ଖବର ପାଇଛି ପୋଲିସ ବିଭାଗ l ସୂଚନା ମୁତାବକ ଏହି ଚଢ଼ାଉ ବେଳେ ଖଲାଡୀ ପଂଚାୟତର କଇଁଫୁଲିଆ ଗ୍ରାମରେ ଏକ ଦେଶୀ ମଦ କାରଖାନା କୁ ଠାବ କରିଛି ଉଦଳା ପୋଲିସ l ଏହି ଅଚାନକ ଚଢ଼ାଉ ବେଳେ ମଦ ତିଆରିରେ ସମ୍ପୃକ୍ତ ଜଣେ ଅଭିଯୁକ୍ତ ଙ୍କୁ ଗିରଫ କରିବା ସହିତ ପୂର୍ବରୁ ପ୍ରସ୍ତୁତ 78 ଲିଟର ଦେଶୀ ମହୁଲି ମଦ କୁ ଜବଦ କରିଛି ଉଦଳା ପୋଲିସ, ଉଦଳା ଥାନାର SDPO ସାର୍ଥକ ରାୟଙ୍କ ନିର୍ଦେଶରେ ଉଦଳା ଥାନାର IIC ନିରଜ କୁମାର ସାମଲ, ଙ୍କ ନେତୃତ୍ବରେ ତାଙ୍କର ଥାନାରେ କାର୍ଯ୍ୟ ରତ ଷ୍ଟାଫ ଏବଂ ପେଟ୍ରୋଲିଙ୍ଗ ରେ ଥିବା S. I. ବିକର୍ତ୍ତନ ମଣ୍ଡଳ , A.S. I ମାସl ମୂର୍ମୁ ପ୍ରମୁଖ ଙ୍କ ମିଳିତ ଉଦ୍ୟମ ଦ୍ୱାରା ଖଲାଡୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କଇଁଫୁଲିଆ ଗ୍ରାମରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ପଚ କୁ ନଷ୍ଟ କରିବା ସହିତ,50 ଗୋଟି ଡ୍ରମ ସହିତ, ମଦପ୍ରସ୍ତୁତି ରେ ବ୍ୟବହୃତ ସାମଗ୍ରୀ ସହିତ 78 ଲିଟର ଦେଶୀମଦ ଜବଦ କରିବା ସହ ଗିରଫ ହୋଇଥିବା ଅଭିଯୁକ୍ତ କଇଁଫୁଲିଆ ଗ୍ରାମର ଜୟରାମ ହାଁସଦା 37 ବର୍ଷ, ପିତା - ଚନ୍ଦ୍ର ମୋହନ ହାଁସଦା ବୋଲି ଜଣାପଡିଛି । ଅଭିଯୁକ୍ତ ଙ୍କ ନାମରେ ଉଦଳା ଥାନାରେ କେସ ନମ୍ବର 214/22 ରେ ଏକ ମାମଲା ରୁଜୁ କରି ସ୍ୱାସ୍ଥ୍ୟ ପରୀକ୍ଷା କରାଇ କୋର୍ଟ ଚାଲାଣ କରିଛି ପୋଲିସ ବିଭାଗ l ଉଦଳା ପୋଲିସର ଏହି ପରି କାମକୁ ଅଞ୍ଚଳରେ ବହୁ ପ୍ରଶଂସା କରାଯାଇଛି l