Get Breaking News Alerts From Nutana Odsiha.We'll Update you latest news through the day
+91- 9853456396
Home
Breaking news
Events
Video gallery
Events gallery
Entertainment
Sports
Politics
Career
Contact Us
Home
Breaking news
Events
Video gallery
Event gallery
Entertainment
Sports
Politics
Career
Contact Us
ପୁରା ଖବର ବିଷୟରେ
ନିଶାଦ୍ରବ୍ୟ ସେବନ ତଥା ଅବୈଧ ନିଶା କାରବାର ବିରୋଧୀ ଆନ୍ତର୍ଜାତୀୟ ଦିବସ ପାଳିତ
Jun 26 2022 5:07PM
(ରାୟଗଡାରୁ ପ୍ରଭାକର ରତ୍ନାଲୁଙ୍କ ରିପୋର୍ଟ) ରାୟଗଡା: ରାୟଗଡା ଜିଲ୍ଲା ପ୍ରଶାସନର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଓ ଜିଲ୍ଲା ଅବକାରୀ ବିଭାଗ ଆନୁକୂଲ୍ୟରେ ଆଜି ନିଶା ଦ୍ରବ୍ୟ ସେବନ ତଥା ଅବୈଧ ନିଶାଦ୍ରବ୍ୟ କାରବାର ବିରୋଧୀ ଆନ୍ତର୍ଜାତୀୟ ଦିବସ ପାଳିତ ହୋଇଯାଇଛି । ଗଜପତି ଛକଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତି ଭିକ୍ଟୋରିଆ କୁଲୁ ଓ ତହସିଲଦାର ତାପସ ରାଉତ ସବୁଜ ପତାକା ଦେଖାଇ ସଚେତନତା ରଥ'ର ଶୁଭାରମ୍ଭ କରିଥିଲେ । ପରେ ନିଶାମୁକ୍ତ ଭାରତ ଅଭିଯାନକୁ ନେଇ ଶପଥ ପାଠ ସହ ଏକ ସଚେତନତା ପଦଯାତ୍ରା ବାହାରି ଜିଲ୍ଲା ସଂସ୍କୃତି ଭଵନ ଠାରେ ପଂହଚିଥିଲା । ସେଠାରେ ଅନୁଷ୍ଠିତ ସଭାରେ ଦିବସ ପାଳନର ମୂଳ ଉଦ୍ଦେଶ୍ୟ ଓ ଉପକାରିତା, ଅପକାରିତା ସହ ନିଶା ଦ୍ରବ୍ୟ ବ୍ୟବହାର କରିବା ଦ୍ୱାରା ଯୁବପୀଢି ପଥଭ୍ରଷ୍ଟ ବିଷୟରେ ଅତିଥିମାନେ ବକ୍ତବ୍ୟ ରଖିଥିଲେ । ଏଥିରେ ଡିଏସପି ସୁଦାମ ମଲ୍ଲିକ, ଡିପିଏଚଓ ଡାକ୍ତର ଭି.ଏଲ.ଏନ.ରାଜୁ, ଡ୍ରଗ୍ସ ନିରୀକ୍ଷକ ଆସିଷ୍ଟାଣ୍ଟ କଲେକ୍ଟର ପ୍ରଫୁଲ୍ଲ କୁମାର ବେହେରା, ଡିଆଇପିଆରଓ ବସନ୍ତ କୁମାର ପ୍ରଧାନ, ଶିକ୍ଷାବିତ ଡ.ଦୁଷ୍ମନ୍ତ କୁମାର ପ୍ରଧାନ, ନାଟ୍ୟକlର ଡ.ନରେନ୍ଦ୍ର କୁମାର ମିଶ୍ର,ଅବକାରୀ ନିରୀକ୍ଷକ ସୀମା କିରଣ ବେକ୍ ପ୍ରମୁଖ ଉପସ୍ଥିତ ରହି ନିଶାଦ୍ରବ୍ୟ ସେବନ ତଥା ଅବୈଧ ନିଶାଦ୍ରବ୍ୟ କାରବାର ସମ୍ବନ୍ଧୀତ ବିଷୟଗୁଡିକ ଉପରେ ଆଲୋକପାତ କରିଥିଲେ । ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀକାନ୍ତ ପାଣିଗ୍ରାହୀ, କନିଷ୍ଠ କିରାଣୀ ପ୍ରସାଦ ରାଓ ତାମରାପୁ,କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ରାୟଗଡା ମହିଳା ଓ ସ୍ୱଂୟଶାସିତ ମହାବିଦ୍ୟାଳୟର ଏନସିସି କ୍ୟାଡେଟ,ଅବକାରୀ ବିଭାଗ ଅଧିକାରୀ ଓ କର୍ମଚାରୀଙ୍କ ସମେତ ସେବା ନିଶାମୁକ୍ତି କେନ୍ଦ୍ରର କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ରହିଥିଲେ ।