ପୁରା ଖବର ବିଷୟରେ



ବାଗୁଡି ଘାଟିରେ ଭାରସାମ୍ଯ ହରାଇ ଓଲଟି ପଡିଲା ମାଲବାହୀ ଟ୍ରକ

Jun 26 2022 10:47PM
(ରାୟଗଡାରୁ ପ୍ରଭାକର ରତ୍ନାଲୁଙ୍କ ରିପୋର୍ଟ) ରାୟଗଡା ଜିଲ୍ଲାର କୋଲନରା ବ୍ଲକ ଅନ୍ତର୍ଗତ ବାଗୁଡ଼ି ଘlଟି ରେ ଭାରସ୍ୟାମ ହରାଇ ଘାଟି ତଳକୁ ଖସି ପଡ଼ିଛି or 18 /9587 ନମ୍ବର ବିଶିଷ୍ଟ ମାଲବାହୀ ଟ୍ରକ । ସୂଚନାରୁ ପ୍ରକାଶ ମାଲିକ ଶ୍ରୀ ସୁଶାନ୍ତ ବରାଳ ଏକ ଅସ୍ଥାୟୀ ଗାଡ଼ି ଚାଳକକୁ କହି ଥିଲେ, ଥେରୁବାଲି ଇମ୍ପା କମ୍ପାନୀରୁ ଗାଡି ନେଇ ଅମ୍ଲାଭଟା ରେ ଗାଡି ଦେବା ପାଇଁ । ଉକ୍ତ ଟ୍ରକକୁ ଟ୍ରକ୍ ଚାଳକ ଓ ମାଲିକ ସୁଶାନ୍ତ ବରାଳ ନିଜେ ଚଳାଇ ଭୁବନେଶ୍ୱର ଅଭିମୁଖରେ ଯିବେ ବୋଲି କହିଲେ। ଉକ୍ତ ଟ୍ରକ୍ ହେଲ୍ପର ଉକ୍ତ ଟ୍ରକକୁ ବିନା ମାଲିକଙ୍କ ଅନୁମତିରେ ଟ୍ରକ୍ କୁ ଅମ୍ଲାଭଟା ଛକରୁ ନେଇ କି ପଳାଇ ଯାଇ ଥିଲା। ସୁଶାନ୍ତ ବରାଳ ଓ ସାଥୀ ମାନେ ମିଶି ଓ ଆର ୧୮/୯୫୮୭ ଟ୍ରକ୍ ଖୋଜିବା ଆରମ୍ଭ କରିଥଲେ। ରାତ୍ର ଯାକ ଖୋଜିଲା ପରେ ବହୁତ୍ କଷ୍ଟରେ ଅନ୍ୟ ଟ୍ରକର ଡ଼୍ରାଇଭର ବାଗୁଡ଼ି ଘାଟିରେ ତଳକୁ ଟ୍ରକ୍ ଖସି ଯାଇଛି ବୋଲି ଖବର ଦେଇ ଥିଲେ। ଘଟଣା ସ୍ଥଳରେ ପହଞ୍ଚିଲା ପରେ ଦେଖିଲେ ହେଲପର ଉକ୍ତ ଟ୍ରକର ରସିରେ ଆତ୍ମହତ୍ୟା କରିଛନ୍ତି। ମୁକୁନ୍ଦ ପୁର ପୋଲିସ୍ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି।